32.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶସହି ପାରିଲେନି ପ୍ରିୟ ଅଭିନେତା ପୁନିତ୍‌ଙ୍କ ଦେହାନ୍ତ, ଜୀବନ ହାରିଦେଲେ ୩ ଫ୍ୟାନ୍‌

ସହି ପାରିଲେନି ପ୍ରିୟ ଅଭିନେତା ପୁନିତ୍‌ଙ୍କ ଦେହାନ୍ତ, ଜୀବନ ହାରିଦେଲେ ୩ ଫ୍ୟାନ୍‌

ବେଙ୍ଗାଲୁରୁ: ସାଉଥ୍ ଆକ୍ଟର ତଥା କନ୍ନଡ ଅଭିନେତା ପୁନିତ୍ ରାଜକୁମାରଙ୍କ ଅଚାନକ୍ ଦେହାନ୍ତ ଖବରକୁ ଫ୍ୟାନ୍ସମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ମାତ୍ର ୪୬ ବର୍ଷ ବୟସରେ ସବୁଦିନ ପାଇଁ ସେ ଦୁନିଆକୁ ଅଲ୍‌ବିଦା କରିଛନ୍ତି । ହୃଦ୍‌ଘାତ ଯୋଗୁ ତାଙ୍କ ପରଲୋକ ହୋଇଛି । ଶୁକ୍ରବାର ସକାଳେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବେଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ପୁନିତ୍‌ଙ୍କ ଅଚାନକ୍ ଦେହାନ୍ତ ଖବର ଶୁଣି ଜଣେ ପ୍ରଶଂସକ ଆତ୍ମହତ୍ୟା କରିଥିବା ବେଳେ ଓ ଅନ୍ୟ ୨ ଜଣ ପ୍ରଶଂସକ ହୃଦ୍‌ଘାତରେ ମୃତ୍ୟୁବରଣ କରିଛନ୍ତି । ପୁନିତ୍‌ଙ୍କ ଦେହାନ୍ତ ଖବର ଶୁଣି କର୍ଣ୍ଣାଟକ ଚାମରାଜନଗର ଜିଲ୍ଲା ହନୁର ତାଲୁକାର ମାରୋ ଗାଁର ଜଣେ ୩୦ ବର୍ଷୀୟ ବ୍ୟକ୍ତିଙ୍କ ହାର୍ଟ ଆଟାକ୍ ଯୋଗୁ ମୃତ୍ୟୁ ହୋଇଛି । ତାଙ୍କ ନାଁ ମୁନିୟପ୍ପା । ସେ ଜଣେ ଚାଷୀ ଥିଲେ । ପୁନିତ୍‌ଙ୍କ ବହୁତ ବଡ଼ ପ୍ରଶଂସକ ଥିଲେ ମୁନିୟପ୍ପା । ସେ ପୁନିତ୍‌ଙ୍କ ସବୁ ଫିଲ୍ମ ଦେଖୁଥିଲେ । କୌଣସି ଗୋଟିଏ ବି ଫିଲ୍ମ ସେ ଦେଖିବା ପାଇଁ ଭୁଲି ଯାଉନଥିଲେ । ଯେତେବେଳେ ଟିଭିରୁ ପୁନିତଙ୍କ ଦେହାନ୍ତ ଖବର ଜାଣିଲେ ପ୍ରଥମେ ସ୍ତବ୍ଧ ହୋଇଯାଇଥିଲେ ଓ ଏହାପରେ ସେ କାନ୍ଦିବା ଆରମ୍ଭ କରିଥିଲେ । ଏହାପରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା ଓ ହଠାତ୍ ସେ ତଳେ ପଡ଼ି ଯାଇଥିଲେ । ଗାଁଲୋକ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ବେଲଗାଭିର ଶିନ୍ଦୋଲି ଗାଁରେ ଜଣେ ଯୁବକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟିଛି । ତାଙ୍କ ନାଁ ପର୍ଶୁରାମ । ସେ ମଧ୍ୟ ପୁନିତ୍‌ଙ୍କ ଜଣେ ବହୁତ ବଡ଼ ପ୍ରଶଂସକ ଥିଲେ । ଅନ୍ୟ ଜଣେ ଫ୍ୟାନ୍ ପୁନିତ୍‌ଙ୍କ ଦେହାନ୍ତ ଖବର ଶୁଣି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତକଙ୍କ ନାଁ ରାହୁଲ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking