39.1 C
Bhubaneswar
Friday, April 26, 2024
Homeଅପରାଧପ୍ରେମରେ ବିଫଳ ହୋଇ ବ୍ଲେଡରେ ଛାତ୍ରୀଙ୍କ ହାତ କାଟିଲା ପାଗଳ ପ୍ରେମିକ

ପ୍ରେମରେ ବିଫଳ ହୋଇ ବ୍ଲେଡରେ ଛାତ୍ରୀଙ୍କ ହାତ କାଟିଲା ପାଗଳ ପ୍ରେମିକ

ଭୁବନେଶ୍ୱର : ଏକତରଫା ପ୍ରେମ ପାଇଁ ଛାତ୍ରୀଙ୍କୁ ଆକ୍ରମଣ । ପୁଣି ଏମିତି ଏକ ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ । ଆଜି ଶାସ୍ତ୍ରୀନଗରରେ ଜଣେ ଛାତ୍ରୀଙ୍କ ହାତ ବ୍ଲେଡରେ କାଟି ଦେଇଛି ତାଙ୍କୁ ଏକତରଫା  ପ୍ରେମ କରୁଥିବା ଯୁବକ ।

ଶାସ୍ତ୍ରୀନଗରରେ ଛାତ୍ରୀଙ୍କୁ ବିଚ୍ ରାସ୍ତାରେ ଆକ୍ରମଣ  ହୋଇଛି । ସେ ଟିଉସନରୁ ଫେରୁଥିବା ବେଳେ ତାଙ୍କୁ ୨ ଯୁବକ ଅଚାନକ ଆସି ଆକ୍ରମଣ କରିଛନ୍ତି । ଛାତ୍ରୀଙ୍କୁ ମନେ ମନେ ଭଲପାଉଥିଲା ସେହି ଯୁବକ । ଅନେକ ଥର ସେ ଛାତ୍ରୀଙ୍କ ସମ୍ପର୍କରେ ଜାଣିବା ପାଇଁ ତାଙ୍କୁ ଚେଷ୍ଟା କରେ ଏବଂ ତାଙ୍କୁ ଫଲୋ କରେ । କିନ୍ତୁ ପ୍ରେମରେ ସଫଳ ନହେବା ପରେ ସେ ତାଙ୍କଠୁ ପ୍ରତିଶୋଧ ନେବା ପାଇଁ ଯୋଜନା କରିଥିଲା । ଆଜି ଛାତ୍ରୀଜଣକ ଟ୍ୟୁସନରୁ ଫେରୁଥିବା ସମୟରେ ସେ ଓ ତା ସାଙ୍ଗ ପଛରୁ ବାଇକରେ ଆସି  ତାଙ୍କ ହାତରେ ବ୍ଲେଡ୍ ମାରି ଫେରାର ହୋଇଯାଇଥିଲା । ଏନେଇ ଆହତ ଛାତ୍ରୀ ଖାରବେଳନଗର ଥାନାରେ ଏତଲା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking