33.1 C
Bhubaneswar
Saturday, April 27, 2024
HomeUncategorizedବରୀ ର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଆସନ୍ତା ୯ ତାରିଖ ଦିନ ସମ୍ବର୍ଦ୍ଧିତ ହେବେ 

ବରୀ ର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଆସନ୍ତା ୯ ତାରିଖ ଦିନ ସମ୍ବର୍ଦ୍ଧିତ ହେବେ 

ଯାଜପୁର : ଜିଲ୍ଲାର ବରୀବ୍ଲକ ଅଧିନ କଳାମାଟିଆ ପଂଚାୟତ କାଇପଡା ଗ୍ରାମର ବରିଷ୍ଠ ସ୍ୱାଧୀନତା ସଂଗ୍ରାମୀ ଦଧିଚି  ସାହୁ (୯୬) ଆସନ୍ତା ୯ ତାରିଖ ଦିନ ନିଜ ବାସଭବନରେ ସମ୍ବର୍ଦ୍ଧିତ ହେବେ ବୋଲି ସାହୁ  ଙ୍କ ପରିବାର ନିକଟକୁ  ଜିଲ୍ଲା ପ୍ରଶାସନ ପକ୍ଷରୁ ଫୋନ ଆସିଛି ବୋଲି ସାହୁଙ୍କ ପୁଅ ଅଶୋକ  କହିଛନ୍ତି | ସ୍ୱାଧୀନତା ସଂଗ୍ରାମୀ ସାହୁ ଚଳିତ ସ୍ୱାଧୀନତା ଦିବସ ରେ ମହମାନ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଙ୍କ ଦ୍ୱାରା ରାଷ୍ଟ୍ରପତି ଭବନରେ ସମ୍ବର୍ଦ୍ଧିତ ହୋଇଥାନ୍ତେ |ମହାମାରୀ କରୋନା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ସାହୁ ଙ୍କ ବାସଭବନରେ ପହଞ୍ଚି ସମ୍ବର୍ଦ୍ଧିତ କରିବେ ବୋଲି ସୂଚନା ମିଳିଛି |ଏବେ ସାହୁ ଙ୍କ ସ୍ମୁତି ରହୁନାହିଁ, ଆଖିକୁ ଭଲ ଦିଶୁନାହିଁ, କଥା ଠିକ ସେ କହିପାରୁନାହାନ୍ତି, ତଥାପି ଦେଶ ମାତୃକା ପାଇଁ ଶେଷ ନିଶ୍ୱାସ ଥିଲା ପର୍ଯ୍ୟନ୍ତ ଜୀବନ ଦେବି ବୋଲି  କହୁଛନ୍ତି ସେ | ଦିନ ଥିଲା ୧୯୩୪ମସିହା ଗାନ୍ଧିଜୀ ଇନ୍ଦୁପୁର ବାଟଦେଇ ପଦ ଯାତ୍ରା ରେ ଆସୁଥିଲେ | କାଇପଡା ଗୋଲା ହାଟରେ ଏକ ସଭା କରା ଯାଇଥିଲା | ବ୍ରିଟିଶ ଙ୍କ ବିରୁଦ୍ଧରେ, ଗାନ୍ଧିଜୀ ଙ୍କ ଭାଷଣ ଶୁଣି ଦେଶ ମାତୃକା ପାଇଁ ଅଣ୍ଟା ଭିଡିଥିଲେ ଦଧିଚି |  ତାଙ୍କୁ ସେତବେଳେ ୧୦ ବର୍ଷ ହୋଇଥାଏ |୧୯୪୨ମସିହା ଭାରତ ଛାଡ ଆନ୍ଦୋଳନରେ ସାମିଲ ହୋଇଥିଲେ, ସେତେବେଳକୁ ୧୬ବର୍ଷ ହୋଇଯାଇଥଏ ବୋଲି ସାହୁ ଥଙ୍ଗ ଥଙ୍ଗ ପାଟିରେ କହିଲାବେଳେ ଆଖିରୁ  ଲୁହ ଝରି ପଡୁଥାଏ |କଳାମାଟିଆ ଗୁଳିକାଣ୍ଡ ନିଜ ଆଖିରେ ଦେଖିଥବା ସେ କହୁ ଛନ୍ତି  |, ଏହି ମହାନ ସ୍ୱାଧୀନତା ସଂଗ୍ରାମୀ କୁ ଜିଲ୍ଲା ପ୍ରଶାସନ ରାଷ୍ଟ୍ରପତି ଙ୍କ ପକ୍ଷରୁ ସମ୍ବର୍ଦ୍ଧିତ କରିବ ବୋଲି ସ୍ଥିର ହୋଇଥିବା ଜଣାପଡିଛି  |
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking