39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବନ୍ୟା ପ୍ରଭାବିତଙ୍କୁ କ୍ଷତିପୂରଣ ଦାବି କଲେ ବିଜେପି ନେତା

ବନ୍ୟା ପ୍ରଭାବିତଙ୍କୁ କ୍ଷତିପୂରଣ ଦାବି କଲେ ବିଜେପି ନେତା

ଯାଜପୁର: ଯାଜପୁର ଚଳିତ ବର୍ଷ ବନ୍ୟାରେ ଯାଜପୁର ଜିଲ୍ଲା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି । ଏଥିରେ କୋରେଇ ବ୍ଲକର ଅର୍ଦ୍ଧାଧିକ ପଞ୍ଚାୟତ ମଧ୍ୟ ପାଣିଘେରରେ ଥିଲା । କୋରେଇ ବ୍ଲକ ର ଉଭୟ ପାର୍ଶ୍ଵରେ ପ୍ରବାହିତ ବୈତରଣୀ ଓ ଖରସ୍ରୋତା ନଦୀ କୋରେଇବାସୀଙ୍କ ପାଇଁ ବନ୍ୟାର ଦୁଃଖ ଆଣିଛି ।  ଆଜି କୋରେଇ ବିଜେପି ନେତା ବିଶ୍ୱଜିତ୍ ନାୟକ ବନ୍ଦାଳ ଓ ମକୁନ୍ଦପୁର ପଞ୍ଚାୟତର ଏନେକ ଗାଁ ଗସ୍ତ କରି ବନ୍ୟାରେ ପ୍ରଭାବିତ ହୋଇ ଭାଙ୍ଗିଯାଇଥିବା ଘର ଓ ପରିବାରବର୍ଗଙ୍କୁ ସାକ୍ଷାତ କରିଥିଲେ ଏବଂ ସରକାରୀ ସାହାଯ୍ୟ ପାଇଁ ପ୍ରଶାସନ ସହ କଥା ହୋଇଥିଲେ । ବିଜେପି ନେତା ବିଶ୍ୱଜିତ୍ ନାୟକ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବନ୍ୟାର ପ୍ରକୋପ ସାମାନ୍ୟ କମି ଥାଇପାରେ କିନ୍ତୁ ମୋ ଅଞ୍ଚଳରେ ଅନେକ ଘରେ ଏବେବି ଚୁଲି ଜଳିନି । ଜୀବନ ବଞ୍ଚିଯାଇଛି କିନ୍ତୁ ଜୀବିକା ମରିଯାଇଛି । ଚାଷୀର ଫସଲ ଉଜୁଡି ଯାଇଛି ତ କାହାର ମୁଣ୍ଡ ଗୁଞ୍ଜିବାକୁ ଥିବା ଚାଳ ଘର ଖଣ୍ଡେ ଭାଙ୍ଗି ଯାଇଛି ।
ଏହି ଦାରୁଣ ପରିସ୍ଥିତିରେ ପ୍ରଶାସନକୁ ଅନୁରୋଧ କରୁଛି ସରକାରୀ ସାହାଯ୍ୟ କେବଳ ଘୋଷଣାରେ ସୀମିତ ନ ରହି ଟାଳଟୁଳ ନୀତି ଅବଲମ୍ବନ ନ କରି ସରଜମିନ୍ ତଦନ୍ତ କରି ଉଚିତ୍ ଲୋକମାନଙ୍କୁ କ୍ଷତିପୂରଣ ପ୍ରଦାନ କରନ୍ତୁ। ତାଙ୍କ ସହ ଯୁବନେତା ବିକ୍ରମ କେଶରୀ ବିଶ୍ଵାଳ, ଜିଲ୍ଲା ସମ୍ପାଦକ ପ୍ରମୋଦ ନାୟକ, ସମିତି ସଭ୍ୟା ଜୟନ୍ତୀ ସାହୁ, ବିଶ୍ୱତୋଷ୍ ସିହ୍ନା, ବିଷ୍ଣୁ ଚରଣ ରଥ, ବିଦ୍ୟାଧର ସାହୁ, ଅଖିଳ ଜେନା, ବଳରାମ ରଥ, ଏସ. କେ ଇସଲାମ ପ୍ରମୁଖ ଉପସ୍ଥିତ ରହି ବନ୍ୟାଞ୍ଚଳ ଗସ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking