43.9 C
Bhubaneswar
Friday, April 19, 2024
Homeଅପରାଧବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମବାସୀଙ୍କ ତୁମୁଳକାଣ୍ଡ

ବିଦ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମବାସୀଙ୍କ ତୁମୁଳକାଣ୍ଡ

ମୟୂରଭଞ୍ଜ – ପଦାରେ ପଡ଼ିଲା ସରକାରଙ୍କ ଦୋମୁହାଁ ନୀତି । ଗୋଟେପଟେ ଆଦିବାସୀଙ୍କୁ ପ୍ରୋତ୍ସାହନ ଦେଇ ପାଠପଢ଼ିବା ପାଇଁ ଉତ୍ସ୍ୟହିତ କରୁଥିବା ବେଳେ ଅନ୍ୟପଟେ ଆଦିବାସୀ ବସ୍ତିରୁ ସ୍କୁଲ ଉଚ୍ଛେଦ କରି ପାଠପଢାରୁ ବଞ୍ଚିତ କରିବାର ଉଦ୍ୟମ। ଯାହାକୁ ନେଇ ସୃଷ୍ଟି ହୋଇଛି ବିବାଦୀୟ ପରିସ୍ଥିତି।ବିସ୍ଥାପିତ ଗ୍ରାମରୁ ୪୬ବର୍ଷର ବିଦ୍ୟାଳୟକୁ ସ୍ଥାନାନ୍ତର କରିବାକୁଯାଇ ବିରୋଧର ସମ୍ମୁଖୀନ ହେଲେ ବ୍ଲକ ଶିକ୍ଷାଅଧିକାରୀ ଓ ପୋଲିସ। ତେବେ ଗ୍ରାମର ଆବାଳ ବୃଦ୍ଧବନିତା ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରିବା ସହ ସୁରକ୍ଷା ଦେବାକୁ ଆସିଥିବା ପୋଲିସକୁ ଦୀର୍ଘସମୟ ଅଟକ  ରଖି ଗ୍ରାମବାସୀଙ୍କ ରାଜରାସ୍ତାରେ ଧାରଣା ପ୍ରଦର୍ଶନ। ଘଟଣାଟି ହେଉଛି,ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ଅଧିନ ଦଦରିଆଷୋଳ ଗ୍ରାମର। 1974 ମସିହାରେ ଏହି ଗ୍ରାମରେପ୍ରତିଷ୍ଠା ହୋଇଥିବା ଏକ ପ୍ରାଥମିକ ବିଦ୍ୟାଳୟ ସ୍ଥାନାନ୍ତରଣ କରି ଅନ୍ୟ ବିଦ୍ୟାଳୟରେ ମିସାଇବାକୁ ବିରୋଧ କରି ସ୍ଥାନୀୟ ଗ୍ରାମବାସୀ ଦୀର୍ଘ ସମୟ ଧରି ଦୁଇ ଶିକ୍ଷକଙ୍କୁ ବିଦ୍ୟାଳୟ ଭିତରେ ତାଲା ପକାଇ ରଖିଥିଲେ ଗ୍ରାମବାସୀ।ଖବରପାଇ ଚାନ୍ଦୁଆଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ଦ୍ବାରା ଅଟକ ରହିଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ଉଦ୍ଧାର କରିବା ସମୟରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ତେବେ ଏହି ଘଟଣାରେ ପୋଲିସ ଉକ୍ତ ଗ୍ରାମର ଛଅଜଣ ଯୁବକଙ୍କୁ ଥାନାକୁ ନେଇଯାଇ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି।
ତେବେ ସରକାର ଏବଂ ପୋଲିସ ମହାନିର୍ଦ୍ଦେଶକ ବିଭିନ୍ନ ସମୟରେ କାର୍ଯ୍ୟରତ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦେଉଛନ୍ତି ସାଧାରଣ ଲୋକଙ୍କ ନିକଟତର ହେବାକୁ। ସେହିପରି ଆଦିବାସୀଙ୍କୁ ନିର୍ଯ୍ୟାତନା ଦେବା ଏକ ସାଙ୍ଘାତିକ ଘଟଣା ଭାବେ ଗ୍ରହଣ କରାଯାଉଥିବା ବେଳେ ଏଠାରେ ତାର ବ୍ୟତିକ୍ରମ ଅଭିଯୋଗ ହୋଇଛି। ଗ୍ରାମର ଲୋକମାନଙ୍କ କହିବା ଅନୁଯାୟୀ,ଉଠାଇ ନେଇଥିବା ଆଦିବାସୀ ଯୁବକମାନଙ୍କୁ ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କଣହେବ ପୋଲିସ କାର୍ଯ୍ୟାନୁଷ୍ଠାନ ତାକୁ ନେଇ ଆଦିବାସୀସମ୍ପ୍ରଦାୟ ପକ୍ଷରୁ  ଉଠୁଛି ପ୍ରଶ୍ନ । ପରବର୍ତ୍ତୀ ପର୍ଯ୍ୟାୟରେ ଖବରପାଇ ସଦର ଏସଡିପିଓ ପୋଲିସ ଫୋର୍ସ ସହ ଅଟକ ରହିଥିବା ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଉଦ୍ଧାର କରି ଫେରୁଥିବା ସମୟରେ ଗ୍ରାମବାସୀ ତିନୋଟି ପୋଲିସ ଗାଡିକୁ ଅଟକ ରଖି ରାଜରାସ୍ତାରେ ଧାରଣାରେ ବସିଥିଲେ। କୁଳିଅଣା ବ୍ଲକର ଏବିଇଓ  ଙ୍କ କହିବା ଅନୁଯାୟୀ ବିଦ୍ୟାଳରେ ସରକାରୀ ନିୟମନୁଯାୟୀ ନିର୍ଦିର୍ଷ୍ଟ ସଂଖ୍ୟକ ବିଦ୍ୟାର୍ଥୀ ନ ଥିବା ଯୋଗୁଁ ବିଦ୍ୟାଳୟଟିକୁ ସ୍ଥାନାନ୍ତରଣ କରାଇଥିବା ଦର୍ଶାଇଛନ୍ତି।
ଅପରପକ୍ଷେ ଗ୍ରାମବାସୀଙ୍କ କହିବା ଅନୁଯାୟୀ 1997 ମସିହାରେ ସୁବର୍ଣ୍ଣରେଖା  ଜଳସେଚନ ପ୍ରକଳ୍ପ ଅଧିନସ୍ଥ ଜମ୍ଭୀରାଡେମ ପାଇଁ ଦଦରିଆଷୋଳ ଗ୍ରାମଟିକୁ ବିସ୍ଥାପିତ କରାଯାଇଥିବା ବେଳେ ଉକ୍ତ ବିଦ୍ୟାଳୟଟିକୁ ବିସ୍ଥାପିତ କରାଯାଇନଥିବାରୁ ଆଜି ଏପରି ସମସ୍ୟା ସୃଷ୍ଟି ହୋଇଛି। ତେବେ ପୋଲିସ ଦ୍ୱାରା ଅଟକ ରଖାଯାଇଥିବା ଗ୍ରାମବାସୀଙ୍କୁ ଛାଡିବା ସହ ତୁରନ୍ତ ବିଦ୍ୟାଳୟକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଦାବି କରିଛନ୍ତି।
-ଘାସିରାମ ବେହେରାଙ୍କ ରିପୋର୍ଟ
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking