36.4 C
Bhubaneswar
Wednesday, May 25, 2022
Homeଓଡିଶାସାଧାରଣତନ୍ତ୍ର ଦିବସ ନେଇ କମିସନରେଟ ପୋଲିସ ତରଫରୁ କଟକଣା ଜାରି

ସାଧାରଣତନ୍ତ୍ର ଦିବସ ନେଇ କମିସନରେଟ ପୋଲିସ ତରଫରୁ କଟକଣା ଜାରି

ଭୁବନେଶ୍ବର: ଆଉ ଦିନ କେଇଟା ପରେ ସାଧାରଣତନ୍ତ୍ର ଦିବସ । ଏନେଇ କମିସନରେଟ ପୋଲିସ ତରଫରୁ କଟକଣା ଜାରି ହୋଇଛି। ଚଳିତ ବର୍ଷ ଗାନ୍ଧିମାର୍ଗରେ ପାଳନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ହେଲେ ଯୋଗଦେବେନାହିଁ ଜନ ସାଧାରଣ । କେବଳ ଆମନ୍ତ୍ରିତ ଅତିଥି ଯୋଗ ଦେବା ପାଇଁ ଅନୁମତି ରହିଛି ।

ଆଜି ଓ ଆସନ୍ତାକାଲି ପରେଡ ରିହଲସଲ ହେବ । ଦିନ ୨ଟା ୩୦ରୁ ପରେଡ ରିହଲସଲ ଆରମ୍ଭ ହେବାକୁ ଥିବାବେଳେ ୨୪ତାରିଖ ସକାଳ ୭ଟା ୩୦ରୁ ଫାଇନାଲ ରିହଲସଲ ହେବ । ସେହି ସମୟରେ ଜନସାଧାରଣ ଯାତାୟତ ଉପରେ କଟକଣା ଜାରି ହୋଇଛି ।

ତେବେ ପରେଡ ସମୟରେ ଏଜି ଛକ ଦେଇ ଆସୁଥିବା ଲୋକେ ଆଇଜି ପାର୍କ ଦେଇ ଯାତାୟତ କରିବେ । ସେହିପରି କେଶରି ଦେଇ ଆସୁଥିବା ଲୋକେ କେଶରି ହଲ ରୋଡରେ ଯାତାୟତ କରିବେ । ୧୨୦ବାଟାଲିୟନ ଦେଇ ଆସୁଥିବା ଲୋକେ ଏମ ଏଲ କଲୋନି ଓ ରାଜପଥ ପଟୁ ଆସୁଥିବା ଆସୁଥିବା ଲୋକେ ମାଷ୍ଟରକ୍ୟାଣ୍ଟିନ ଦେଇ ଯାତାୟତ କରିବେ । ପିଏମଜି ଓ ଆଖପାଖ ଅଞ୍ଚଳରେ ଗ୍ୟାସ ବେଲୁନ ବିକ୍ରି କରିବାକୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking