31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଚଳିତ ମାସରେ ଭାରତ ଆସିବେ ଏଲନ ମସ୍କ; ମୋଦିଙ୍କୁ ଭେଟିବେ

ଚଳିତ ମାସରେ ଭାରତ ଆସିବେ ଏଲନ ମସ୍କ; ମୋଦିଙ୍କୁ ଭେଟିବେ

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଧନୀ ତଥା ଟେସଲା ସିଇଓ ଏଲନ ମସ୍କ ଚଳିତ ମାସ ଭାରତ ଗସ୍ତରେ ଆସିବେ । ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ । ଏନେଇ ମସ୍କ ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କହିଛନ୍ତି, ଭାରତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାକୁ ଉତ୍ସାହିତ ଅଛି । ଚଳିତ ମାସ ଶେଷ ବେଳକୁ ମସ୍କ ଭାରତ ଆସି ଏଠାରେ ପୁଞ୍ଜି ନିବେଶ ଏବଂ ଟେସଲାର ଏକ ନୂଆ କାରଖାନା ନିର୍ମାଣ ପାଇଁ ଘୋଷଣା କରିପାରନ୍ତି ବୋଲି ଅନୁମାନ କରାଯାଉଛି ।

ତେବେ ଏପ୍ରିଲ ୨୨ରୁ ଆରମ୍ଭ ହେଉଥିବା ସପ୍ତାହରେ ଟେସଲା ମୁଖ୍ୟ ମସ୍କ ଭାରତ ଆସି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିପାରନ୍ତି । ଭାରତରେ ମସ୍କ ପୁଞ୍ଜି ବିନିଯୋଗ କରିବା ଏବଂ ଟେସଲାର ଏକ ନୂତନ କାରଖାନା ପ୍ରତିଷ୍ଠା ପାଇଁ ଆଲୋଚନା କରିବା ଏହି ଭେଟଘାଟର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଚର୍ଚ୍ଚା ହେଉଛି । ସେହିପରି ବୈଠକ ପରେ ଭାରତ ପାଇଁ କମ୍ପାନୀର ଯୋଜନା ଉପରେ ସେ ପୃଥକ ଭାବେ ଘୋଷଣା କରିପାରନ୍ତି ।

ପୂର୍ବରୁ ରିପୋର୍ଟରେ ପ୍ରକାଶ ପାଇଥିଲା ଯେ, ଏପ୍ରିଲରେ ଟେସଲା ଅଧିକାରୀମାନେ ଭାରତ ଗସ୍ତରେ ଆସି କମ୍ପାନିର ପ୍ରସ୍ତାବିତ ଇଲେକ୍ଟ୍ରିକ ଯାନ ୟୁନିଟ ପ୍ରତିଷ୍ଠା ପାଇଁ ସ୍ଥାନ ଚିହ୍ନଟ କରିବେ । କାରଖାନା ନିର୍ମାଣ ପାଇଁ ମସ୍କ ୨ରୁ ୩ ବିଲିୟନ ଡଲାର ନିବେଶ କରିବାର ଯୋଜନା ରହିଛି । ଏହି କାରଖାନା ପ୍ରତିଷ୍ଠା ଲାଗି ଏକ ଯୌଥ ଉଦ୍ୟୋଗ ସ୍ଥାପନ କରିବାକୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ସହ ଟେସଲା ଆଲୋଚନା କରିପାରେ । ଟେସଲା ଏବେ ସକ୍ରିୟ ଭାବେ ଭାରତର ବିଭିନ୍ନ ସ୍ଥାନରେ ସର୍ବେକ୍ଷଣ କରୁଛି, ଯାହାମଧ୍ୟରେ ଗୁଜୁରାଟ ଏବଂ ମହାରାଷ୍ଟ୍ର କମ୍ପାନୀର ପସନ୍ଦଯୋଗ୍ୟ ସ୍ଥାନ ହୋଇଥିବା ରିପୋର୍ଟରେ ଦାବି କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking