ମାନସିକ ବିକାରଗ୍ରସ୍ତ ବ୍ୟକ୍ତିର ଥଇଥାନ ପାଇଁ ଦାବୀ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ଆନନ୍ଦ ନଗରଠାରେ ଦିର୍ଘଦିନ ହେଲା ରାସ୍ତା କଡରେ ପାଣି କାଦୁଅରେ ପଡିରହିଛନ୍ତି ଜଣେ ମାନସିକ ବିକାର ଗ୍ରସ୍ତ ବ୍ୟକ୍ତି । ମାତ୍ର ଦୁଃଖର ବିଷୟ ରାଜ୍ୟ ସରକାର ଗରିବ ନିଃଶହାୟ ଲୋକ ମାନଙ୍କ ପାଇଁ ଜନ୍ମଠାରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ପ୍ରଚଳନ କରିଛନ୍ତି । ଅନାଥ ବୃଦ୍ଧବୃଦ୍ଧା, ଯୁବକ ଯୁବତୀ ତଥା ନିରାଶ୍ରୟ ମାନଙ୍କ ଥଇଥାନ ପାଇଁ ଆଶ୍ରୟସ୍ଥଳ ମାନ ସ୍ଥାପନ କରାଯାଇଛି । ସମସ୍ତ ପ୍ରକାର ବ୍ୟବସ୍ଥା ଥାଇ ମଧ୍ୟ ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ରାସ୍ତା କଡରେ ଜୀବନ ବିତାଉଛନ୍ତି । ଏ ସଂପର୍କରେ ଉକ୍ତ ଅଚଂଳର ଲୋକମାନେ ସ୍ଥାନୀୟ ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ । ସଂପୃକ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଥଇଥାନ କରିବା ପାଇଁ ଅନୁରୋଧ ମଧ୍ୟ କରିଥିଲେ । ମାତ୍ର ଦୁଃଖର ବିଷୟ ପୈାରନିର୍ବାହୀ ଅଧିକାରୀ କଥାକୁ ଶୁଣି ନଥିଲେ । ଫଳରେ ବ୍ୟକ୍ତି ଜଣଙ୍କ ଖୋଲା ଆକାଶ ତଳେ ଦିନ କାଟୁଛନ୍ତି । ତେଣୁ ଉକ୍ତ ବ୍ୟକ୍ତିକୁ ଉଦ୍ଧାର କରିବା ସହିତ ଚିକିତ୍ସା କରି ଥଇଥାନ କରିବା ପାଇଁ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here