38.1 C
Bhubaneswar
Wednesday, May 1, 2024
Homeଖେଳସୁନୀଲ୍ ନାରିନ୍‌ଙ୍କ ନୂଆ କୀର୍ତ୍ତିମାନ

ସୁନୀଲ୍ ନାରିନ୍‌ଙ୍କ ନୂଆ କୀର୍ତ୍ତିମାନ

କୋଲ୍‌କାତା: କୋଲ୍‌କାତାର ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମ୍‌ରେ ସୁନୀଲ୍ ନାରିନ୍‌ଙ୍କ ବ୍ୟାଟ୍‌ରୁ ଏକ ଶତକୀୟ ଇନିଂସ୍ ଦେଖିବାକୁ ମିଳିଛି । ନିଜ ଯାଦୁକରୀ ବୋଲିଂ ପାଇଁ ଜଣାଶୁଣା ନାରିନ୍ ଚଳିତ ଆଇପିଏଲ୍‌ରେ ବ୍ୟାଟର୍ ଭାବେ ମଧ୍ୟ କମାଲ୍ ପ୍ରଦର୍ଶନ କରିଛନ୍ତି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ମଙ୍ଗଳବାର ସେ ଶତକ ହାସଲ କରିଛନ୍ତି । ୧୩ ବର୍ଷରୁ ଟି-୨୦ କ୍ୟାରିୟର୍‌ରେ ଏହା ତାଙ୍କର ପ୍ରଥମ ଶତକ । ଏହା ସହିତ ନାରିନ୍ ଆଇପିଏଲ୍‌ରେ ଏକ ରେକର୍ଡ ମଧ୍ୟ କରିଛନ୍ତି । ଆଇପିଏଲ୍‌ରେ ଶତକ ହାସଲ କରିବା ସହିତ ୧୦୦ ୱିକେଟ୍ ନେବାରେ ପ୍ରଥମ ଖେଳାଳି ହୋଇଛନ୍ତି । ତାଙ୍କ ପୂର୍ବରୁ ଟୁର୍ଣ୍ଣାମେଣ୍ଟ୍‌ରେ କୌଣସି ଖେଳାଳି ଏହି କାରନାମା କରିନଥିଲେ । ସେହିପରି ନରେନ୍ ଆଇପିଏଲ୍ ଇତିହାସରେ ଶତକ ହାସଲ ସହ ହ୍ୟାଟ୍ରିକ୍ ନେବାରେ ତୃତୀୟ ଖେଳାଳି ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking