40.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶକୁତ୍ରିମ ବର୍ଷାରେ ବୁଡିଲା ଦୁବାଇ; ଓମାନରେ ୧୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

କୁତ୍ରିମ ବର୍ଷାରେ ବୁଡିଲା ଦୁବାଇ; ଓମାନରେ ୧୮ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ଦୁବାଇ: ଦୁବାଇରେ ରେକର୍ଡ ଭଙ୍ଗା ବର୍ଷା । ଗତ ୨ ଦିନ ଧରି ଦୁବାଇରେ ପ୍ରବଳ ବର୍ଷା ୭୫ ବର୍ଷର ରେକର୍ଡ ଭାଙ୍ଗିଛି । ବର୍ଷକ ମଧ୍ୟରେ ଦୁବାଇରେ ଯେତିକି ବର୍ଷା ହୋଇଥାଏ ମାତ୍ର ୨ ଦିନରେ ସେତିକି ବର୍ଷା ଦେଖିଛନ୍ତି ସେଠାକାର ନାଗରିକ । ବିମାନବନ୍ଦରଠୁ ନେଇ ବଡ ବଡ ମଲ ଗୁଡିକ ବର୍ଷା ଜଳରେ କବଳିତ । ପଡୋଶୀ ଦେଶ ଓମାନ, କତାର, ବାହାରିନ୍‌, ସାଉଦି ଆରବରେ ମଧ୍ୟ ବର୍ଷା ହୋଇଛି । ହଠାତ ଏଭଳି ବର୍ଷା ଜନଜୀବନ ଅସ୍ତବ୍ୟସ୍ତ କରିପକାଇଛି । ରାସ୍ତା ଘାଟ ସବୁଠି ପାଣି ହିଁ ପାଣି । ଗାଡି ମଟର ଚଳାଚଳରେ ବାଧା ସୃଷ୍ଟି ହୋଇଛି । ମରୁଭୂମି ଅଞ୍ଚଳରେ ଏତେ ପରିମାଣର ବର୍ଷା ସମସ୍ତଙ୍କୁ ଚକିତ କରିଛି । ଏତେ ପରିମାଣ ବର୍ଷା ହଠାତ କାହିଁକି ହେଲା ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଛି । ଦୁବାଇରେ ଏହି ଭାରି ବର୍ଷାର କାରଣ ହେଉଛି କ୍ଲାଉଡ ସିଡିଙ୍ଗ୍ । ଏହି କ୍ଲାଉଡ ସିଡିଙ୍ଗକୁ ଆର୍ଟିଫିସିଆଲ ବର୍ଷା (କୃତ୍ରିମ ବର୍ଷା) ମଧ୍ୟ କୁହାଯାଏ । ଏହାଦ୍ୱାରା ବର୍ଷା କମ ହେଉଥିବା ସ୍ଥାନରେ ବର୍ଷା କରାଯାଏ ।

ଦୁବାଇରେ ଏହାର ଟେଷ୍ଟ କରାଯାଉଥିବା ବେଳେ କୌଣସି କାରଣବଶତଃ ଏହି ପ୍ରକ୍ରିୟାରେ ଗଡବଡ ହୋଇଯାଇଥିଲା । ଏହି ଅସାବଧାନତା କାରଣରୁ ଦୁବାଇରେ ଏଭଳି ଭୟଙ୍କର ବର୍ଷା ହୋଇଛି । ରିପୋର୍ଟ ଅନୁଯାୟୀ, ଦୁବାଇର ଅଲ ଏନ ଏୟାରପୋର୍ଟରୁ କ୍ଲାଉଡ ସିଡିଙ୍ଗ ପାଇଁ ବିମାନ ଉଡାଣ ଭରିଥିଲା । ସୋମବାର ଓ ମଙ୍ଗଳବାର ମଧ୍ୟରେ ପାଖାପାଖି ୭ଥର ବିମାନକୁ ଉଡାଯାଇଥିଲା । ଏହି ପ୍ରକ୍ରିୟାରେ ତ୍ରୁଟି ଦେଖିବାକୁ ମିଳିଥିଲା । ଏହି ପ୍ରକ୍ରିୟାରେ ଯେତିକି ପରିମାଣର ଧୂଳିକଣା ବାୟୁମଣ୍ଡଳରେ ସାମିଲ ହେବା କଥା ତାଠାରୁ ଅଧିକ ପରିମାଣର ହୋଇଯାଇଥିଲା । ଯେଉଁଥିପାଇଁ ଏତେମାତ୍ରାରେ ବର୍ଷା ଦେଖିବାକୁ ମିଳିଛି । ତେବେ ଏହି ବର୍ଷା କେବଳ ଦୁବାଇରେ ନୁହେଁ ବରଂ ଏହାର ପଡୋଶୀ ଦେଶରେ କଣ ପାଇଁ ହେଲା ତାହା ଏବେସୁଦ୍ଧା ସ୍ପଷ୍ଟ ହୋଇନାହିଁ ।

ଦୁବାଇରେ ୨ ଦିନ ମଧ୍ୟରେ ହୋଇଥିବା ବର୍ଷା ୭୫ ବର୍ଷର ରେକର୍ଡ ଭାଙ୍ଗିବାରେ ସକ୍ଷମ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ରାସ୍ତାଘାଟ ବୁଡି ଯିବା ସହ ସେଠାକାର ନାଗରିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ରାସ୍ତା ଉପରେ ଗାଡି ମଟର ବୁଡି ଯାଉଥିବାର ଦେଖିବାକୁ ମିଳିଛି । ସାଧାରଣତଃ ୟୁଏଇରେ ଖୁବ କମ୍ ବର୍ଷା ହୋଇଥାଏ । ଯେଉଁଥିପାଇଁ ଏଠାରେ ଜଳ ନିଷ୍କାସନ ବ୍ୟବସ୍ଥା ଏତେ ଉଚ୍ଚକୋଟୀର ନୁହେଁ । ଯଦି ସେଠାରେ ସ୍ୱାଭାବିକ ଠାରୁ ଅଧିକ ମାତ୍ରାରେ ବର୍ଷା ହୋଇଥାଏ ତେବେ ସେଠାକାର ଅବସ୍ଥା ବେହାଲ ହୋଇପଡେ । ବନ୍ୟା ସ୍ଥିତି ଦେଖିବାକୁ ମିଳିଥାଏ । ପଡୋଶୀ ଦେଶ ବାହାରିନ୍‌, କତାର, ସାଉଦି ଆରବରେ ମଧ୍ୟ ଏହି ବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଅନ୍ୟପଟେ ଓମାନରେ ପ୍ରବଳ ବର୍ଷା କାରଣରୁ ବନ୍ୟା ସୃଷ୍ଟି ହୋଇଛି । ବନ୍ୟା ବିତ୍ପାତରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇ ୧୮ରେ ପହଞ୍ଚିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking