34.1 C
Bhubaneswar
Wednesday, May 1, 2024
Homeଖେଳସନ୍ନ୍ୟାସରୁ ଫେରିବା ପାଇଁ ନାରିନ୍‌ଙ୍କୁ ପାୱେଲ୍‌ଙ୍କ ଅନୁରୋଧ

ସନ୍ନ୍ୟାସରୁ ଫେରିବା ପାଇଁ ନାରିନ୍‌ଙ୍କୁ ପାୱେଲ୍‌ଙ୍କ ଅନୁରୋଧ

କୋଲ୍‌କାତା: ଚଳିତ ଆଇପିଏଲ୍‌ରେ ମଙ୍ଗଳବାର କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ଓପ୍ନର୍ ସୁନୀଲ୍ ନାରିନ୍‌୍ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ୫୬ ବଲ୍‌ରେ ୧୦୯ ରନ୍ କରିଛନ୍ତି । ମ୍ୟାଚ୍ ଶେଷରେ କେକେଆର୍ ପକ୍ଷରୁ ଖେଳୁଥିବା ୱେଷ୍ଟଇଣ୍ଡିଜ୍ କ୍ୟାପ୍‌ଟେନ୍ ରୋଭ୍‌ମାନ୍ ପାୱେଲ୍ କହିଛନ୍ତି, ଆମେ ନାରିନ୍‌୍‌ଙ୍କୁ ସନ୍ନ୍ୟାସ ନିଷ୍ପତ୍ତି ପ୍ରତ୍ୟାହାର କରିନେବାକୁ ଅନୁରୋଧ କରୁଛୁ । ବିଶ୍ୱାସ ଟି-୨୦ ବିଶ୍ୱକପ୍ ଟିମ୍ ଚୟନ ପୂର୍ବରୁ ତାଙ୍କ ମନ ପରିବର୍ତ୍ତନ ହେବ । ବ୍ରଡ୍‌କାଷ୍ଟର୍‌ଙ୍କ ସହ କଥାବାର୍ତ୍ତା ବେଳେ ପାୱେଲ୍ କହିଛନ୍ତି, ୱେଷ୍ଟଇଣ୍ଡିଜ୍ ଟି-୨୦ ଟିମ୍‌କୁ ଫେରିବା ପାଇଁ ଗତ ୧୨ ମାସ ଧରି ସୁନୀଲ୍‌ଙ୍କୁ ଅନୁରୋଧ କରିଆସୁଛି । ତେବେ ସେ ସମସ୍ତଙ୍କଠାରୁ ଦୂରେଇ ରହିଛନ୍ତି । ସନ୍ନ୍ୟାସ ନିଷ୍ପତ୍ତି ବଦଳାଇବା ପାଇଁ ସୁନୀଲ୍‌ଙ୍କୁ ମନାଇବା ପାଇଁ ତାଙ୍କର ସବୁଠୁ ଉତ୍ତମ ବନ୍ଧୁ କାଇରନ୍ ପୋଲାର୍ଡ, ଡ୍ୱେନ୍ ବ୍ରାଭୋ, ନିକୋଲାସ୍ ପୂରନ୍‌ଙ୍କୁ ମୁଁ କହିଛି । ଆଶା କରୁଛି ଟି-୨୦ ବିଶ୍ୱକପ୍ ପୂର୍ବରୁ ସେମାନେ ତାଙ୍କୁ ରାଜି କରାଇନେବେ ।
ସୁନୀଲ୍ ନାରିନ୍‌୍ ଚଳିତ ଆଇପିଏଲ୍‌ରେ ଉଭୟ ବ୍ୟାଟ୍ ଓ ବଲ୍‌ରେ ଉନ୍ନତ ପ୍ରଦର୍ଶନ ଦେଇଆସୁଛନ୍ତି । ଗୌତମ ଗମ୍ଭୀରଙ୍କୁ କେକେଆର୍ କ୍ରିକେଟ୍ ଡାଇରେକ୍ଟର ନିଯୁକ୍ତ କରାଯିବା ପରେ ନାରିନ୍‌୍ ଏହି ସିଜନ୍‌ରେ ଓପ୍ନିଂ କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ୬ ମ୍ୟାଚ୍‌ରେ ୧୮୭.୭୫ ଷ୍ଟ୍ରାଇକ୍ ରେଟ୍‌ରେ ୨୭୬ ରନ୍ କରି ସେ କୋଲ୍‌କାତାର ଟପ୍ ସ୍କୋରର୍ ଅଛନ୍ତି । ଏହା ମଧ୍ୟରେ ଗୋଟିଏ ଲେଖାଏଁ ଶତକ ଏବଂ ଅର୍ଦ୍ଧଶତକ ମଧ୍ୟ ସାମିଲ । ସେହିପରି ୬ ମ୍ୟାଚ୍‌ରେ ୬.୮୮ ଇକୋନମି ରେଟ୍‌ରେ ବୋଲିଂ କରି ସେ ୭ଟି ୱିକେଟ୍ ମଧ୍ୟ ହାସଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking