39.1 C
Bhubaneswar
Friday, April 26, 2024
Homeଓଡିଶାସରକାରଙ୍କ ଧାନ କିଣା ବ୍ୟବସ୍ଥା କେବଳ ହରିଲୁଟରେ ଚାଲିଛି : କିଷାନ କଂଗ୍ରେସ

ସରକାରଙ୍କ ଧାନ କିଣା ବ୍ୟବସ୍ଥା କେବଳ ହରିଲୁଟରେ ଚାଲିଛି : କିଷାନ କଂଗ୍ରେସ

ପଶ୍ଚିମ ଓଡ଼ିଶାର ବିଭିନ୍ନ ମଣ୍ଡିର ସ୍ଥିତି ଅନୁଧ୍ୟାନ କରି ଫେରିଲେ କଂଗ୍ରେସ ପ୍ରତିନିଧି ମଣ୍ଡଳୀ
ମିଲ୍ ମାଲିକଙ୍କ ଇଚ୍ଛାରେ ଚାଲିଛି ଧାନକିଣା, କଟନି ଛଟନି ଓ ଟୋକନ ଲାପ୍ସ ଯୋଗୁଁ ଚାଷୀ ଅହେତୁକ ଅଭାବୀ ବିକ୍ରିର ଶିକାର

ଭୁବନେଶ୍ୱର,- ରାଜ୍ୟ ସରକାର ଖରିଫ୍ ଧାନକିଣା ପାଇଁ ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ତୃଟିପୂର୍ଣ୍ଣ ଓ ପ୍ରହସନରେ
ପରିଣତ ହୋଇଛି । ଯାହା କିଛି ସ୍ଥିର ହୋଇଥିଲା ଏଥିରୁ କୌଣସି ଗୋଟିଏ ବି ଦିଗ ପ୍ରତି ସରକାର ଓ ପ୍ରଶାସନ ଧ୍ୟାନ ଦେଇ ନାହାନ୍ତି । ମିଲ୍‌
ମାଲିକଙ୍କ ଦୟାରେ ଧାନ କିଣା ଯାଉଛି । ହଜାର ହଜାର ବସ୍ତା ଧାନ ମଣ୍ଡିରେ ପଡ଼ି ରହିଛି । ଧାନ କିଣାରେ ବିଳମ୍ବ ଯୋଗୁଁ ଅଦିନିଆ
ବର୍ଷାଦ୍ୱାରା ମଣ୍ଡିରେ ପଡ଼ିଥିବା ଲକ୍ଷାଧିକ କ୍ୱିଣ୍ଟାଲ ଧାନ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି । ଏବେ ମଧ୍ୟ ଖୋଲା ଆକାଶ ତଳେ ଶୀତ କାକରରେ
ଚାଷୀ ପଡ଼ି ରହିଛନ୍ତି । ମଣ୍ଡିରେ ଧାନ କିଣା ଯାଉନାହିଁ । ବିଭିନ୍ନ ଆଳ ଦେଖାଇ ପ୍ରତି ବସ୍ତା ପିଚ୍ଛା ୩ ରୁ ୧୦ କେଜି ପର୍ଯ୍ୟନ୍ତ କଟନି ଛଟନ
ି
କରାଯାଉଛି । ଚାଷୀ ଟୋକନ ପାଇ ମଧ୍ୟ ମଣ୍ଡି ଖୋଲିବାର ବିଳମ୍ବ ଓ ମିଲର ମନମାନୀ ଯୋଗୁଁ ଟୋକନ ଅବଧି ପୁରିଯିବା ଫଳରେ ହଜାର
ହଜାର ଟୋକନ ଲାପ୍ସ କରିଛି । ଧାନର ମାନରେ ବିଭିନ୍ନ ପ୍ରକାର ଆଳ ଦେଖାଇ କୋଟି କୋଟି ଟଙ୍କାର ବ୍ୟାପକ ଅର୍ଥ ହରିଲୁଟ୍‌
କରାଯାଉଛି । ଧାନ ବିକିବାର ୨୪ ଘଣ୍ଟା ଭିତରେ ଚାଷୀ ତା’ର ପ୍ରାପ୍ୟ ପାଇବାର ବ୍ୟବସ୍ଥା ଥିବା ବେଳେ ୭-୮ ଦିନ ବିତିଗଲେ ମଧ୍ୟ
ଅନେକ ଚାଷୀ ଧାନ ବିକି ଟଙ୍କା ମଧ୍ୟ ପାଇ ପାରୁନାହାନ୍ତି । ଚାଷୀଙ୍କୁ ମିଲ୍ ମାଲିକ ଅଖାର ଦେୟ ଦେଉ ନାହିଁ କିମ୍ବା ଚାଷୀର ଅଖା ମଧ୍ୟ
ଫେରାଉ ନାହିଁ । ସେହିପରି ସରକାରଙ୍କ ପକ୍ଷରୁ ଧାନ କିଣା ପାଇଁ ନିୟୋଜିତ ହୋଇଥିବା ଏସ.ଏଚ୍‌.ଜି.ଗୁଡ଼ିକ ସେମାନଙ୍କର କୌଣସି
ଭିତ୍ତିଭୂମି ନ ଥିବା ହେତୁ ଧାନ କିଣାରେ ବ୍ୟାପକ ତୃଟି ଦେଖାଯାଉଛି ବୋଲି ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର
ପଟ୍ଟନାୟକ ଓ କିଷାନ କଂଗ୍ରେସ ଦାୟିତ୍ୱରେ ଥିବା ପିସିସି ଉପସଭାପତି ତଥା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ୱରେ
ଇତି ମଧ୍ୟରେ ଏକ ୧୧ ଜଣିଆ ପ୍ରତିନିଧି ମଣ୍ଡଳୀ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଧାନ ମଣ୍ଡିର ସ୍ଥିତି ଅନୁଧ୍ୟାନ
କରିି ଫେରିବା ପରେ ଆଜି କିଷାନ କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ କରାଯାଇଛି । ରାଜ୍ୟର କୌଣସି ଏକ ସ୍ଥାନରେ କୌଣସି ଏକ ମଣ୍ଡି
ବ୍ୟବସ୍ଥିତ ଢଙ୍ଗରେ ଚାଲୁନାହିଁ । ଚଳିତ ଥର ସରକାରଙ୍କ ଧାନ କିଣାର ଅବ୍ୟବସ୍ଥା ଚରମ ସୀମାରେ ପହଞ୍ôଚଛି । ଫଳରେ ଚାଷୀ ମିଲର ଓ
ବ୍ୟବସାୟୀଙ୍କୁ ନିର୍ଦ୍ଧାରିତ ଏମ.ଏସ.ପି.ଠାରୁ ଧାନ କ୍ୱିଣ୍ଟାଲ ପ୍ରତି ୧୨ଶହ ୧୩ଶହ ଟଙ୍କାରେ ବିକ୍ରିକରି ଅଭାବୀ ବିକ୍ରିର ଶିକାର ହେଉଥିବା
ବେଳେ ସରକାର, ଜିଲ୍ଲା ପ୍ରଶାସନ ଓ ମିଲ ମାଲିକଙ୍କ ମଧୁଚନ୍ଦ୍ରିକାରେ ଧାନ କ୍ରୟ କରାଯାଉଛି । ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକର ଚାଷୀ
ଏଥିରେ ଗୁରୁତର କ୍ଷତି ସହିଥିବା ବେଳେ ବର୍ତ୍ତମାନ ଦକ୍ଷିଣ, ଉତ୍ତର ଓ ପୂର୍ବାଞ୍ଚଳ ଜିଲ୍ଲାଗୁଡ଼ିକରେ ଧାନ କିଣାରେ ଘୋର ଅବ୍ୟବସ୍ଥା ମଧ୍ୟ
ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ମଣ୍ଡି ଖୋଲା ଯାଇ ନାହିଁ । ଆଉ କେତେକ ଜାଗାରେ ମଣ୍ଡି ଖୋଲା ଯାଇଥିଲେ ମଧ୍ୟ ଚାଷୀ ଧାନ ଆଣି
ମଣ୍ଡିରେ ରହିଥିବା ବେଳେ ଚାଷୀଙ୍କ ଧାନ କିଣାଯାଉ ନାହିଁ । ଯଦି ସରକାର ଯୁଦ୍ଧକାଳୀନ ଭିତ୍ତିରେ ଚାଷୀଙ୍କଠାରୁ ନିର୍ଦ୍ଧାରିତ ଏମ.ଏସ.ପି.ରେ
ଧାନ ନ କିଣନ୍ତି ଚାଷୀର ଏହି କ୍ଷତି ପାଇଁ ଚଳିତ ପଞ୍ଚାୟତ ନିର୍ବାଚନରେ ସରକାରଙ୍କୁ ବହୁ ମୂଲ୍ୟ ଦେବାକୁ ପଡ଼ିବ ବୋଲି ରାଜ୍ୟ କଂଗ୍ରେସ
କୃଷକ ସେଲ୍ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଓ ଶ୍ରୀଯୁକ୍ତ ସାଲୁଜା ସରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କିଷାନ
କଂଗ୍ରେସ ନେତା ରଘୁନାଥ ପଲିଆ, ନରେନ୍ଦ୍ର ପଣ୍ଡା, ସ୍ୱପ୍ନେଶ୍ୱର ପୃଷ୍ଟି, ସାନନ୍ଦ ମିଶ୍ର, ସମରେନ୍ଦ୍ର ପରିଚ୍ଛା, ସରୋଜ ରଥ, ପ୍ରିୟବ୍ରତ ପ୍ରଧାନ,
ସୁବର୍ଣ୍ଣପୁ ଜିଲ୍ଲା କଂଗ୍ରେସ ସଭାପତି ଗୌରୀ ଶଙ୍କର ପଣ୍ଡା, ବଲାଙ୍ଗୀର ଜିଲ୍ଲା ସଭାପତି ଦିଲ୍ଲୀପ ବେହେରା, କଳାହାଣ୍ଡି ଜିଲ୍ଲା ସଭାପତି
ଭାରତ ବେମାଲ ଓ ବରିଷ୍ଠ କଂଗ୍ରେସ ନେତା ପିସିସି ପ୍ରବକ୍ତା ସମରେନ୍ଦ୍ର ମିଶ୍ର ପ୍ରମୁଖ ବହୁ କଂଗ୍ରେସ ନେତୃବୃନ୍ଦ ଓ ବିଭିନ୍ନ ବ୍ଳକର ଚାଷୀ
ପ୍ରତିନିଧିମାନେ ମଣ୍ଡି ଗସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking