31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଏମ୍ସର ୯ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ

ଏମ୍ସର ୯ ମହଲାରେ ଭୟଙ୍କର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ବିଲ୍ଡିଂ ୯ ମହଲାରେ ଅଗ୍ନିକାଣ୍ଡ ଘଟିବାରୁ ସେଠାକୁ ତୁରନ୍ତ ୨୨ଟି ଦମକଳ ପଠାଯାଇଥିଲା । ଏମ୍ସରେ ନିଆଁ ଲାଗିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଅଗ୍ନିକାଣ୍ଡରେ କୌଣସି ରୋଗୀ ଆହତ ବା ମୃତାହତ ହୋଇନଥିବା ଜଣାପଡିଛି । ଅଗ୍ନିକାଣ୍ଡ ଘଟିଥିବା ୯ ମହଲାରେ କୌଣସି ୱାର୍ଡ ନଥିଲା, କାରଣ ସେଠାରେ ମୁଖ୍ୟତଃ କେତେକ ଅଫିସ୍ ଏବଂ ଲ୍ୟାବ୍ ରୁମ ଥାଏ । ଗତକାଲି ବିଳମ୍ବିତ ରାତିରେ ହସ୍ପିଟାଲର ୯ ମହଲାସ୍ଥିତ ”କନ୍‌ଭଜେନ୍‌ସ୍‌ ବ୍ଲକ୍‌’ରେ ଅଗ୍ନିକାଣ୍ଡ ଘଟିଥିଲା ତେବେ ୯ ତାଲାରେ ଥିବା ଗୋଟାଏ ରେଫ୍ରିଜେରେର୍ଟରେ ସର୍ଟ ସର୍କିଟ୍ ଘଟିବା କାରଣରୁ ନିଆଁ ଲାଗିଥିଲା । ରାତି ଅଧ ବେଳକୁ ନିଆଁ ଲିଭାଇ ଦିଆଯାଇଥିବା କଥା ଦିଲ୍ଲୀ ଅଗ୍ନିଶମ ବିଭାଗ କହିଛି । କିନ୍ତୁ ଏହି ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇଛି, ତାହା ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking