27.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମୋବାଇଲ ଦୋକାନରୁ ସଟର ତାଡି ଚୋରି

ମୋବାଇଲ ଦୋକାନରୁ ସଟର ତାଡି ଚୋରି

ନବରଙ୍ଗପୁର:  ଗତକାଲି ବିଳମ୍ବିତ ରାତିରେ ଚନ୍ଦାହାଣ୍ଡି ସଦର ମହକୁମା ଠାରେ ଥିବା ସାହିଲ ମୋବାଇଲ ଦୋକାନରୁ ସଟର ଭାଙ୍ଗି ମୋବାଇଲ ଚୋରି ହୋଇଥିବା ଜଣାପଡିଛି । ସୂଚନା ରୁ ପ୍ରକାଶ ଚନ୍ଦାହାଣ୍ଡି ବ୍ଲକ ସମ୍ମୁଖରେ ଥିବା ସାହିଲ ମୋବାଇଲ ଦୋକାନ ରୁ ଗତକାଲି ରାତି ପ୍ରାୟ ୧.୩୦ ସମୟରେ କେହି ଦୁବୃତ୍ତ ସଟର ଭାଙ୍ଗି ଦୋକାନ ରେ ଥିବା ପ୍ରାୟ ୩୦ ଗୋଟି ମୋବାଇଲ ଫୋନ ଓ କିଛି ସ୍ପିକର ନେଇଯାଇଥିଲେ । ଆଜି ସକାଳ ୯ ଟା ସମୟରେ ପ୍ରତିଦିନ ଭଳି ସାହିଲ ନିଜର ଦୋକାନ ଖୋଲିବାକୁ ଆସିଥିବା ବେଳେ ସଟର ଭାଙ୍ଗି ଯାଇଥିବା ସହ ଅଳ୍ପ ଖୋଲା ଥିବା ଦେଖିବାକୁ ପାଇ ଚନ୍ଦାହାଣ୍ଡି ପୁଲିସ ଥାନାରେ ଖବର ଦେଇଥିଲେ । ଚନ୍ଦାହାଣ୍ଡି ଥାନା ଏଏସଆଇ ଲଳିତ ମୋହନ ପଣ୍ଡା, ରମେଶ ପାତ୍ର ଓ ଅମର ମିଶ୍ର ଦୋକାନ ରେ ପହଞ୍ଚିବା ପରେ ସାହିଲ ଦୋକାନ ଖୋଲି ଥିବା ବେଳେ ତାଙ୍କର ରେକ୍ ରେ ଥିବା ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ମୋବାଇଲ ଓ ସ୍ପିକର ଚୋରି ହୋଇ ଥିବା ଦେଖିବାକୁ ପାଇଥିଲେ । ଏଥିସହ ସାହିଲ ଦୋକାନ ରେ ଲାଗିଥିବା ସିସି ଟିଭି ଫୁଟେଜ ରେ ଚୋରି ର ସମ୍ପୂର୍ଣ୍ଣ ଦୃଶ୍ୟ ପୋଲିସ କୁ ଦେଖାଇଥିଲେ ।ଏନେଇ ଦୋକାନ ମାଲିକ ମହମ୍ମଦ ସାହିଲ ଚନ୍ଦାହାଣ୍ଡି ଥାନା ରେ ଏକ ଲିଖିତ ଏତଲା ଦେବା ପରେ ଚନ୍ଦାହାଣ୍ଡି ପୁଲିସ ଏକ ଚୋରି ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking