28.1 C
Bhubaneswar
Friday, April 26, 2024
Homeଓଡିଶାଶୌଚ ପାଇଁ ଯାଇଥିଲେ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ

ଶୌଚ ପାଇଁ ଯାଇଥିଲେ ଶୁଣ୍ଢରେ ଟେକି କଚାଡି ଦେଲା ହାତୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ଗୋଠଛଡା ଦନ୍ତା କିଛି ଦିନ ହେବ ଆତଙ୍କ ଖେଳାଇ ଚାଲିଥିବା ବେଳେ ଆଜି ସକାଳେ କର୍ମଗି ଗ୍ରାମର ସନ୍ତୋଷ ନାୟକ ଶୌଚ କରିବା ପାଇଁ ନାଳ ପାଖକୁ ଯାଇଥିବା ବେଳେ ଗୋଠଛଡା ଦନ୍ତା ହାବୁଡରେ ପଡି ଯାଇଥିଲେ । ଦନ୍ତାଟି ସନ୍ତୋଷ ନାୟକକୁ ଶୁଣ୍ଢରେ ଟେକି କଚାଡି ଦେଇଥିଲା। ଗାଁ ନିକଟସ୍ଥ ଜଗଂଲରୁ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଆମ୍ମୁଲାନ୍ସ ଯୋଗେ କେନ୍ଦୁଝର ମେଡିକାଲକୁ ନେଇ ଭର୍ତି କରିଛନ୍ତି । ବନବିଭାଗ ଟିମ ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛି । ଗୋଠଛଡା ଦନ୍ତା ଆତଙ୍କରେ ଲୋକେ ଭୟଭିତ ଅବସ୍ଥାରେ ରହୁଛନ୍ତି । ତେବେ ବନବିଭାଗ ଖୁବ ଶୀଘ୍ର ହାତୀକୁ ଘୋଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking