34.1 C
Bhubaneswar
Saturday, April 27, 2024
Homeଖେଳଫିଫା ବିଶ୍ୱକପ୍ କ୍ୱାଲିଫାୟର୍‌; ଭାରତ-ଆଫଗାନିସ୍ତାନ ମ୍ୟାଚ୍ ଗୋଲ୍‌ଶୂନ୍ୟ

ଫିଫା ବିଶ୍ୱକପ୍ କ୍ୱାଲିଫାୟର୍‌; ଭାରତ-ଆଫଗାନିସ୍ତାନ ମ୍ୟାଚ୍ ଗୋଲ୍‌ଶୂନ୍ୟ

ନୂଆଦିଲ୍ଲୀ : ସାଉଦି ଆରବର ଡମକ୍ ଷ୍ଟାଡିୟମ୍‌ରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ୨୦୨୬ ଫିଫା ବିଶ୍ୱକପ୍ କ୍ୱାଲିଫାୟର୍ ମ୍ୟାଚ୍ ଗୋଲ୍‌ଶୂନ୍ୟ ଭାବେ ଡ୍ର’ରେ ଶେଷ ହୋଇଛି । ମ୍ୟାଚ୍ ଡ୍ର’ ରହିବାରୁ ଭାରତୀୟ ଟିମ୍ ଗୁରୁତ୍ୱପୂର୍ଣ୍ଣ ୩ ପଏଣ୍ଟ୍ ହାସଲ କରିବାରୁ ବଞ୍ଚିତ ହୋଇଛି । ଫଳରେ ଭାରତର ତୃତୀୟ ରାଉଣ୍ଡ୍‌ରେ ପ୍ରବେଶ ଆଶାକୁ ଝଟ୍‌କା ଲାଗିପାରେ । ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲେ ପଏଣ୍ଟ୍ ଟେବଲ୍‌ରେ ଅଧିକ ବ୍ୟବଧାନ ସହ କୁଏତ୍ ଆଗରେ ରହିଥାନ୍ତା । ଭାରତ ଏବେ କୁଏତ୍‌ଠାରୁ ମାତ୍ର ଗୋଟିଏ ପଏଣ୍ଟ୍ ଆଗରେ ଦ୍ୱିତୀୟ ସ୍ଥାନରେ ରହିଛି ।
ଗୁରୁବାର ରାତିରେ ଖେଳାଯାଇଥିବା ମ୍ୟାଚ୍‌ରେ ଭାରତୀୟ ଟିମ୍ ଆକ୍ରମଣାତ୍ମକ ଆରମ୍ଭ କରିଥିଲା । କ୍ୟାରିୟର୍‌ର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳୁଥିବା ବିକ୍ରମ ପ୍ରତାପ ସିଂହ ନିଜ ପ୍ରଦର୍ଶନରେ ଆଫଗାନିସ୍ଥାନ ଡିଫେଣ୍ଡର୍‌ଙ୍କୁ ଦ୍ୱନ୍ଦ୍ୱରେ ପକାଇଥିଲେ । ଏଥିରେ ମନବୀର ସିଂହ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ । ପ୍ରଥମାର୍ଦ୍ଧରେ ଟିମ୍ ସମ୍ପୂର୍ଣ୍ଣ ପ୍ରଧାନ୍ୟ ବିସ୍ତାର କରିଥିଲେ ମଧ୍ୟ ଗୋଲ୍ କରିପାରିନଥିଲା । ଦ୍ୱିତୀୟାର୍ଦ୍ଧରେ ଉଭୟ ଟିମ୍‌କୁ କେତେକ ସୁଯୋଗ ମିଳିଥିଲେ ମଧ୍ୟ ନିୟମିତ ସମୟରେ ମ୍ୟାଚ୍ ଗୋଲ୍‌ଶୂନ୍ୟ ଭାବେ ଶେଷ ହୋଇଥିଲା । ଆଫଗାନିସ୍ତାନ ବିପକ୍ଷରେ ଭାରତ କ୍ୱାଲିଫାୟର୍‌ର ପରବର୍ତ୍ତୀ ମ୍ୟାଚ୍ ମାର୍ଚ୍ଚ ୨୬ରେ ଗୁଆହାଟିରେ ଖେଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking