29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଲିଭୁନି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ

ଲିଭୁନି କାଲିଫର୍ଣ୍ଣିଆ ଜଙ୍ଗଲ ନିଆଁ

ନୂଆଦିଲ୍ଲୀ : ଆମେରିକାର କାଲିଫର୍ଣ୍ଣିଆ ପ୍ରଦେଶରେ ଜଙ୍ଗଲ ନିଆଁ ବିସ୍ଫୋରକ ରୂପ ନେଇଛି । ଏହାପରେ ଉକ୍ତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଜରୁରୀ ସ୍ଥିତି ଘୋଷଣା କରାଯାଇଛି । ୟୋସେମାଇଟ୍ ନ୍ୟାସନାଲ ପାର୍କ ନିକଟରେ ଜଙ୍ଗଲ ନିଆଁ ଭୟଙ୍କର ଭାବେ ମାଡ଼ିବାରେ ଲାଗିଛି । ଏହାକୁ ନିୟନ୍ତ୍ରଣ ପାଇଁ ଅଗ୍ନିଶମ କର୍ମଚାରୀମାନେ ସଂଘର୍ଷ କରୁଛନ୍ତି । ଏହା ସେମାନଙ୍କ ପାଇଁ ବେଶ୍ ଚ୍ୟାଲେଞ୍ଜପୂର୍ଣ୍ଣ ହେଉଥିବା କାଲିଫର୍ଣ୍ଣିଆ ଅଗ୍ନିଶମ ବିଭାଗ ପକ୍ଷରୁ କୁହଯାଇଛି । ଏହି ଭୟଙ୍କର ଜଙ୍ଗଲ ନିଆଁରେ ଏ ପର‌୍ୟ୍ୟନ୍ତ ୬,୦୦୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଘର ଧ୍ୱଂସ ହୋଇସାରିଲାଣି । ଏହାକୁ ଦୃଷ୍ଟିରେ ରଖି ମାରିପୋସା କାଉଣ୍ଟିରେ ଜରୁରି ସ୍ଥିତି ଘୋଷଣା କରାଯାଇଛି ।
ଜରୁରି ସ୍ଥିତି ଘୋଷଣା ହେବା ଦ୍ୱାରା ନିଆଁକୁ ଆୟତ୍ତ ପାଇଁ ବାଇଡେନ୍ ପ୍ରଶାସନ ହସ୍ତକ୍ଷେପ କରିବ । ନଆଁ ଲିଭାଇବା ପାଇଁ ପ୍ରାୟ ୪୦୦ ଅଗ୍ନିଶମ କର୍ମଚାରୀ ଏବଂ ୪ ହେଲିକପ୍ଟର ମୁତୟନ କରାଯାଇଛି । ଆସନ୍ତା ସପ୍ତାହ ପର‌୍ୟ୍ୟନ୍ତ ଅଗ୍ନିଶମ କର୍ମଚାରୀମାନେ ନିଆଁକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇପାରିବେ ନାହିଁ ବୋଲି ବିଭାଗ ପକ୍ଷରୁ ଆଶଙ୍କା କରାଯାଇଛି । ଅନ୍ୟପକ୍ଷରେ ଉଦ୍ଧାର କରାଯାଇଥିବା ଲୋକଙ୍କୁ ଆଶ୍ରୟ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇବାରେ ସମସ୍ୟା ଉପୁଜୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking