26.1 C
Bhubaneswar
Tuesday, May 7, 2024
Homeଓଡିଶାମହିମା ଆଶ୍ରମରେ ନବାନ୍ନ ଲାଗି

ମହିମା ଆଶ୍ରମରେ ନବାନ୍ନ ଲାଗି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ମହୁଲପଡା, ବଳଦିଆବନ୍ଧ, କାମାକ୍ଷାନଗର ଓ ତାଳବରକୋଟ ଆଶ୍ରମରେ ବ୍ରହ୍ମ ଅବଧୂତ କୈଳାଶ ବାବା ଓ ପ୍ରମୋଦ ବାବାଙ୍କ ତତ୍ୱାବଧାନରେ ନବାନ୍ନ ଲାଗି ଉତ୍ସବ ପାଳିତ ହୋଇଯାଇଛି । ମହୁଲପଡା ସ୍ଥିତ ସାଧୁ ନୃସିଂହ ବାବା ସମାଧି ପୀଠରେ ନବାନ୍ନ ଲାଗି ହୋଇଥିବା ବେଳେ ବଳଦିଆବନ୍ଧ ମହିମା ଆଶ୍ରମ ଓ ତାଳବରକୋଟ ମହିମା ଆଶ୍ରମରେ ନବାନ୍ନ ଲାଗି କରାଯାଇଥିଲା । ନବାନ୍ନ ଲାଗି ସମୟରେ ମହିମା ଅଲେଖଧ୍ୱନୀରେ ସମଗ୍ର ଆଶ୍ରମ ପରିସର ପ୍ରକମ୍ପିତ ହୋଇ ଉଠିଥିଲା । ପ୍ରତି ବର୍ଷ ବହୁ ସଂଖ୍ୟାରେ ଶ୍ରଦ୍ଧାଳ ଭକ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ବେଳେ ଚଳିତ ବର୍ଷ ମହାମାରୀ କରୋନା କଟକଣା ପାଇଁ ସ୍ୱଳ୍ପ ଶ୍ରଦ୍ଧାଳୁଙ୍କୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ନବାନ୍ନ ଉତ୍ସବରେ ଶ୍ରଦ୍ଧାଳୁ ଭକ୍ତଙ୍କ ସମେତ ସାଧୁ ରାମଦାନ, ଜେୃତି ବୈରାଗୀ ଓ ଶତୃଘ୍ନ ବୈରାଗୀ ପ୍ରମୁଖ ଯୋଗ ଦେଇଥିଲେ ।

 

ଭବାନୀ କ୍ଲବ୍ ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଯୁବ ବିଜୁ ଜନତା ଦଳ ଓ ଭବାନୀ କ୍ଲବ୍‌ର ମିଳିତ ଆନୁକୁଲ୍ୟରେ ସହର ନିକଟରେ ଥିବା ଜିରିଡାମାଳି ଭବାନୀ କ୍ଲବ୍ ପରସରରେ ଏକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ବିଧାୟକ ତଥା ଖଣୀ, ଇଷ୍ପାତ ଓ ପୁର୍ତମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠନିକ ଭାବେ ଉଦ୍ଘାଟନ କରିଥିଲେ । ସାଂପ୍ରତିକ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନୀବନ ପଟ୍ଟନାୟକ ଜୀବନ ବିନ୍ଦୁ ମାଧ୍ୟମରେ ନେଉଥିବା ପଦକ୍ଷେପ ଉପରେ ସୁଚନା ପ୍ରଦାନ କରି ଯୁବ ସମାଜକୁ ରକ୍ତ ଦାନ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଯୁବ ବିଜୁ ଜନତା ଦଳର ସଭାପତି ଧର୍ମାନନ୍ଦ ପରିଡା ଯୋଗଦେଇ ଜିଲ୍ଲାରେ କରୋନା ସମୟରେ ରକ୍ତର ଯେପରି ଅଭାବ ନ ରହିବ ସେଥିପ୍ରତି ଗୁରୁତ୍ୱ ଦେଇ ଜିଲ୍ଲାର କୋଣନୁକୋଣରେ ଜୀବନବିନ୍ଦୁ ଶିବିର କରିବାକୁ ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଥିଲେ । ଢେଙ୍କାନାଳ ରକ୍ତ ଭଣ୍ଡାରର ଟେକ୍ନିସିଆନ ପରମାନନ୍ଦ ପଣ୍ଡା, ବରୁଣ ସାହୁ, ତପନ ଜେନା ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏହି ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି କ୍ଲବ୍‌ର ଉପେନ୍ଦ୍ର ରାଉତ, ସୁମନ୍ତ ଜେନା, ପ୍ରଶାନ୍ତ କୁମାର ରାଉତ, ମନୋଜ ଛୋଟରାୟଙ୍କ ସହ ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking