33.1 C
Bhubaneswar
Saturday, April 27, 2024
Homeଓଡିଶାପୂର୍ବତନ ମହିଳା ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପୂର୍ବତନ ମହିଳା ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ପୂର୍ବତନ ମହିଳା ସରପଞ୍ଚଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ତେବେ ଏହା ଏକ ଆତ୍ମହତ୍ୟାଜନିତ ଘଟଣା କିମ୍ବା ଏହାପଛରେ କଣ ରହିଛି ରହସ୍ୟ ତାକୁ ଉନ୍ମୋଚନ କରିବାକୁ ଅଧିକ ତଦନ୍ତଜାରୀ ରଖିଛି ପୋଲିସ। ଏହି ଅଭାବନୀୟ ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ବିଜାତଳା ଥାନା ଅଞ୍ଚଳରେ। ବିଜାତଳା ବ୍ଲକ୍ ରାଇହରି ପଞ୍ଚାୟତର ପୂର୍ବତନ ମହିଳା ସରପଞ୍ଚ ଗୀର୍ଥ ସୋରେନ (୪୦) ଆତ୍ମହତ୍ୟା କରିଛନ୍ତି । ଗତକାଲି ସଂନ୍ଧ୍ୟାରେ ବାଗଡେଗା ଠାରେ ଘରେ କେହି ନ ଥିବା ବେଳେ ଗୀର୍ଥ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ସ୍ବାମୀ ଅଜେନ ସୋରେନ ଝୁଲୁଥିବା ମୃତଦେହକୁ ଦେଖି ପଡେଶୀ ଏବଂ ପୁଲିସକୁ ଜଣାଇଥିଲେ ।

ରାତିରେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ପହଞ୍ଚି ଶବ ଜବତ କରିଛି। ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଶବକୁ ବ୍ୟବଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଯାଇଛି । ତେବେ ଗୀର୍ଥ କାହିଁକି ଆତ୍ମହତ୍ୟା କଲେ ତାର ପ୍ରକୃତ କାରଣ ଜଣାପଡିନାହିଁ । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା 06/23 ରୁଜୁ ହୋଇ ଅଧିକ ତଦନ୍ତ ଜାରିରହିଛି। ଗୀର୍ଥ ଜଣେ ପରୋପକାରୀ, ସମାଜସେବୀ ଓ ଲୋକପ୍ରିୟ ନେତ୍ରୀ ଥିଲେ। ତାଙ୍କ ବିୟୋଗରେ ବିଜାତଳା ତଥା ରାଇରଙ୍ଗପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking