30.1 C
Bhubaneswar
Monday, May 6, 2024
Homeବ୍ରେକୀଙ୍ଗଦେହ ବ୍ୟବସାୟରେ ନାବାଳିକାକୁ ବ୍ୟବହାର

ଦେହ ବ୍ୟବସାୟରେ ନାବାଳିକାକୁ ବ୍ୟବହାର

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଦେହ ବ୍ୟବସାୟର ପର୍ଦାଫାଶ କରିଛି ପୋଲିସ । ଏହାର ସୂଚନା ପାଇବା ପରେ ପୋଲିସ ଦୁଇ ଜଣ ଯୁବତୀଙ୍କ ସହ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଜିଲ୍ଲାର ଦରିଗୁଡା ୧ ନମ୍ବର,ଟେକବାଡ଼ି ସାହି ଓ ମଲ୍ଲିକେଶ୍ୱର କଲୋନୀରେ ଦେହ ବ୍ୟବସାୟ ଚାଲିଥିଲା ବେଳେ ଏମାନେ ଧରା ଯାଇଛି l ବ୍ୟବସାୟ ପାଇଁ କୋଲିକତାରୁ ଦୁଇ ଜଣଙ୍କୁ ଆଣିଥିବା ବେଳେ ଏକ ନାବାଳିକାକୁ ମଧ୍ୟ ନିୟୋଜିତ କରାଯାଇଥିଲା । ନାବାଳିକାର ବୟସ 15 ବର୍ଷ ହେଇଥିବାରୁ ଚିକିତ୍ସା ନିମନ୍ତେ ଜିଲ୍ଲାର ମୁଖ୍ୟ ଚିକିତ୍ସା ଲୟକୁ ପଠାଯାଇଛି l ଏହି ରକେଟରେ ଜଡିତ ଥିବା ଲୋକଙ୍କ ଠାରୁ ମୋବାଇଲ, ମୋଟର ସାଇକେଲ, କଣ୍ଡୋମ, ଗର୍ଭନିରୋଧ ଔଷଧ ଓ କିଛି ଟଙ୍କା ପୋଲିସ ଜବତ କରିଛି l କୋଲିକତା, କଟକ, ସମ୍ବଲପୁର ଅଞ୍ଚଳରୁ ଯୁବତୀ ମାନଙ୍କୁ ଆଣି ଜିଲ୍ଲାର ବିଭିନ୍ନ ସ୍ଥାନରେ ରଖି ଅନେଇତିକି କାର୍ଯ୍ୟରେ ଲଗାଉଛନ୍ତି l ଗିରଫ ଅଭିଯୁକ୍ତଙ୍କ ନାମରେ ଧାରା 456 , 370/366 କ, 373 ଭଳି ଗୁରୁତର ମାମଲା ରୁଜୁ କରିଛି ବୋଲି ପୋଲିସ SDPO ଅଭିଳାଷ ଜି ସୂଚନା ଦେଇଛନ୍ତି ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking