31.1 C
Bhubaneswar
Tuesday, May 7, 2024
Homeଓଡିଶାଆଜି ବିଧାନସଭାରେ ୪ଟି ବିଲ୍ ପାରିତ

ଆଜି ବିଧାନସଭାରେ ୪ଟି ବିଲ୍ ପାରିତ

ଭୁବନେଶ୍ୱର: ହଟ୍ଟଗୋଳ ଭିତରେ ବିଧାନସଭାରେ ପାରିତ ହୋଇଛି ୪ଟି ବିଲ୍ । ଓଡିଶା ପଂଚାୟତ ସଂଶୋଧନ ବିଲ୍ ପାରିତ ହୋଇଛି । ଓଡିଶା ସରକାରୀ ଜମି ବନ୍ଦୋବସ୍ତ ସଂଶୋଧନ ବିଲ୍ ପାରିତ ହୋଇଛି । ସେହିଭଳି ଓଡିଶା ଗୃହ ବ୍ୟବସ୍ଥା ବୋର୍ଡ ସଂଶୋଧନ ବିଲ୍ ପାରିତ ହେବା ସହ ଭାରତୀୟ ଷ୍ଟାମ୍ପ ଓଡିଶା ସଂଶୋଧନ ବିଲ୍ ପାରିତ ହୋଇଛି । ଅନ୍ୟପଟେ ଆସନ୍ତାକାଲି ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବି ଘୋଷଣା ହୋଇଛି । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହ ମୁଲତିବ ଘୋଷଣା ହୋଇଛି । ତେବେ ବାଚସ୍ପତିଙ୍କୁ ତାଙ୍କ ଚାମ୍ବରରେ ଘେରାଉ କରି ରଖିଥିଲେ ବିରୋଧୀ । ଉଭୟ ବିଜେପି ଓ କଂଗ୍ରେସ ସଦସ୍ୟମାନେ ଘେରାଉ କରିଥିଲେ । ବିରୋଧୀ ସଦସ୍ୟଙ୍କ ଘେରାଉ ଯୋଗୁଁ ଗୃହକୁ ବାଚସ୍ପତି ଆସିପାରିନଥିଲେ । ବାଚସ୍ପତିଙ୍କ ବଦଳରେ ଗୃହ ପରିଚାଳନା କରିଥିଲେ ଉପବାଚସ୍ପତି । ମାତ୍ର ଉପବାଚସ୍ପତିଙ୍କ ପୋଡିୟମ ପାଖରେ ବିରୋଧୀ ସଦସ୍ୟ ହୋହଲ୍ଲା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking