37.1 C
Bhubaneswar
Saturday, May 18, 2024
Homeକରୋନାପୁନଃ ଟିକା ନେବାକୁ ଅନୁମତି ଦେଇ ଆମେ ଲୋକଙ୍କ ଜୀବନ ସହ ଖେଳିପାରିବୁ ନାହିଁ :...

ପୁନଃ ଟିକା ନେବାକୁ ଅନୁମତି ଦେଇ ଆମେ ଲୋକଙ୍କ ଜୀବନ ସହ ଖେଳିପାରିବୁ ନାହିଁ : ସୁପ୍ରିମୋକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ କୋଭିଡର ରି-ଭ୍ୟାକସିନଏସନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି । କୋର୍ଟଙ୍କ ଅନୁଯାୟୀ ଭାରତ ବାଇଓଟେକ ଦ୍ୱାରା ପ୍ରସ୍ତୁତ ଟିକା ଗୁଡିକର ମିଶ୍ରିତ ପ୍ରୟୋଗ ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେବ ନାହିଁ । ଯେଉଁମାନେ ପୂର୍ବରୁ କୋଭ୍ୟାକସିନର ଦୁଇଟି ଡୋଜ ନେଇଛନ୍ତି ସେମାନଙ୍କୁ ପୁନଃ କୋଭିସିଲଡ଼ ନେବା ନେଇ କେନ୍ଦ୍ର ସରକାରଙ୍କୁ ଅନୁମତି ଦେବ ନାହିଁ । ଉଚ୍ଚତମ ନ୍ୟାୟାଳୟ ତରଫରୁ ଏହା ମଧ୍ୟ କୁହାଯାଇଛିକି ରି-ଭ୍ୟାକସିନଏସନ ନେଇ “ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ”ର ନିର୍ଦ୍ଦେଶକୁ ଅପେକ୍ଷା କରାଯାଇଛି । ରି-ଭ୍ୟାକସିନଏସନକୁ ନେଇ ହୋଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମୟରେ ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଯେଉଁମାନେ କୋଭାକସିନର ଦୁଇଟି ଡୋଜ ନେଇସାରିଛନ୍ତି ଆଉ ପୁଣି ଥରେ କୋଭିସିଲ୍‌ଡ ଟିକା ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଅନୁମତି ଦେବାକୁ ଏକ ପିଟିସନ ଦାୟର ହୋଇଥିଲା । ଡ଼ିୱାଇ ଚନ୍ଦ୍ରଚୂଡ଼ ଓ ବିଭି ନାଗାରତନାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ହିଁ ଏହି ରାୟ ଦେଇଛନ୍ତି । କୋଭିଡ -୧୯ ପାଇଁ ମିଶ୍ରିତ ଭ୍ୟାକସିନ ନେବା ନେଇ ଅନୁମତି ଦେଇ କୋର୍ଟ ସାଧାରଣ ଲୋକଙ୍କ ଜୀବନ ସହ କେବେବି ଖେଳିପାରିବେ ନାହିଁ । ଆଉ କହିଛନ୍ତିକି ମିଶ୍ରିତ ଭ୍ୟାକ୍ସିନ ନେଲେ ମଣିଷ ଶରୀର ଉପରେ କଣ ପ୍ରଭାବ ପକାଇବ ସେନେଇ କୌଣସି ତଥ୍ୟ ପ୍ରକାଶ ପାଇନାହିଁ । ମିଳିଥିବା ରିପୋର୍ଟ ଅନୁଯାୟୀ, କାର୍ତିକ ସେଠ୍ ନାମକ ଜଣେ ଓକିଲ ହିଁ ମିଶ୍ରିତ ଭ୍ୟାକସିନ ନେବାକୁ ଅନୁମତି ଦେବାକୁ ନେଇ ଏକ ପିଟିସନ ଦାୟର କରିଥିଲେ । କାରଣ ବହୁ ସଂଖ୍ୟକ ଛାତ୍ର ତଥା ସାଧାରଣ ବ୍ୟକ୍ତି ବିଦେଶ ଯିବାକୁ ଚାହୁଁଥିଲେ ମଧ୍ୟ ସେହି ଦେଶ ମାନଙ୍କରେ ଲାଗୁ ହୋଇଥିବା ନିୟମ ଯୋଗୁଁ ସେମାନଙ୍କୁ ଅନୁମତି ମିଳିପାରୁ ନାହିଁ । ଗତ ମଙ୍ଗଳବାର ସଂଯୁକ୍ତ ରାଷ୍ଟ୍ର ସ୍ୱାସ୍ଥ୍ୟ ସଂଗଠନ ତରଫରୁ କୋଭାକସିନକୁ ଡବ୍ଲ୍ୟୁଏଚଓର ମୋହର ବାଜିବାକୁ କେନ୍ଦ୍ର କରି ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ହାଇଦ୍ରାବାଦ ସ୍ଥିତ ଭାରତ ବାଓଟେକକୁ ଅଧିକ ଡାଟା ହାସଲ କରି ଆସନ୍ତା ନଭେମ୍ବର ୩ ତାରିଖରେ ଦେଖାକରିବାକୁ ନିର୍ଦ୍ଦେଶ ଦିଯାଇଥିଲା । ଅନ୍ୟପକ୍ଷରେ ଚଳିତ ବର୍ଷ ଏପ୍ରିଲ ମାସରେ ଅନୁମତି ମିଳିବା ନେଇ ଡବ୍ଲ୍ୟୁଏଚଓ ନିକଟରେ ଅପିଲ କରିଥିଲା ଭାରତ ବାଇଓଟେକ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking