30.1 C
Bhubaneswar
Sunday, May 5, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଋଷ-ୟୁକ୍ରେନ ଯୁଦ୍ଧରେ ବଳି ପଡିଲେ ଫ୍ରାନ୍ସ ସାମ୍ବାଦିକ

ଋଷ-ୟୁକ୍ରେନ ଯୁଦ୍ଧରେ ବଳି ପଡିଲେ ଫ୍ରାନ୍ସ ସାମ୍ବାଦିକ

କିଭ୍‌: ଋଷ-ୟୁକ୍ରେନ ଯୁଦ୍ଧକୁ ଏକ ବର୍ଷ ବିତିଲାଣି, ତଥାପି ଯୁଦ୍ଧରେ ବିରାମ ଲାଗୁନି । ଦୁଇ ଦେଶ ମଧ୍ୟରେ ଜିଦଖୋର ମନୋଭାବ ଯୋଗୁଁ ସ୍ଥିତି ସାଂଘାତିକ ହେବାରେ ଲାଗିଛି । ୟୁକ୍ରେନ ଉପରେ ଗୁଳିଗୋଳ ବର୍ଷଣ ଓ ମିସାଇଲ ଆକ୍ରମଣ ଜାରି ରଖିଛି ଋଷିଆ । ଫଳରେ ଉଭୟ ପକ୍ଷରୁ ଅନେକ ଲୋକ ପ୍ରାଣ ହରାଉଛନ୍ତି । ଏହାରି ଭିତରେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଅନ୍ତର୍ଜାତୀୟ ନ୍ୟୁଜ ଏଜେନ୍ସି ଏଏଫ୍‌ପି ନ୍ୟୁଜରେ କାର୍ଯ୍ୟ କରୁଥିବା ଜଣେ ସାମ୍ବାଦିକ ପ୍ରାଣ ହରାଇଛନ୍ତି । ମଙ୍ଗଳବାର ରକେଟ ମାଡରେ ତାଙ୍କର ପ୍ରାଣ ଯାଇଥିବା ନେଇ ଏକ ରିପୋର୍ଟରେ ପ୍ରକାଶ ପାଇଛି । ରିପୋର୍ଟ ଅନୁସାରେ, ୩୨ ବର୍ଷୀୟ ସାମ୍ବାଦିକ ଅରମାନ ସୋଲ୍ଡିନ ୟୁକ୍ରେନ ସୈନ୍ୟମାନଙ୍କ ସହିତ ରହିଥିଲେ ।

ଏହି ସମୟରେ ଉପରକୁ ଏକ ରକେଟ ମାଡ ହୋଇଥିଲା । ଫଳରେ ସେ ନିଆଁରେ ଫସି ଯାଇଥିଲେ । ପରବର୍ତ୍ତୀ ମୂହୁର୍ତ୍ତରେ ନିଆଁ ଲିଭାଯାଇଥିଲେ ସୁଦ୍ଧା ତାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଅନ୍ୟ କୌଣସି ସଦସ୍ୟଙ୍କର କିଛି ହୋଇନଥିବା ସୂଚନା ମିଳିଛି । ଗତକାଲି ୟୁକ୍ରେନର ବଖମୁତ ନିକଟ ଚାଶିଭ ୟାର ନିକଟରେ ରକେଟ ମାଡ ହୋଇଥିଲା । ଋଷୀୟ ସେନା ବଖମୁତକୁ କବଜ୍ଜା କରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ ଏହାରି ଭିତରେ ରକେଟ ମାଡ କରିଥିଲା ଋଷ । ଏନେଇ ଏଏଫପି ପତ୍ରକାରର ଅଧ୍ୟକ୍ଷ ଫୈବ୍ରିଜ ଫ୍ରାଇଜ କହିଛନ୍ତି, “ସାମ୍ବାଦିକ ଅରମାନ ସୋଲ୍ଡିନଙ୍କ ମୃତ୍ୟୁ ୟୁକ୍ରେନ ଯୁ୍‌ଦ୍ଧ ସାମ୍ନା କରୁଥିବା ପ୍ରତ୍ୟେକ ସାମ୍ବାଦିକଙ୍କ ପାଇଁ ବିପଦପୂର୍ଣ୍ଣ ଘଟଣା ହୋଇରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking