30.1 C
Bhubaneswar
Sunday, May 19, 2024
Homeଅପରାଧସ୍ୱାମୀର ପରକୀୟା ପ୍ରୀତିକୁ ଖୋଲିଦେଲା କ୍ୟାମେରା; ତା’ପରେ....

ସ୍ୱାମୀର ପରକୀୟା ପ୍ରୀତିକୁ ଖୋଲିଦେଲା କ୍ୟାମେରା; ତା’ପରେ….

ଥିରୁବନ୍ତପୁରମ୍‌: କେରଳ ରାସ୍ତାରେ ଲଗାଯାଇଥିବା ବିବାଦୀୟ ସଡକ ସୁରକ୍ଷା କ୍ୟାମେରା କେବଳ ରାଜ୍ୟ ସରକାରଙ୍କ ପାଇଁ ନୁହେଁ ବରଂ ଜଣେ ବ୍ୟକ୍ତିଙ୍କ ପାଇଁ ମଧ୍ୟ ମୁଣ୍ଡବ୍ୟଥାର କାରଣ ହୋଇଛି । ଏହା ଦ୍ୱାରା ବିବାହିତ ପୁରୁଷମାନଙ୍କର ଚୋରା ପୀରତିର ରହସ୍ୟ ମଧ୍ୟ ଖୋଲିଯାଉଛି । କେରଳର ଜଣେ ମହିଳା ଏହି କ୍ୟାମେରା ସାହାଯ୍ୟରେ ସ୍ୱାମୀଙ୍କ ପରକୀୟା ପ୍ରୀତିକୁ ଧରିଛନ୍ତି ଆଉ ତାଙ୍କ ସ୍ୱାମୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିଛନ୍ତି । ଏପ୍ରିଲ୍ ୨୫ରେ, ଇଡୁକିର ଜଣେ ବ୍ୟକ୍ତି ହେଲ୍‌ମେଟ୍ ନ ପିନ୍ଧି ରାସ୍ତାରେ ତାଙ୍କ ମହିଳା ବନ୍ଧୁଙ୍କ ସହ ସ୍କୁଟରରେ ଯାଉଥିଲେ । ଏହି ସମୟରେ ସେହି ମହିଳା ବନ୍ଧୁଙ୍କ ଫଟୋ ସେଠାରେ ରାସ୍ତା କଡ଼ରେ ଥିବା ଟ୍ରାଫିକ୍ ପୋଲିସର ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଏହା ପରେ ପୋଲିସ ସ୍କୁଟର ଚାଳକ ଏବଂ ପଛରେ ବସିଥିବା ମହିଳାଙ୍କୁ ଏକ ଚାଲାଣ କାଟି ତାଙ୍କ ଘର ଠିକଣାକୁ ପଠାଇଥିଲା ।

ଯେହେତୁ ସ୍କୁଟରଟି ସେହି ବ୍ୟକ୍ତିଙ୍କ ପତ୍ନୀଙ୍କ ନାମରେ ପଞ୍ଜୀକୃତ ହୋଇଥିଲା ଏବଂ ସେ ଏହାର ମାଲିକାଣୀ ଥିଲେ, ତେଣୁ ସ୍ୱାମୀଙ୍କ ଦ୍ୱାରା କରାଯାଇଥିବା ଉଲ୍ଲଂଘନ ଏବଂ ଜରିମାନା ସମ୍ପର୍କରେ ସବିଶେଷ ତଥ୍ୟ ତାଙ୍କ ମୋବାଇଲ୍ ଫୋନରେ ବାର୍ତ୍ତା ଭାବରେ ପଠାଯାଇଥିଲା । ଏହା ସହିତ ସ୍କୁଟର ଏବଂ ପଛରେ ବସିଥିବା ମହିଳାଙ୍କ ଫଟୋ ମଧ୍ୟ ଥିଲା । ଚାଲାଣ ଏବଂ ଫଟୋ ସେହି ମହିଳାଙ୍କ ଘରେ ଏବଂ ମୋବାଇଲରେ ପହଞ୍ଚିବା ପରେ ଘରେ ଝଡ ସୃଷ୍ଟି ହୋଇଥିଲା । ବାର୍ତ୍ତା ପାଇବା ପରେ ପତ୍ନୀ ପଛରେ ବସିଥିବା ମହିଳାଙ୍କ ବିଷୟରେ ତାଙ୍କ ସ୍ୱାମୀଙ୍କୁ ପ୍ରଶ୍ନ କରିଥିଲେ । ୩୨ ବର୍ଷର ଏହି ବ୍ୟକ୍ତି ତାଙ୍କ ସ୍ପଷ୍ଟୀକରଣରେ ଦାବି କରିଛନ୍ତି ଯେ ମହିଳାଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ । ରାସ୍ତାରେ ଯିବାବେଳେ ସେହି ମହିଳା ଜଣକ ତାଙ୍କଠାରୁ ଲିଫ୍ଟ ମାଗି ସ୍କୁଟରରେ ବସିଥିଲେ । କିନ୍ତୁ, ପତ୍ନୀ ତାଙ୍କ ସ୍ୱାମୀଙ୍କ ଯୁକ୍ତିକୁ ବିଶ୍ୱାସ କରି ନଥିଲେ ଏବଂ ଦମ୍ପତିଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ମାମଲା ଗୁରୁତର ହୋଇଗଲା । ପତ୍ନୀ କରମନା ପୋଲିସ ନିକଟରେ ୫ ମେ’ରେ ଅଭିଯୋଗ କରିଥିଲେ ଯେ ସ୍ୱାମୀ ତାଙ୍କୁ ଏବଂ ତାଙ୍କର ତିନି ବର୍ଷର ପିଲାକୁ ମାର୍‌ପିଟ୍ କରିଥିଲେ । ପତ୍ନୀଙ୍କ ବୟାନକୁ ଆଧାର କରି ସ୍ୱାମୀଙ୍କୁ ଗିରଫ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking