31.1 C
Bhubaneswar
Tuesday, April 30, 2024
Homeଦେଶ ବିଦେଶଇଦ ପାଳନ ବେଳେ ମସଜିଦରେ ଗର୍ଜିଲା ବନ୍ଧୁକ, ୩ ମୃତ

ଇଦ ପାଳନ ବେଳେ ମସଜିଦରେ ଗର୍ଜିଲା ବନ୍ଧୁକ, ୩ ମୃତ

ଓ୍ବାଶିଂଟନ: ଆଜି ଇସଲାମ ଧର୍ମର ପବିତ୍ର ଇଦ ପର୍ବ । ମସଜିଦରେ ଲୋକଙ୍କ ଭିଡ ଜମିଥିବା ବେଳେ ହଠାତ ଖେଳିଯାଇଥିଲା ଆତଙ୍କ । ଇଦ୍ ଉଲ୍-ଫିତରରେ ମସଜିଦରେ ଫୁଟିଲା ଗୁଳି । ଗୁଳିମାଡରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଭଳି ଘଟଣା ଘଟିଛି ଆମେରିକାର ଫିଲାଡେଲଫିଆ ସହରର ପାର୍କସାଇଡ୍ ପଡ଼ିଆରେ ଥିବା ଏକ ବଡ ମସଜିଦରେ । ଇଦ ଅବସରରେ ଗତକାଲି ଠାରୁ ଏହି ମସଜିତ ବାହାରେ ଇସଲାମ ଭାଇ ଭଉଣୀ ମାନେ ଏକାଠି ହୋଇଥିଲେ ।

ଏହି ଘଟଣାରେ ପୋଲିସ ୧୫ ବର୍ଷର ବାଳକ ସମେତ ପାଞ୍ଚ ଜଣଙ୍କୁ ଗିରଫ କରିଛି । ଫିଲାଡେଲଫିଆ ପୋଲିସ କମିଶନର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଇଦ ଅବସରରେ ମସଜିଦ ବାହାରେ ଲୋକ ମାନେ ଏକାଠି ହୋଇଥିବା ବେଳେ ହଠାତ ଗୁଳିକାଣ୍ଡ ଘଟିଥିଲା । ଫଳରେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଜୀବନ ବିକଳରେ ଦୌଡିଥିଲେ । ମସଜିଦରେ ପ୍ରାୟ ଏକ ହଜାର ଲୋକ ଏକାଠି ହୋଇଥିଲେ । ଗୁଳିକାଣ୍ଡ ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିକାଣ୍ଡ ପରେ ସ୍ଥାନୀୟ ଲୋକେ ସେମାନଙ୍କ ପ୍ରିୟଜନଙ୍କୁ ଖୋଜିଥିଲେ । କିଛି ଲୋକ ଆହତ ମଧ୍ୟ ହୋଇଛନ୍ତି, ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking