30.1 C
Bhubaneswar
Sunday, May 19, 2024
Homeଅପରାଧସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ

ସ୍ୱାମୀକୁ ହତ୍ୟା କଲା ନୃଶଂସ ସ୍ତ୍ରୀ

କୋରାପୁଟ: ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଅଛି କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ ଅନ୍ତର୍ଗତ ସାମ୍ବାଇ ପଞ୍ଚାୟତ ର ମଶାଣୀଗୁଡା ଗ୍ରାମର ଜଙ୍ଗଲରେ ।
କୋଟିଆ ଗ୍ରାମ ପଞ୍ଚାୟତ ର ସରପଞ୍ଚ ବିଶ୍ୱନାଥ ଖିଲ ଙ୍କ ସୂଚନା ଅନୁଯାଇ ଗତ ବୁଧବାର କୋଟିଆ ପଞ୍ଚାୟତ ର ଟାଉପଦର ଗ୍ରାମର ସୁନ୍ଦୁରୁ ହାନ୍ତାଳ (୪୮) ତାଙ୍କ ସ୍ତ୍ରୀ କୁଜି ହନ୍ତାଳ ଙ୍କ ସହ ସାମ୍ବାଇ ପାଞ୍ଚାୟତ ର ମଶାଣୀଗୁଡା ଗ୍ରାମର ନିଜର ବନ୍ଧୁ ଘରକୁ ଆସିଥିବା ବେଳେ ଆଜି ସୁନ୍ଦୁରୁ ଗେମେଲ ଙ୍କ ମୃତ ଦେହ ମଶାଣୀଗୁଡା ନିକଟସ୍ଥ ଜଙ୍ଗଲ କୁଡୁମା ପାହାଡ ରେ ପଡିରହିଥିବା ନେଇ ସୂଚନା ମିଳିଥିଲା।ଏହାପରେ ମୃତକ ପରିବାର ବର୍ଗଙ୍କ ସହ ଘଟଣା ସ୍ଥଳକୁ ପହଞ୍ଚି ଦେଖିଲା ବେଳକୁ ମୃତ ବ୍ୟକ୍ତିଙ୍କ ବାମପ୍ରାସ୍ବ ମୁଣ୍ଡରେ ଆଘାତ,ବେକରେ ରସି ଚିହ୍ନ ରହିଥିବା ଏବଂ ଗୁପ୍ତାଙ୍ଗ କୁ ବାଡେଇ ଥିବା ଦେଖିବାକୁ ପାଇଥିବା ବେଳେ ତାଙ୍କ ପରିବାର ବର୍ଗ ପଟାଙ୍ଗି ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ ପ୍ରଦାନ କରିବା ପରେ ଥାନା ଅଧିକାରୀ ଆଇ ଆଇ ସି କୈବଲ୍ୟ ସେଠ ଙ୍କ ସହ ଏ ଏସ ଆଇ ସୁବାସ ନାୟକ ଏବଂ ଅନ୍ୟ କର୍ମଚାରୀ ଘଟଣା ସ୍ଥଳକୁ ପହଞ୍ଚି ମୃତ ସରିରଟିକୁ ଜବତ କରିବା ସହ ପଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ କରିବା ନିମନ୍ତେ ନେଇ ଥିବା ବେଳେ ସନ୍ଧ୍ୟା ସମୟ ହୋଇଯାଇଥିବା କାରଣରୁ ଗୁରୁବାର ବ୍ୟବଛେଦ କରାଯିବା ନେଇ ଜଣାପଡିଅଛି।ସୂଚନା ଅନୁଯାଇ ମୃତ ବ୍ୟକ୍ତି ଙ୍କ ସ୍ତ୍ରୀ କୁଜି ହନ୍ତାଳ ମୁ ନିଜେ ସ୍ୱାମୀଙ୍କୁ ହତ୍ୟା କରିଥିବା ନେଇ ସ୍ୱୀକାର କରିଥିବା ନେଇ ଜଣାପଡ଼ିଥିବା ବେଳେ ଜଣେ ସ୍ତ୍ରୀ ହିଁ ଏଭଳି ଜଘନ୍ୟ କାଣ୍ଡକରିବାରେ ସକ୍ଷମ ହୋଇନଥିବା ନେଇ ଏବଂ ଏଥିରେ କିଛି ବ୍ୟକ୍ତି ସାମିଲ ରହିଥିବା ନେଇ ଗ୍ରାମବାସୀ ସନ୍ଧେହ କରୁଥିବା ନେଇ ଜଣାପଡିଅଛି।(କୋରପୁଟ ରୁ ଅଭିନାଶ ଜାନାମ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking