28.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଆଜି ବିହାର ବନ୍ଦ : ଛାତ୍ର ସଂଗଠନକୁ ଆର୍‌ଜେଡିର ସମର୍ଥନ

ଆଜି ବିହାର ବନ୍ଦ : ଛାତ୍ର ସଂଗଠନକୁ ଆର୍‌ଜେଡିର ସମର୍ଥନ

ନୂଆଦିଲ୍ଲୀ : ପରୀକ୍ଷାର୍ଥୀଙ୍କ ସମର୍ଥନରେ ଛାତ୍ର ସଂଗଠନ ଆଜି ବିହାର ବନ୍ଦ ଡାକରା ଦେଇଛି । ଏହି ଆନ୍ଦୋଳନରେ ଆର୍‌ଜେଡି ନେତୃତ୍ୱରେ ସମସ୍ତ ଦଳ ଛାତ୍ର ସଂଗଠନକୁ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ ରେଳବାଇ ଭର୍ତ୍ତିରେ ଆୟୋଜିତ ନନ୍‌-ଟେକ୍ନିକାଲ୍ ବର୍ଗରେ ହୋଇଥିବା ପରୀକ୍ଷାରେ ଅନିୟମିତତା ନେଇ ବିହାର ତଥା ୟୁପିରେ ଛାତ୍ର ଅସନ୍ତୋଷ ଦେଖାଯାଇଥିଲା । ଉତ୍ୟକ୍ତ ଛାତ୍ରମାନେ ପୁଲିସ୍ ଉପରେ ପଥରମାଡ଼ କରିବା ଯୋଗୁଁ ବାଧ୍ୟ ହୋଇ ପୁଲିସ୍ ବିକ୍ଷୋଭରତ ଛାତ୍ରଙ୍କ ଉପରେ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା । ବିହାରର ନାଳନ୍ଦା, ନୱାଡା, ବକ୍ସାର, ଆରା, ମୁଜାଫର୍‌ପୁର, ସୀତାମାଢ଼ୀ ଓ ମୋତିହାରୀ ଷ୍ଟେସନ୍‌ରେ ଛାତ୍ରମାନେ ହିଂସାତ୍ମକ ପଥ ଅନୁସରଣ କରିଥିଲେ ।

ନୱାଡାରେ ଉତ୍ୟକ୍ତ ଛାତ୍ରମାନେ ହିଂସାତ୍ମକ ଭାବେ ରେଳବାଇର ଟ୍ରାକ୍ ମେଣ୍ଟେନାନ୍ସ ଇଞ୍ଜିନ୍‌ରେ ଅଗ୍ନି ସଂଯୋଗ କରିଦେଇଥିଲେ । ଗତକାଲି ପ୍ରଦର୍ଶନକାରୀ ଛାତ୍ରମାନେ ଗୟା ଷ୍ଟେସନ୍‌ରେ ଟ୍ରେନ୍‌ର ତିନୋଟି ବଗିରେ ଅଗ୍ନି ସଂଯୋଗ କରିଛନ୍ତି । ଅପରପକ୍ଷରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିକ୍ଷୋଭରତ ଛାତ୍ରଙ୍କୁ ଶାନ୍ତ ରହିବାକୁ ଅନୁରୋଧ କରିଛନ୍ତି । ପରୀକ୍ଷା ପରିଚାଳନା କରିବା ପାଇଁ ୧.୨୫ କୋଟି ଦରଖାସ୍ତ ଆସିଥିଲା । ଏଜେନ୍ସି ଦ୍ୱାରା ପରୀକ୍ଷା ପରିଚାଳନା ଯୋଗୁଁ ବିଳମ୍ବ ଘଟିଛି ।

ଫଳାଫଳ ଯାଞ୍ଚ୍ କରିବା ନେଇ ଏକ କମିଟି ଗଠନ କରାଯାଇଛି । କମିଟି ନିଶ୍ଚିତ ଭାବେ ରାସ୍ତା ବାହାର କରିବ । ୪ ମାର୍ଚ୍ଚ ସୁଦ୍ଧା କମିଟି ରିପୋର୍ଟ ଦାଖଲ କରିବ । ଏହାବ୍ୟତୀତ ପରୀକ୍ଷାର୍ଥୀଙ୍କୁ ୧୬ ଫେବୃଆରୀ ସୁଦ୍ଧା ଅଭିଯୋଗ ଦାଖଲ କରିବାକୁ କୁହାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଅପରପକ୍ଷରେ ଏହି ମାମଲାରେ ଅଭିଯୁକ୍ତ ପାଟଣାର ପ୍ରସିଦ୍ଧ ଟିଚର୍ ଖାନ୍ ଅଣ୍ଡର୍‌ଗ୍ରାଉଣ୍ଡ୍ ହୋଇଯାଇଛନ୍ତି । ତାଙ୍କ ମୋବାଇଲ୍ ସ୍ୱିଚ୍ ଅଫ୍ ରହିଛି । ସୂଚନାଯୋଗ୍ୟ ଯେ ଖାନ୍‌ଙ୍କ ବିରୋଧରେ ଉତ୍ୟକ୍ତ ଛାତ୍ରଙ୍କୁ ଆନ୍ଦୋଳନ ପାଇଁ ପ୍ରେରିତ କରିବା ଅଭିଯୋଗ ରହିଛି । ପୁଲିସ୍ ସମ୍ପର୍କିତ ସମସ୍ତ ଭିଡିଓର ଯାଞ୍ଚ୍ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking