30.1 C
Bhubaneswar
Monday, May 6, 2024
Homeଖେଳଅଣ୍ଡର୍‌-୧୯ ଟି-୨୦ ବିଶ୍ୱକପ୍ ସେମିରେ ଇଂଲଣ୍ଡ

ଅଣ୍ଡର୍‌-୧୯ ଟି-୨୦ ବିଶ୍ୱକପ୍ ସେମିରେ ଇଂଲଣ୍ଡ

ଆଣ୍ଟିଗୁଆ: ଚଳିତ ଆଇସିସି ଅଣ୍ଡର୍‌-୧୯ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍‌ରେ ପ୍ରଥମ ଟିମ୍ ଭାବେ ପ୍ରବେଶ କରିଛି ଇଂଲଣ୍ଡ । ବୁଧବାର ଖେଳାଯାଇଥିବା ପ୍ରଥମ କ୍ୱାର୍ଟର୍ ଫାଇନାଲ୍‌ରେ ଦଳ ସାଉଥ୍ ଆଫ୍ରିକାକୁ ୬ ୱିକେଟ୍‌ରେ ପରାସ୍ତ କରି ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି । ପ୍ରଥମେ ବ୍ୟାଟିଂ କରି ସାଉଥ୍ ଆଫ୍ରିକା ୪୩.୪ ଓଭର୍‌ରେ ୨୦୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ ଡେୱାଲ୍ଡ ବ୍ରେଭିନ୍ ୯ଟି ଚୌକା ଓ ୪ଟି ଛକା ସହାୟତାରେ ସର୍ବାଧିକ ୯୭ ରନ୍ କରିଥିଲେ ।

ଇଂଲଣ୍ଡ ପକ୍ଷରୁ ରେହାନ୍ ଅହମ୍ମଦ ୪ଟି ଏବଂ ଜୋଶୁଆ ବୋଡେନ୍ ଓ ଜେମ୍ସ ସାଲେସ୍ ୨ଟି ଲେଖାଏଁ ୱିକେଟ୍ ନେଇଥିଲେ । ବ୍ୟାଟିଂରେ ଇଂଲଣ୍ଡ ୩୧.୨ ଓଭର୍‌ରେ ମାତ୍ର ୪ଟି ୱିକେଟ୍ ହରାଇ ୨୧୨ ରନ୍ କରି ବିଜୟୀ ହୋଇଥିଲା । ଓପନର ଜ୍ୟାକବ୍ ବେଥେଲ୍ ୧୬ଟି ଚୌକା ଓ ୨ଟି ଛକା ସହ ୮୮ ଏବଂ ୱିଲିଅମ୍ ଲକ୍ସଟନ୍ ୬ଟି ଚୌକା ଓ ୨ଟି ଛକା ସହ ଅପରାଜିତ ୪୭ ରନ୍ କରିଥିଲେ । ସାଉଥ୍ ଆଫ୍ରିକା ପାଇଁ ବ୍ରେଭିସ୍ ୨ଟି ୱିକେଟ୍ ନେଇଥିଲେ । ଜ୍ୟାକବ୍ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking