32.1 C
Bhubaneswar
Friday, April 26, 2024
Homeଓଡିଶାମିଥ୍ୟା ସତ୍ୟପାଠ ପ୍ରସଙ୍ଗ : କଂଗ୍ରେସକୁ ନୋଟିସ ଦେଇ ବିବାଦରେ ଛନ୍ଦି ହେଲେ ମନ୍ତ୍ରୀ...

ମିଥ୍ୟା ସତ୍ୟପାଠ ପ୍ରସଙ୍ଗ : କଂଗ୍ରେସକୁ ନୋଟିସ ଦେଇ ବିବାଦରେ ଛନ୍ଦି ହେଲେ ମନ୍ତ୍ରୀ ପଦ୍ମନାଭ

ଭୁବନେଶ୍ୱର – ଗତ ୪ଟି ନିର୍ବାଚନରେ ନିଜ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ୩ ପ୍ରକାର ତଥ୍ୟ ଓ ଜାଲ ଶିକ୍ଷାଗତ
ପ୍ରମାଣପତ୍ରକୁ ନେଇ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ବିରୋଧରେ ମାମଲା ରୁଜୁ କରିବା ନିର୍ଦ୍ଦେଶକୁ ଆଧାର କରି ପ୍ରଦେଶ କଂଗ୍ରେସ
ଏକ ସାମ୍ବାଦିକ ସମ୍ମିଳନୀରେ ମାଧ୍ୟମରେ ଗତ ତା ୧୬.୨.୨୦୨୦ ରିଖରେ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ଇସ୍ତଫା ଦାବି
କରିଥିଲା । ମନ୍ତ୍ରୀଙ୍କ ଏତାଦୃଶ କାର୍ଯ୍ୟ ଗୃହର ଗାରିମା କ୍ଷୁର୍ଣ୍ଣ କରିବା ସହିତ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ ହିସାବରେ ନିଜ
ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ରାଜ୍ୟବାସୀଙ୍କୁ ଅନ୍ଧାରରେ ରଖିଥିବାରୁ ତୁରନ୍ତ ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରିବା ସହିତ
ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ତାଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ପାଇଁ ପ୍ରଦେଶ
କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା ଏବଂ ଏହି ସାମ୍ବାଦିକ ସମ୍ମିଳନୀର ବିଷୟବସ୍ତୁ ତା ୧୭.୨.୨୦୨୦ ରିଖରେ ସମସ୍ତ
ଖବରକାଗଜରେ ପ୍ରକାଶ ପାଇଥିଲା । ଏହି ଖବର ପ୍ରକାଶ ପାଇବା ପରେ ନିଜ ନିର୍ମଳ ଭାବମୂର୍ତିକୁ ଲୋକଲୋଚନରେ ସୁରକ୍ଷିତ
ରଖିବା ପାଇଁ କଂଗ୍ରେସ ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କୁ ଶ୍ରୀ ବେହେରା ଏକ ନୋଟିସ ଦେଇଥିଲେ । ଯେଉଁ
ନୋଟିସ୍‌ରେ କି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି କି ଭୁଲ୍ ସତ୍ୟପାଠ ଦେଇ ଜନପ୍ରତିନିଧି ଆଇନ୍ ୧୯୫୧ ଏବଂ ଭାରତୀୟ
ଦଣ୍ଡବିଧି ଆଇନ୍ ୧୭୧ ଏ ଆଧାରରେ ଦଣ୍ଡିତ ହେବା ପାଇଁ କଂଗ୍ରେସ ଦାବି କରିବା ମନ୍ତ୍ରୀଙ୍କ ଭାବମୂର୍ତି ସାଧାରଣରେ କ୍ଷୂର୍ଣ୍ଣ
ହୋଇଛି ବୋଲି ଦର୍ଶାଇଛନ୍ତି । ଯଦି କଂଗ୍ରେସ ଏହି ବକ୍ତବ୍ୟ ପ୍ରତ୍ୟାହାର ନକରେ ମନ୍ତ୍ରୀ ଆଇନ୍‌ର ଆଶ୍ରୟ ନେବେ ବୋଲି
କହିଛନ୍ତି ।
ଏଠାରେ ପ୍ରକାଶଯୋଗ୍ୟ ଯେ ରାଜ୍ୟବାସୀ ଆଶା କରୁଥିଲେ କି ପ୍ରଦେଶ କଂଗ୍ରେସ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କ
ବିରୋଧରେ ଏଭଳି ଏକ ସଂଗୀନ ଅଭିଯୋଗ ଆଣିବା ପରେ ମନ୍ତ୍ରୀ ମହୋଦୟ ତାଙ୍କ ଶିକ୍ଷାଗତ ଯୋଗ୍ୟତା ସଂପର୍କରେ ତଥ୍ୟ ଓ
ପ୍ରମାଣ ସହ ରାଜ୍ୟବାସୀଙ୍କୁ ଅବଗତ କରାଇବେ । ତାହା ନକରି ନିଜ ଅଂଚଳରେ ନିଜର ଭାବମୂର୍ତିକୁ ବଜାୟ ରଖିବା ପାଇଁ
ପ୍ରତିପକ୍ଷଙ୍କୁ ଏକ ନୋଟିସ୍ ପଠାଇଲେ । କିନ୍ତୁ ସେ ନୋଟିସ୍‌ରେ ସେ ନିଜେ କେତେ ପାଠ ପଢିଛନ୍ତି କହିଲେ ନାହିଁ କି ଶିକ୍ଷାଗତ
ଯୋଗ୍ୟତା ଏବଂ ନାମାଙ୍କନ ପତ୍ର ଦାଖଲ ସମୟରେ ବାରମ୍ବାର ଭୁଲ୍ ତଥ୍ୟକୁ ନେଇ ତାଙ୍କ ବିରୋଧରେ ମାନ୍ୟବର ଉଚ୍ଚ
ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶ ସଂପର୍କରେ କାହିଁକି ଉଲ୍ଲେଖ କରିଲେ ନାହିଁ, ଏ ବିଷୟରେ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି
କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ।
 ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଦୁଇ ମାସରୁ ଉଦ୍ଦ୍ୱର୍କାଳ କାହା ଇଙ୍ଗିତରେ ଚାପି ରଖିଛି ପୋଲିସ?
 ମୁଖ୍ୟମନ୍ତ୍ରୀ ଗୃହର ନେତା । ତାଙ୍କ କ୍ୟାବିନେଟ ସହଯୋଗୀ ଥିବା ଜଣେ ମନ୍ତ୍ରୀ ମହୋଦୟଙ୍କ ଏତାଦୃଶ୍ୟ କାର୍ଯ୍ୟ ଗୃହର
ଗାରିମା କ୍ଷୂର୍ଣ୍ଣ କରୁ ନାହିଁକି ?
 ହାଇକୋର୍ଟରେ ମାମଲା ଦାୟର କରିଥିବା ଆବେଦନକାରୀଙ୍କୁ କାହା ନିର୍ଦ୍ଦେଶରେ ବାରମ୍ବାର ଆକ୍ରମଣ କରାଯାଉଛି?
ମନ୍ତ୍ରୀ ମଦୋଦୟ ଯେଉଁ ନୋଟିସ୍‌ଟି ଜାରି କରିଛନ୍ତି ଆମ୍ଭେ ସାଦରେ ଗ୍ରହଣ କରୁଛୁ । ଯଦି ମନ୍ତ୍ରୀ ମହୋଦୟ ଆଇନ୍‌ର ଆଶ୍ରୟ
ନିଅନ୍ତି, ଆମ୍ଭେ ତଥ୍ୟ ପ୍ରମାଣ ସହ ମାନ୍ୟବର ଅଦାଲତାଙ୍କ ପାଖରେ ହାଜର ହେବୁ । ଯଦି ମନ୍ତ୍ରୀ ସତ କହୁଥାନ୍ତି, କ’ଣ ପାଇଁ
ମାମଲା ସରିବା ପୂର୍ବରୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିକଟରେ ଆବେଦନ କରିଥିବା ଆବେଦନକାରୀ ଶ୍ରୀ ଭଗବାନ ବାଗଙ୍କୁ
ଗୁଣ୍ଡାମାନେ ଆକ୍ରମଣ କରୁଛନ୍ତି ଏବଂ ମାମଲା ପ୍ରତ୍ୟାହାର ପାଇଁ ବାରମ୍ବାର ଧମକ ଦେଉଛନ୍ତି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଛନ୍ତି ।
ମାନ୍ୟବର ମୁଖ୍ୟମନ୍ତ୍ରୀ ସାଧୁତା, ସ୍ୱଚ୍ଛତା, ୫ଞ ଓ ମୋ ସରକାରର ଦ୍ୱାହି ଦେଇ ସତ୍ୟର କଣ୍ଠରୋଧ କରିବା ପାଇଁ ଚେଷ୍ଟା କରୁଛନ୍ତି
ବୋଲି ଅଭିଯୋଗ କରିଛି ପ୍ରଦେଶ କଂଗ୍ରେସ । ମନ୍ତ୍ରୀ ମହୋଦୟ ବାହାନା କରିବା ଛାଡି ନିଜର ଶିକ୍ଷାଗତ ଯୋଗ୍ୟତା ବିଷୟରେ
ସଠିକ୍ ତଥ୍ୟ ରାଜ୍ୟବାସୀଙ୍କୁ ଜଣାନ୍ତୁ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ତୁରନ୍ତ ମନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।
ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ପ୍ରଶାନ୍ତ ଶତପଥି, ଜିନେଶ ଦାସ, ଅମିତା ବିଶ୍ୱାଳ ଓ ଆବେଦନକାରୀ ଭଗବାନ
ବାଗ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking