30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପ୍ରଥମ ପର୍ଯ୍ୟାୟ ଲୋକସଭା ଭୋଟ: ଥମିଲା ପ୍ରଚାର, ନେତାଙ୍କ ଛାତି ଧଡଧଡ

ପ୍ରଥମ ପର୍ଯ୍ୟାୟ ଲୋକସଭା ଭୋଟ: ଥମିଲା ପ୍ରଚାର, ନେତାଙ୍କ ଛାତି ଧଡଧଡ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ବିଗୁଲ ବାଜି ସାରିଥିବା ବେଳେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ନେତା । ତେବେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରଚାର ଶେଷ ହୋଇଛି । ଆସନ୍ତା ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଥିବା ବେଳେ ଆଜି ସନ୍ଧ୍ୟା ୫ଟା ସୁଦ୍ଧା ପ୍ରଚାର ଶେଷ ହୋଇଛି । ତେବେ ନିର୍ବାଚନ ପ୍ରଚାରର ଶେଷ ଦିନରେ ରୋଡ ଶୋରେ କମ୍ପେଇଥିଲେ ନେତା କର୍ମୀ । ଗଡ ଦଖଲ କରିବା ପାଇଁ ମାଳମାଳ ପ୍ରତିଶ୍ରୁତି ପେଡି ଖୋଲିଥିଲେ ଦଳ । ଶେଷ ଦିନରେ ଭୋଟରଙ୍କ ମନ ଜିଣିବାକୁ ସମସ୍ତ ଦଳ ଜୋରସୋର ପ୍ରସ୍ତୁତି କରିଥିଲେ । ଗାଁରୁ ସହର ସବୁଠି ଶୁଭୁଥିଲା ନିର୍ବାଚନୀ ସ୍ୱର । ମୋଟ ୩୧୦୭ ଜଣ ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସେଥିରୁ ୨୧୧୭ ପତ୍ରକୁ ଗ୍ରହଣ କରାଯାଇଥିଲା । ୮୬୩ ନାମାଙ୍କନ ପତ୍ରକୁ ପ୍ରତ୍ୟାଖାନ କରାଯାଇଥିବା ବେଳେ ୧୩୦ଜଣ ପ୍ରତ୍ୟାହାର କରିଥିଲେ । ତେବେ ନିୟମ ଅନୁସାରେ ଭୋଟ ଦେବାର ୪୯ ଘଣ୍ଟା ପୂର୍ବରୁ ସାଧାରଣ ସଭା, ରୋଡ୍ ସୋ ଏବଂ ଶୋଭାଯାତ୍ରା ଉପରେ ନିଷେଧାଦେଶ ରହିଛି । ପ୍ରଚାରର ଶେଷ ଦିନରେ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା, ରାହୁଲ ଗାନ୍ଧୀ ନିର୍ବାଚନ ଯୁଦ୍ଧରେ ଜିତିବା ପାଇଁ ନିଜର ସମ୍ପୂର୍ଣ୍ଣ ଶକ୍ତି ଲଗାଇଥିବା ଦେଖିବାକୁ ମିଳିଛି ।

ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟରେ ୧୦୨ଟି ଆସନରେ ପଡିବ ଭୋଟ । ସୂଚନା ଅନୁସାରେ, ନିର୍ବାଚନୀ ପ୍ରଚାରର ଶେଷ ଦିନରେ ବିଭିନ୍ନ ଦଳର ବଡ ବଡ କାର୍ଯ୍ୟକ୍ରମ ରହିଥିଲା । ଆରୋପ ପ୍ରତ୍ୟାରୋପ ମଧ୍ୟରେ ଶେଷ ହୋଇଥିଲା ପ୍ରଚାର । ସାହାରନପୁରରେ କଂଗ୍ରେସ ପାର୍ଟିର ମହାସଚିବ ଏକ ରୋଡ ଶୋ କରିଥିଲେ । ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର-ପୂର୍ବ ରାଜ୍ୟରେ ରାଲି କରି ବିରୋଧୀଙ୍କ ଉପରେ ବର୍ଷିଥିଲେ । ୨୦୧୯ ନିର୍ବାଚନ କଥା ଯଦି ଦେଖିବା ତାହେଲେ ବିଜେପି ବମ୍ପର ବହୁମତ ସହିତ ବାଜି ମାରିଥିଲା । ୨୦୨୪ରେ ଏନଡିଏ ୪୦୦ରୁ ଅଧିକ ନାରା ଦେଇ ପୂର୍ବ ପ୍ରଦର୍ଶନ ଅପେକ୍ଷା ଭଲ କରିବାକୁ ଚେଷ୍ଟା କରୁଛି । ଅନ୍ୟପଟେ ଇଣ୍ଟିଆ ମେଣ୍ଟ ମଧ୍ୟ ଏନଡିଏର ବିଜୟ ରଥକୁ ରୋକିବାକୁ ଚେଷ୍ଟା କରୁଛି । ତେବେ ପୂର୍ବ ସିଟ୍‌ରେ ବିଜୟୀ ଧାରା ଜାରି ରଖିବା ଚଳିତ ନିର୍ବାଚନରେ ବିଜେପି ପାଇଁ ବଡ ଆହ୍ୱାନ ରହିଛି । ଅନ୍ୟପଟେ ଇଣ୍ଟିଆ ମେଣ୍ଟ ସମସ୍ତ ଶକ୍ତି ପ୍ରୟୋଗ କରି ଦୁର୍ଗ ଭାଙ୍ଗିବାକୁ ଚେଷ୍ଟା କରୁଛି ।

କେଉଁଠାରେ ହେବ ପ୍ରଥମ ପର୍ଯ୍ୟାୟ ଭୋଟ: ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯ ତାରିଖରେ ୨୧ଟି ରାଜ୍ୟରେ ୧୦୨ଟି ଆସନରେ ଭୋଟ ଗ୍ରହଣ କରାଯିବ । ପ୍ରଥମ ପର୍ଯ୍ୟାୟ ଭୋଟିଂ ପାଇଁ ନିର୍ବାଚନ କମିଶନରଙ୍କ ଦ୍ୱାରା ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ୧୯ ଏପ୍ରିଲରେ ନିର୍ବାଚନ ହେବାକୁ ଥିବା ବେଳେ ଜୁନ ୪ରେ ପ୍ରକାଶ ପାଇବ ରେଜଲ୍ଟ । ପ୍ରଥମ ପର୍ଯ୍ୟାୟରେ ୧୦୨ ଟି ସିଟ୍ ମଧ୍ୟରୁ ତାମିଲନାଡୁର ସର୍ବାଧିକ ୩୯ଟି ସିଟ୍ ଅଛି । ଭୋଟରମାନେ ପ୍ରାର୍ଥୀଙ୍କ ଭାଗ୍ୟ ସ୍ଥିର କରିବେ । ରାଜସ୍ଥାନରୁ ୧୨, ଉତ୍ତରପ୍ରଦେଶରୁ ୮, ଉତ୍ତରାଖଣ୍ଡରୁ ୫, ଅରୁଣାଚଳ ପ୍ରଦେଶରୁ ୨, ବିହାରରୁ ୪, ଛତିଶଗଡରୁ ୧, ଆସାମରୁ ୪, ମଧ୍ୟପ୍ରଦେଶରୁ ୬, ମହାରାଷ୍ଟ୍ରରୁ ୫, ମେଘାଳୟରୁ ୨, ମିଜୋରାମରୁ ୧, ତ୍ରିପୁରାରେ ୧ ଟି, ପଶ୍ଚିମବଙ୍ଗର ୩ ଟି ଆସନ, ଜମ୍ମୁ କାଶ୍ମୀରର, ଆଣ୍ଡାମାନ ନିକୋବର, ଲକ୍ଷାଦ୍ୱୀପ ଏବଂ ପୁଡୁଚେରୀରେ ଗୋଟିଏ ସିଟ୍‌ର ମତଦାନ ହେବ ।

ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ନିର୍ବାଚନମଣ୍ଡଳୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ନିର୍ବାଚନମଣ୍ଡଳୀ ମଧ୍ୟରେ ଆସାମର ଦିବ୍ରୁଗଡ ଏବଂ ସୋନୀତପୁର, ବିହାରର ଜାମୁଇ, ଛତିଶଗଡର ବସ୍ତର, ଜାମ୍ମୁ କାଶ୍ମୀରର ଉଧମପୁର, ମଧ୍ୟପ୍ରଦେଶର ଚିଣ୍ଡୱାର ଏବଂ ରାଜସ୍ଥାନର ବିକାନେର ରହିଛି । ସେହିପରି ତାମିଲନାଡୁର ଉତ୍ତର, ଦକ୍ଷିଣ ଚେନ୍ନାଇ, ସେଣ୍ଟ୍ରାଲ ଏବଂ କୋଏମ୍ବାଟୁର, ଉତ୍ତରପ୍ରଦେଶର ମୁଜାଫରନାଗର ଏବଂ ପିଲିବିଟ୍‌, ଏବଂ ପଶ୍ଚିମବଙ୍ଗର କୋଚବେହାର ।
ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ଚେହେରା: ୨୦୨୪ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଜିତେନ୍ଦ୍ର ସିଂ (ଉଧମପୁର), ଚିରାଗ ପାସୱାନ (ଜାମୁଇ), ନକୁଳ ନାଥ (ଚିଣ୍ଡୱାରା), କେ ଅନ୍ନାମଲାଇ (କୋଏମ୍ବାଟୁର), ଏଲ ମୁରୁଗାନ (ନୀଳଗିରି), ତାମିଲସାଇ ସୌନ୍ଦରାରାଜନ (ଚେନ୍ନାଇ ସାଉଥ), ପନ୍ ରାଧାକ୍ରିଷ୍ଣନ୍ (କନ୍ୟାକୁମାରୀ), କାନିମୋଝି କରୁଣାନିଧି (ଥୋଥୁକ୍କୁଡି), ଭି ଭୈଥିଲିଙ୍ଗମ୍ (ପୁଡୁଚେରୀ), ହରେନ୍ଦ୍ର ସିଂ ମଲିକ୍ (ମୁଜାଫରନଗର), ସଞ୍ଜିବ ବାଲିଆନ୍ (ମୁଜାଫରନଗର), ଜିତିନ ପ୍ରସାର, (କୁଚବେହାର), ଯିତେନ ପ୍ରସାଦ(ପିଲିଭିଟ), ନିତିଶ ପ୍ରମାଣିକ(କୁଚବେହାର) ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking