33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଭବିଷ୍ୟତରେ ଆସିବ ଉଡନ୍ତା କାର୍

ଭବିଷ୍ୟତରେ ଆସିବ ଉଡନ୍ତା କାର୍

ଭୁବନେଶ୍ୱର: ଜାପାନରେ ସ୍କାଇଡ୍ରାଇଭ ନାମକ ଏକ କମ୍ପାନୀ ଅଛି ଯାହା ବାସ୍ତବରେ ଏକ ଫ୍ଲାଇଂ କାର ଟେଷ୍ଟ କରିସାରିଛି । ସେହି କାରର ନାମ ହେଲା ଏସଡି-୦୩ । ଦୁନିଆର ଏହା ସବୁଠୁ ହାଲକା ଫ୍ଲାଇଂ କାର । ସେହି କାରରେ ୮ଟି ଇଂଜିନ ରହିଛି । ଯଦି ଉଡୁଥିବା ସମୟରେ ଗୋଟିଏ ଇଂଜିନ ଖରାପ ହୋଇଯାଏ ତେବେ ବାକି ୭ଟି ଇଂଜିନ ବ୍ୟାକଅପ ପାଇଁ ରହିଛି । ଗୁଜୁରାଟରେ ପିଏଏଲ ଭି ( ପର୍ସନାଲ ଏୟାର ଆଣ୍ଡ ଲ୍ୟାଣ୍ଡ ଭେଇକିଲ), ଯାହା ଏକ ଡଚ୍ କମ୍ପାନୀ ଗୁଜୁରାଟରେ ଲିବର୍ଟି କାରର ପ୍ରଡକ୍ସନ ଆରମ୍ଭ କରିବାକୁ ଯାଉଛି । ଯଦିଓ କେବେ ଏହାର ପ୍ରଡକ୍ସନ ଆରମ୍ଭ ହେବ ସେନେଇ ଘୋଷଣା ହୋଇନାହିଁ । ଏହି ଦୁଇଟି କାର୍ ହେଉଛନ୍ତି ଫ୍ଲାଇଂ କାରର ଉଦାହରଣ । ତେବେ ମୁଖ୍ୟ କଥା ହେଉଛି ଦୁନିଆରେ ଏବେ ଫ୍ଲାଇଂ କାର ସମ୍ଭବ ହୋଇପାରିଛି । ଏମିତି ଟେକ୍ନୋଲୋଜୀ ଆସିଛି ଯାହାଦ୍ୱାରା ଫ୍ଲାଇଂ କାର୍ ନିର୍ମାଣ ହେବା ସମ୍ଭବ । ଏକ ଉଡନ୍ତା କାର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବା ସ୍ୱପ୍ନ ସତ ହୋଇଛି । ତେବେ କମ୍ପାନୀ ଚାହିଁଲେ ଲାର୍ଜ ସ୍କେଲରେ ଏହାକୁ ଲଂଚ କରିପାରିବେ । ମାତ୍ର ଏଯାଏଁ କଣ ପାଇଁ ଏହା ମାର୍କେଟକୁ ଆସିନି । ପ୍ରଥମକଥା ହେଲା ଯଦି ଫ୍ଲାଇଂ କାର ଆସିଲା ତେବେ ଇଂଜିନରେ ଫ୍ୟୁଏଲ ପକାଯିବା ପରେ ଏହା ପ୍ରଦୂଷଣ ବେଶି କରିବ । କାରଣ କାରକୁ ପବନରେ ନିୟନ୍ତ୍ରଣ କରିବା ପାଇଁ ଅଧିକ ଶକ୍ତି ଦରକାର । ସେଥିପାଇଁ ଫ୍ଲାଇଂ କାରକୁ ଇଲେକ୍ଟ୍ରିକ ହେବା ଦରକାର ଏବଂ ଏହା ଇଲେକ୍ଟ୍ରିକ ମଧ୍ୟ ।

ଦୁନିଆରେ ଏବେ ଯାଏଁ ଯେଉଁ ଉଡନ୍ତା କାର୍ ନିର୍ମାଣ ହୋଇଛି ତାହା ମାତ୍ର ୨୩ ମିନିଟ ପର୍ଯ୍ୟନ୍ତ ଯାଇପାରିବ । ହେଲେ ଏହି କାର୍ ଚାର୍ଜ ହେବା ପାଇଁ ଅନେକ ଘଣ୍ଟା ଲାଗେ । ଆଉ ଚାଲେ ମାତ୍ର ୨୦ରୁ ୨୩ ମିନିଟ । ସେଥିପାଇଁ ଦେଖିବାକୁ ଗଲେ ଏହା ସେତେ ଉପଯୋଗୀ ନୁହେଁ । ଆଉ ଗୋଟିଏ କଥା ହେଲା ଉଡନ୍ତା କାର୍ ପାଇଁ ଏକ ଭିନ୍ନ ପ୍ରକାରର ଲାଇସେନ୍ସ ମଧ୍ୟ ଦରକାର । ଡ୍ରାଇଭିଂ ଲାଇସେନ୍ସ ସହ ମିନି ପାଇଲଟ ଲାଇସେନ୍ସ ଆବଶ୍ୟକ ହେବ । ଯେଉଁଥିପାଇଁ ସରକାରଙ୍କୁ ଅଲଗା ଡିପାର୍ଟମେଣ୍ଟ ବନେଇବାକୁ ପଡିବ । ଏହାଛଡା ଅଲଗା ଏୟାର ଟ୍ରାଫିକ କଣ୍ଟ୍ରୋଲ ମଧ୍ୟ ସେଟ୍ କରିବାକୁ ପଡିବ । ଆଉ ସବୁଠୁ ବଡ କାରଣ ହେବ ଟଙ୍କା । ଭାରତରେ ଯଦି ଉଡୁଥିବା କାର୍ ଆସେ ତେବେ ଏହାର ମୂଲ୍ୟ ୧ କୋଟିରୁ କମ ହେବ ନାହିଁ । ଦେଖିବାକୁ ଗଲେ ଟେକ୍ନୋଲୋଜି ଥାଇ ବି ମାର୍କେଟରେ ଫ୍ଲାଇଂ କାର ଆସିପାରୁନି ଏବଂ ଅନେକ ବର୍ଷ ପର୍ଯ୍ୟନ୍ତ ଏହା ଆସି ବି ପାରିବନି । କାରଣ ଏଥିରେ କାହାର ଫାଇଦା ନାହିଁ । ବାଣିଜ୍ୟିକ ଦୃଷ୍ଟିରୁ ହେଉ କି ବ୍ୟବହାର ଦୃଷ୍ଟିରୁ ଏହା ଉପଯୁକ୍ତ ନୁହେଁ । ଯଦି ଭବିଷ୍ୟତରେ ପବ୍ଲିକ ଏଥିପାଇଁ ଡିମାଣ୍ଡ କରନ୍ତି କିମ୍ବା ପଇସା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ହୁଅନ୍ତି ତେବେ ହୁଏତ ଆସିପାରେ । ମାର୍କେଟ ସ୍ଥିତି ବି ସେମିତି ହେବା ଦରକାର । ଯେତେବେଳେ ଭାରତର ଅର୍ଥନୀତି ସେତିକି ଗ୍ରୋ କରିଥିବ, ସମସ୍ତେ ଧନୀ ହୋଇଥିବେ, ସେତେବେଳେ ଏହା ସମ୍ଭବ ହୋଇପାରିବ । ଦେଖିବାକୁ ଗଲେ ପିଏଏଲ-ଭି ଲିବର୍ଟି, ଏରୋ ମୋବିଲ ୩.୦, ଟେରାଫ୍ୟୁଜିଆ ଟ୍ରାନଜିସନ, ଏରୋମୋବିଲ ୪.୦, ବ୍ଲାକଫାଏ, ମୋଲର ସ୍କାଇକାର, ଭଳି ଉଡନ୍ତା କାର୍ ବର୍ତମାନ ସମୟରେ ଆସିବା ପାଇଁ ଯୋଗ୍ୟ । ମାତ୍ର ମାର୍କେଟକୁ ଆସିବାକୁ ଆହୁରି ସମୟ ଲାଗିବ । ୨୦୫୦-୬୦ ବେଳକୁ ହୁଏତ ଆଶା କରାଯାଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking