30.1 C
Bhubaneswar
Sunday, June 2, 2024
Homeଦେଶ ବିଦେଶକୋର୍ଟରେ ପିଶାଚ ବାପାର କାହାଣୀ କହିଲା ଝିଅ....

କୋର୍ଟରେ ପିଶାଚ ବାପାର କାହାଣୀ କହିଲା ଝିଅ….

ଲକ୍ଷ୍ନୌ: ନାବାଳିକା ଝିଅର ଅଭିଯୋଗକୁ ଆଧାର କରି ଅଭିଯୁକ୍ତ ବାପାକୁ ଗିରଫ କଲା ପୋଲିସ । ନିଜ ମା’କୁ ତାର ବାପା ହତ୍ୟା କରିଥିବା ନେଇ ଝିଅ ସାକ୍ଷୀ ଦେବା ପରେ ଅଭିଯୁକ୍ତ ବାପା ଗିରଫ ହେବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛି । ୟୁପିର ବରେଲିରେ ଏପରି ଏକ ଘଟଣା ଘଟିଥିବାବେଳେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ସୂଚନା ଅନୁଯାୟୀ, ୯ ବର୍ଷିୟ ନାବାଳିକା ଜଣକ ତାଙ୍କ ମା’ର ହତ୍ୟାକାଣ୍ଡର ସାକ୍ଷୀ ଥିଲେ। ତାଙ୍କ ମା’ଙ୍କୁ ତାଙ୍କ ବାପା ହତ୍ୟା କରିଥିବା ସେ କୋର୍ଟରେ ସାକ୍ଷୀ ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, ବରେଲିରେ ଏକ କ୍ଲିନିକ୍ ଚଳାଉଥିବା ଜଣେ ଡାକ୍ତର ଏପରି ଏକ କାଣ୍ଡ ଭିଆଇଛନ୍ତି । ଅଭିଯୁକ୍ତ ଡାକ୍ତରଙ୍କ ନାଁ ଇକବାଲ ଅହମ୍ମଦ ।

ସେ ୨୦୧୨ରେ ସାହାରନପୁର ନିଶା ଦେବୀଙ୍କୁ ବିବାହ କରିଥିଲେ । ବିବାହ ପରେ ତାଙ୍କର ପରିବାର ସୁରୁଖୁରୁରେ ଚାଲୁଥିଲା । ପରେପରେ ସେମାନଙ୍କର ଦୁଇଟି କନ୍ୟା ସନ୍ତାନ ହୋଇଥିଲା । ହେଲେ ଅକ୍ଟୋବର ୨୬, ୨୦୨୧ରେ ନିଶାଙ୍କ ମରଶରୀର ତାଙ୍କ ଘରୁ ଉଦ୍ଧାର କରାଯାଇଥିଲା । ହେଲେ ଡାକ୍ତର ସ୍ୱାମୀ ସେଠାରୁ ଫେରାର ହୋଇଯାଇଥିଲେ । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ନିଶାଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ସୂଚନା ଅଧାରରେ ବରେଲିର ମେରଗଞ୍ଜକୁ ଯାଇଥିଲେ ନିଶା ଓ ତାଙ୍କ ସ୍ୱାମୀ ।

ସେଠାରେ ପହଞ୍ଚିବା ପରେ ନିଶା ତାଙ୍କ ସ୍ୱାମୀଙ୍କ ବିଷୟରେ କିଛି ଜାଣିବାକୁ ପାଇଥିଲା । ପରେ ତାଙ୍କ ସ୍ୱାମୀ ପୂର୍ବରୁ ବିବାହ କରିଥିବା ଜଣାପଡ଼ିଥିଲା । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ବଢ଼ିଥିଲା । କିଛି ଦିନ ବିତିବାପରେ ଏହି ପ୍ରସଙ୍ଗ ଉଗ୍ର ରୂପ ନେବା ସହ ଡାକ୍ତର ଇକବାଲ ଅହମ୍ମଦ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ । ନାବାଳିକା ଝିଅ ସାକ୍ଷୀ ଦେବା ସମୟରେ କହିଛି ଯେ, ଯେତେବେଳେ ତାଙ୍କ ମା’ ଟିଭି ଦେଖୁଥିଲେ ସେହି ସମୟରେ ତାଙ୍କ ବାପା ଓ ଅନ୍ୟ ଦୁଇ ଜଣ ମିଶି ମା’ଙ୍କୁ ହତ୍ୟା କରିଛନ୍ତି । ନାବାଳିକାଙ୍କ ଏହି ସାକ୍ଷୀକୁ ଅଧାର କରି କୋର୍ଟ ଅଭିଯୁକ୍ତ ଡାକ୍ତରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଆଇପିସି ଧାରା ୩୦୨ ଏବଂ ୩୪ ଅନୁଯାୟୀ ତିନିଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking