39.1 C
Bhubaneswar
Friday, April 26, 2024
Homeଓଡିଶାଦୁର୍ନିତୀର ଗନ୍ଥାଘର ପାଲଟିଛି ତହସିଲ କାର୍ଯ୍ୟାଳୟ

ଦୁର୍ନିତୀର ଗନ୍ଥାଘର ପାଲଟିଛି ତହସିଲ କାର୍ଯ୍ୟାଳୟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ମହକୁମାରେ ଏକ ଜଳାଶୟ ଜମିକୁ ସଦର ତହସିଲ୍ କାର୍ଯ୍ୟାଳରେ ବେଆଇନ୍ ଭାବେ କିସମ ବଦଳାଇ ବିକ୍ରି କରିଦିଆଯାଇଥିବା ଘଟଣା ପଦାକୁ ଆସିବା ପରେ ଜଣଙ୍କ ପରେ ଜଣଙ୍କୁ ଗରିଫ କରୁଛି ଟାଉନ୍ ଥାନା ପୋଲିସ । ମିଳିଥିବା ସୁଚନା ମୁତାବକ, ଏହି ଜଳାଶୟ ଜମିର କିସମ ବଦଳାଇ ଦୁର୍ନୀତିକୁ ନେଇ ଟାଉନ୍ ଥାନାରେ କେସ୍ ନଂ ୩୬୩/୨୧ ରେ ଦଫା ୪୨୦, ୪୬୭, ୪୬୮, ୪୭୧, ୧୨୦-ବି, ୩୪ ଆଇପିସିରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ଘଟଣାରେ ତହସିଲ କାର୍ଯ୍ୟାଳୟର ୧୦ ଜଣଙ୍କ ନାମ ସଂପୃକ୍ତି ଥିବା ନେଇ ତନାଘନା ଆରମ୍ଭ ହୋଇଥିଲା । ତହସିଲ କାର୍ଯ୍ୟାଳୟର କିଛି ଅସାଧୁ କର୍ମଚାରୀ ଙ୍କ ଯୋଗୁଁ ଜଣେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି ।

ଏହି ଘଟଣା ଗତକାଲି ଟାଉନ୍ ଥାନା ପୋଲିସ୍ ଜମି ମାଲିକ ସମେତ ତହିସିଲ କାର୍ଯ୍ୟାଳୟର ଅସାଧୁ କର୍ମଚାରୀଙ୍କୁ ଗିରଫ କରିଛି । ତେବେ ଗିରଫ ଅଭିଯୁକ୍ତଙ୍କୁ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯାଇଛି । ଏହି ଘଟଣାରେ ପୁର୍ବତନ ଅତିରିକ୍ତ ତହସିଲଦାର, ୫ ଜଣ ଅମିନ, ୨ ଜଣ ଡାଟା ଏଂଟ୍ରି ଅପରେଟର, ୨ ଜଣ ରେକର୍ଡ କିପର ସଂପୃକ୍ତି ଥିବା ପଦାକୁ ଆସିଛି । ତେବେ ଏହି ରିପୋର୍ଟ ଆଧାରରେ ଜମି ମାଲିକ, ଦଲାଲ୍ ଏବଂ ତହସିଲ୍ କର୍ମଚାରୀ ମାନଙ୍କ ନାମରେ ସଦର ତହସିଲ୍‌ଦାର ଶ୍ରୀ ପଣ୍ଡା ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାର ତଦନ୍ତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ପାଇଁ ଆଗକୁ ଆସିଛି ।

ତେବେ ବର୍ତମାନ ସୁଧା ତହସିଲ୍ କାର୍ଯ୍ୟାଳୟର ୩ ଜଣ ଅସାଧୁ କର୍ମଚାରୀ ଓ ଜମି ମାଲିକ ସମେତ ୫ ଜଣଙ୍କୁ ଗିରଫ କରିଛି । ତେବେ ଉପଜିଲ୍ଲାପାଳଙ୍କ ରିପୋର୍ଟକୁ ଆଧାର କରି ଘଟଣାର ଅଧିକରୁ ଅଧିକ ତଦନ୍ତ କରାଗଲେ ଘଟଣାରେ ଲୁଚିଥିବା କର୍ମଚାରୀ ମାନେ ସମ୍ନାକୁ ଆସିବେ । ମାତ୍ର ଅନ୍ୟ ପକ୍ଷରେ ଏହି ଦୁର୍ନୀତି ଘଟଣାର ଭିଜିଲାନ୍ସ ତଦନ୍ତ କରାଯିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking