28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମକ୍କାରେ ପ୍ରଥମ ଥର ମହିଳା ସୁରକ୍ଷାକର୍ମୀ

ମକ୍କାରେ ପ୍ରଥମ ଥର ମହିଳା ସୁରକ୍ଷାକର୍ମୀ

ମକ୍କା: ସାଉଦି ଆରବରେ ବର୍ତ୍ତମାନ ପବିତ୍ର ହଜ୍ ଯାତ୍ରା ଚାଲିଥିବାବେଳେ ପ୍ରଥମ ଥର ମକ୍କାରେ ମହିଳା ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଇଛି । ମକ୍କା ଓ ମଦିନାକୁ ହଜ୍ ଉଦ୍ଦେଶ୍ୟରେ ଆସୁଥିବା ଯାତ୍ରୀଙ୍କ ସୁରକ୍ଷା ଓ କୋଭିଡ୍ କଟକଣା ଉପରେ ଏମାନେ ସତର୍କ ଦୃଷ୍ଟି ରଖିବେ ବୋଲି ଜଣାପଡିଛି । ହଜ୍ ଯାତ୍ରୀଙ୍କୁ ସହାୟତା କରିବା ଏକ ପବିତ୍ର କାର୍ଯ୍ୟ ଏବଂ ଏହି ଦାୟିତ୍ୱ ସମ୍ପାଦନ କରିବାକୁ ସୁଯୋଗ ମିଳିଥିବାରୁ ସେ ନିଜକୁ ଗର୍ବ ଅନୁଭବ କରୁଛନ୍ତି ବୋଲି ମୋନା ନାମ୍ନୀ ଜଣେ ମହିଳା ସୁରକ୍ଷାକର୍ମୀ କହିଛନ୍ତି । ତାଙ୍କର ସ୍ୱର୍ଗୀୟ ପିତା ଦିନେ ମକ୍କାସ୍ଥିତ ମସଜିଦରେ ସୁରକ୍ଷାକର୍ମୀଭାବେ କାର୍ଯ୍ୟ କରୁଥିଲେ । ଏହି ପରମ୍ପରାକୁ ବଜାୟ ରଖିପାରିଥିବାରୁ ସେ ଭାଗ୍ୟବାନ ମନେ କରୁଥିବା ସେ କହିଛନ୍ତି । ସାଉଦି ଆରବ ସରକାର ବର୍ତ୍ତମାନ ମହିଳାଙ୍କୁ ଅଧିକ ସ୍ୱାଧୀନତା ପ୍ରଦାନ କରିବା ଉପରେ ଗୁୁରୁତ୍ୱାରୋପ କରୁଛନ୍ତି । ମହିଳାମାନେ ସେଠାରେ କାର୍ ଚଳାଉଥିବାବେଳେ ପାରିବାରିକ କ୍ଷେତ୍ରରେ ମଧ୍ୟ ପ୍ରଭାବ ବିସ୍ତାର କରିପାରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking