34.1 C
Bhubaneswar
Wednesday, May 1, 2024
Homeଖେଳଯଶସ୍ୱୀ ଜୟସ୍ୱାଲ୍‌ଙ୍କ ସ୍ୱପ୍ନ ପୂରଣ

ଯଶସ୍ୱୀ ଜୟସ୍ୱାଲ୍‌ଙ୍କ ସ୍ୱପ୍ନ ପୂରଣ

କୋଲ୍‌କାତା : ଆଇପିଏଲ୍ ୨୦୨୪ର ୩୧ତମ ମ୍ୟାଚ୍ ମଙ୍ଗଳବାର କୋଲ୍‌କାତା ନାଇଟ୍ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଇଡେନ୍ ଗାର୍ଡେନ୍ସରେ ଖେଳାଯାଇଛି । ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆର ଯୁବ ବ୍ୟାଟର୍ ଯଶସ୍ୱୀ ଜୟସ୍ୱାଲ୍ ଖାସ୍ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । କିନ୍ତୁ ମ୍ୟାଚ୍ ପରେ ତାଙ୍କର ଏକ ବଡ଼ ସ୍ୱପ୍ନ ପୂରଣ ହୋଇଛି ।  ବଲିଉଡ୍ କିଙ୍ଗ୍ ଶାହରୁଖ୍ ଖାନ୍‌ଙ୍କୁ ଭେଟିବା ତାଙ୍କର ବହୁ ଦିନର ଇଚ୍ଛା ଥିଲା । ତାଙ୍କର ଏହି ସ୍ୱପ୍ନ କିଙ୍ଗ୍ ଖାନ୍ ପୂରା କରିଛନ୍ତି । ମ୍ୟାଚ୍‌ରେ ପରେ ପଡ଼ିଆରେ ଦୁଇ ଟିମ୍‌ର ଖେଳାଳିଙ୍କ ଉପସ୍ଥିତି ବେଳେ କିଙ୍ଗ୍ ଖାନ୍ ଏଣ୍ଟ୍ରି ମାରି ଯୁବ ଜୟସ୍ୱାଲ୍‌ଙ୍କୁ ଚମକାଇ ଦେଇଥିଲେ । ସେ କେବଳ ଜୟସ୍ୱାଲ୍‌୍‌ଙ୍କୁ ସାକ୍ଷାତ କରିନଥିଲେ, ବରଂ ତାଙ୍କୁ ଆଲିଙ୍ଗନ କରି ତାଙ୍କ ଖୁସି ଦୁଇଗୁଣ କରିଦେଇଥିଲେ । ଏହି ସୁନ୍ଦର ମୁହୂର୍ତ୍ତର ଭିଡିଓ ରାଜସ୍ଥାନ ରୟାଲ୍ସ ଟିମ୍ ନିଜର ଆଧିକାରିକ ଏକ୍ସ ଆକାଉଣ୍ଟ୍‌ରେ ଶେୟାର୍ କରିଛି । ଭିଡିଓରେ ଯଶସ୍ୱୀ ଜୟସ୍ୱାଲ୍‌ଙ୍କୁ ଶାହାରୁଖ୍ ଖାନ୍ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking