29.1 C
Bhubaneswar
Monday, May 6, 2024
Homeଓଡିଶାବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଅଗ୍ନିକାଣ୍ଡ

ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ଅଗ୍ନିକାଣ୍ଡ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଖମାର ଗ୍ରାମରେ ଓହଳିଥିବା ବିଦ୍ୟୁତ ତାର ଲାଗି ଅଗ୍ନିକାଣ୍ଡ ଘଟିଛି । ଓହଳିଥିବା ବିଦ୍ୟୁତ ତାରର ମରାମତି ନିମନ୍ତେ ସଂପୃକ୍ତ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ ସତ୍ୱେ ମରାମତି ନହେବା ଯୋଗୁଁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଗ୍ରାମବାସୀ କହିଛନ୍ତି ।
ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଖମାର ଗ୍ରାମର ନିତ୍ୟନନ୍ଦ ରାଉତ ତାଙ୍କ ବିଲରୁ ଗାଡିରେ ନଡା ଲୋଡ କରି ଘରକୁ ଆଣୁଥିଲେ । ମାତ୍ର ଦୁର୍ଭାଗ୍ୟ ବସତଃ ନଡା ଗାଡିଟି ବିଦ୍ୟୁତ୍ ତାର ସଂଷ୍ପର୍ଶରେ ଆସିବାରୁ ଅଗ୍ନିକାଣ୍ଡ ଘଟି ପ୍ରାୟ ୧୦ ହଜାର ନଡା ସଂପୁର୍ଣ୍ଣ ପୋଡି ଯାଇଥିବା ଜଣାପଡିଛି । ଗ୍ରାମର ବହୁ ଯାଗାରେ ତାର ଗୁଡିକ ପୁରୁଣା ହେବାରୁ ଓହଳି ମୁଣ୍ଡଠାରୁ ଅଳ୍ପ ଦୁରରେ ପହଂଚିଲାଣି । ଦୁର୍ବଳ ହୋଇଥିବା ତାର ଗୁଡିକ ବଦଳାଇବା ଓ ଓହଳି ଯାଇଥିବା ତାର ଗୁଡିକ କିପରି ଉଚରେ ରଖିବା ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଲିଖିତ ଭାବେ ଜଣାଇଥିଲେ ମଧ୍ୟ ଏହାର କୈାଣସି ପରିବର୍ତନ ହେଉନାହିଁ । ବିଭାଗୀୟ ଅଧିକାରୀ ଓ ସ୍ଥାନୀୟ ଜେଇଙ୍କ ମନମୁଖି କାର୍ଯ୍ୟ ଯୋଗୁଁ ସ୍ଥାନୀୟ ଅଂଚଳରେ ଏଭଳି ଦୁର୍ଘଟଣା ଦିନକୁ ଦିନ ବଢିବାରେ ଲାଗୁଛି । ସ୍ଥାନୀୟ ଯୁବକ ତଥା ଗ୍ରାମବାସୀଙ୍କ ମଳିତ ଉଦ୍ୟମରେ ଅଗ୍ନିକାଣ୍ଡକୁ ଆୟତ କରାଯାଇଥିଲା । ଗ୍ରାମର ଯେଉଁ ସ୍ଥାନ ଗୁଡିକରେ ଦୁର୍ବଳ ହୋଇଥିବା ତାର ଗୁଡିକ ବଦଳାଇବ ସହିତ ଓହଳି ଥିବା ତାର ଗୁଡିକରେ ପ୍ଲାଷ୍ଟିକ କଭର ଲଗାଇବା ପାଇଁ ଦାବୀ କରିଛନ୍ତି । ପରେ ବିଦ୍ୟୁତ ବିଭାଗ ଦାୟିତ୍ୱରେ ଥିବା ଜେଇ ଅନିଲ ବାବୁଙ୍କ ପଚାରିବାରୁ ସେ ଏହି ତାର ଗୁଡିକର ମରାମତି କରିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking