39.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଚାଷୀ ସମାବେଶ ଅନୁଷ୍ଠିତ

ଚାଷୀ ସମାବେଶ ଅନୁଷ୍ଠିତ

ଢେଙ୍କାନାଳ: ଢେଙ୍କାନାଳ ମିନି ଷ୍ଟାଡିୟମରେ ବିଜେପି ପକ୍ଷରୁ ଏକ ଚାଷୀ ସମାବେଶ ଆୟୋଜନ କରାଯାଇଥିଲା। ଏଥିରେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ଚାଷୀମାନେ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ ସମ୍ପର୍କରେ ଏଥିରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ସମାବେଶ ଆୟୋଜନ କରାଯାଇଥିଲା। କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାର ସଦା ସର୍ବଦା ଚାଷୀମାନଙ୍କ ହିତ ପାଇଁ କାମ କରି ଆସିଛି। ନୂତନ କୃଷି ଆଇନ ଚାଷୀ ମାନଙ୍କ ହିତକୁ ସୁରକ୍ଷିତ ରଖିବା ପାଇଁ କରାଯାଇଛି। କିନ୍ତୁ ବିରୋଧୀ ଦଳ ଚାଷୀ ମାନଙ୍କ ହିତ ସାଧନ କରିବାକୁ ଚାହୁ ନାହାନ୍ତି । କେନ୍ଦ୍ର ସରକାର ଚାଷି ମାନଙ୍କ ଉନ୍ନତି ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରୁଥିବା ବେଳେ ରାଜ୍ୟ ସରକାର ସେଗୁଡିକୁ ସଠିକ ଭାବେ କାର୍ଯ୍ୟ ନକକରି କେନ୍ଦ୍ରର ଅବହେଳା କହୁଛନ୍ତି । ଧାନ ମଣ୍ଡିରେ ଚାଲିଥିବା କଟନିଛଟନିକୁ ପ୍ରସୟ ଦିଆଯିବ ନାହିଁ। ସମସ୍ତ ଧାନ ମଣ୍ଡିରେ ବିଜପି ପକ୍ଷରୁ ତଦାରଖା କରାଯିବା। କୃଷକ ସମାବେଶରେ ମୁଖ୍ୟଅତିଥି ଭାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ପୂର୍ବତନ ବିଧାୟକ ପ୍ରଦିପ ପୁରୋହିତ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଜିଲ୍ଲା ପ୍ରଭାରୀ ପ୍ରଭାତୀ ପରିଡା, ପୂର୍ବତନ ସାଂସଦ ରୁଦ୍ରନାରାୟଣ ପାଣୀ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲା। ସଭାପତି ନରେଶ ମହାପାତ୍ର ଏବଂ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲାର ବରିଷ୍ଠ ନେତା ଓ କର୍ମିମାନଙ୍କ ସହିତ ହଜାର ହଜାର କୃଷକମାନେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking