ଅମୃତାଙ୍କ ଚିତ୍ରକଳା ୩୭.୮ କୋଟିରେ ନିଲାମ

ନୂଆଦିଲ୍ଲୀ: ଇଣ୍ଡୋ-ହଙ୍ଗେରିଆନ ଚିତ୍ରଶିଳ୍ପୀ ସ୍ୱର୍ଗତ ଅମୃତା ଶେରଗିଲ୍‌ଙ୍କ ଦ୍ୱାରା ଅଙ୍କିତ ଚିତ୍ରକଳା ‘ଇନ୍ ଦି ଲେଡିଜ୍ ଏନ୍‌କ୍ଲୋଜର’ ଇତିମଧ୍ୟରେ ୩୭.୮ କୋଟି ଟଙ୍କାରେ ନିଲାମ ହୋଇଥିବା ଜଣାପଡିଛି । ୧୯୩୮ରେ ଅମୃତା ଉତ୍ତରପ୍ରଦେଶର ଗୋରଖପୁରସ୍ଥିତ ପାରିବାରିକ ଫାର୍ମ ହାଉସରେ ଅବସ୍ଥାନ କରୁଥିବାବେଳେ ଏହା ଆଙ୍କିଥିଲେ । କୌଣସି ଭାରତୀୟ ଚିତ୍ରଶିଳ୍ପୀଙ୍କ ଦ୍ୱାରା ବିଶ୍ୱରେ ଏଭଳି ଉଚ୍ଚମୂଲ୍ୟରେ ନିଲାମ ହେବାରେ ଏହା ହେଉଛି ଦ୍ୱିତୀୟ ଘଟଣା । ଅମୃତାଙ୍କ ମୃତ୍ୟର ୮୦ ବର୍ଷ ପରେ ତାଙ୍କର ଅନ୍ୟନ୍ୟ କୃତି ଏତେ ଟଙ୍କାରେ ନିଲାମ ହେବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ନିଲାମକାରୀ ସଂସ୍ଥା ସାଫ୍ରନଆର୍ଟ ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here