31.1 C
Bhubaneswar
Wednesday, August 12, 2026
Homeଓଡିଶାଜୟଦେବ ବିହାରର କୋରିୟର କମ୍ପାନିରେ ଅଗ୍ନିକାଣ୍ଡ

ଜୟଦେବ ବିହାରର କୋରିୟର କମ୍ପାନିରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳରେ ଥିବା ଏକ କୋରିୟର କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଞ୍ଜନୀ କୋରିୟର ସର୍ଭିସରେ ହଠାତ ନିଆଁ ଲାଗିଯିବାରୁ ପ୍ରାଣପଣେ ଧାଁ ଦୌଡ ଆରମ୍ଭ ହୋଇଥିଲା । ଆଖି ପିଛୁଳାକେ ନିଆ ବ୍ୟାପିଯାଇ ଅନେକ କୋରିୟର ସାମଗ୍ରୀ ଜଳିପୋଡି ନଷ୍ଟ ହୋଇଯାଇଥିବା ଜଣାପଡିଛି । ଅଗ୍ନିକାଣ୍ଡରେ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଅଗ୍ନିଶମ ବାହିନୀ । ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି ଅପରେସନ ଚଳାଇ ନିଆଁକୁ ଆୟତ୍ତ କରିଥିଲେ । ଫଳରେ ନିଆଁ ଆଖପାଖ ଅଞ୍ଚଳକୁ ବ୍ୟାପିବାରୁ ରୋକାଯାଇପାରିଥିଲା । ତେବେ ଅଗ୍ନିକାଣ୍ଡରେ କେତେ ପରିମାଣର କୋରିୟର ସାମଗ୍ରୀ ନଷ୍ଟ ହୋଇଛି , ତାହା ଆକଳନ ହୋଇନାହିଁ । କେଉଁ କାରଣରୁ ନିଆଁ ଲାଗିଥାଇପାରେ ସେନେଇ ଯାଞ୍ଚ କରାଯାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking