34.1 C
Bhubaneswar
Wednesday, May 1, 2024
Homeଖେଳଶ୍ରେୟସ୍ ଆୟର୍‌ଙ୍କୁ ୧୨ ଲକ୍ଷ ଜୋରିମାନା

ଶ୍ରେୟସ୍ ଆୟର୍‌ଙ୍କୁ ୧୨ ଲକ୍ଷ ଜୋରିମାନା

ମୁମ୍ବାଇ:  କୋଲ୍‌କାତା ନାଇଟ୍ ରାଇଡର୍ସ କ୍ୟାପ୍‌ଟେନ୍ ଶ୍ରେୟସ୍ ଆୟରଙ୍କୁ ୧୨ ଟଙ୍କା ଜୋରିମାନା ହୋଇଛି । କୋଲ୍‌କାତାର ଇଡେନ୍ ଗାର୍ଡେନ୍ସରେ ମଙ୍ଗଳବାର ଖେଳାଯାଇଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍‌ରେ ମନ୍ଥର ଓଭର୍ ହାର କାରଣରୁ ଆୟର୍‌ଙ୍କୁ ଏହି ଜୋରିମାନା କରାଯାଇଥିବା ବୁଧବାର ଆଇପିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି । ଆଇପିଏଲ୍ ଅଧିକାରୀଙ୍କ ଅନୁସାରେ ସିଜନ୍‌ରେ ଏହା କୋଲ୍‌କାତା ଟିମ୍‌ର ଏହା ପ୍ରଥମ ଅପରାଧ ହୋଇଥିବାରୁ ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ନ୍ୟୁନତମ ଦଣ୍ଡ ଦିଆଯାଇଛି । ଏହି ମନ୍ଥର ଓଭର୍ ବୋଲିଂ କାରଣରୁ ମ୍ୟାଚ୍ ଅବସରରେ କୋଲ୍‌କାତା ଟିମ୍ ଉପରେ ଫିଲ୍ଡିଂ ପ୍ରତିବନ୍ଧକ ମଧ୍ୟ ଲାଗୁ କରାଯାଇଥିଲା । ନିର୍ଦ୍ଧାରିତ ସମୟ ମଧ୍ୟରେ ଓଭର୍ ଶେଷ କରିବାରେ ପଛେଇବାରୁ ଶେଷ ଓଭର୍‌ରେ ଆୟର୍‌ଙ୍କୁ ୫ ଜଣଙ୍କ ସ୍ଥାନରେ ଚାରିଜଣ ଫିଲ୍ଡର୍‌ଙ୍କୁ ବାଉଣ୍ଡାରୀରେ ପଠାଇବାକୁ ପଡ଼ିଥିଲା । ଆଗକୁ ଯଦି ଆୟର୍ ଦ୍ୱିତୀୟ ଥର ପାଇଁ ଏପରି ଅପରାଧ କରନ୍ତି ତେବେ ତାଙ୍କୁ ୨୪ ଲକ୍ଷ ଏବଂ ଟିମ୍‌ର ଖେଳାଳିଙ୍କୁ ମ୍ୟାଚ୍ ଫି’ର ୨୫% ଜୋରିମାନା କରାଯିବ । ସେହିପରି ତୃତୀୟ ଥର ଏପରି ହେଲେ ଟିମ୍ କ୍ୟାପ୍‌ଟେନ୍‌ଙ୍କୁ ୩୦ ଲକ୍ଷ ଏବଂ ଖେଳାଳିଙ୍କ ମ୍ୟାଚ୍ ଫି’ର ୫୦% ଜୋରିମାନା କରାଯିବ । ଏହା ସହିତ ଶ୍ରେୟସ୍ ଆୟର୍‌୍ ଗୋଟିଏ ମ୍ୟାଚ୍‌ରୁ ବ୍ୟାନ୍ ମଧ୍ୟ ହେବେ । ଆୟର୍‌ଙ୍କ ପୂର୍ବରୁ ରାଜସ୍ଥାନ ରୟାଲ୍ସ କ୍ୟାପ୍‌ଟେନ୍ ସଞ୍ଜୁ ସାମ୍‌ସନ୍‌ଙ୍କୁ ୧୨ ଲକ୍ଷ ଓ ଗୁଜରାଟ ଜାଏଣ୍ଟ୍ କ୍ୟାପ୍‌ଟେନ୍ ଶୁବମନ ଗିଲ୍‌ଙ୍କୁ ଦୁଇଟି ମ୍ୟାଚ୍ ପାଇଁ ୨୪ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking