27.1 C
Bhubaneswar
Tuesday, May 7, 2024
Homeଓଡିଶାହାତୀ ଉପଦ୍ରବ: ୨ମୃତ, ୩ ଆହତ

ହାତୀ ଉପଦ୍ରବ: ୨ମୃତ, ୩ ଆହତ

କଟକ: ଜଗତପୁରରେ ପଶିଲେ ବଣୁଆ ହାତୀ ପଲ । କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ ତାଣ୍ଡବ ରଚିଛନ୍ତି ହାତୀପଲ । ଗତ ରାତିରେ ଜଗତପୁର ନିକଟ ବସ୍ତି ଅଞ୍ଚଳକୁ ପଶି ଆସିଥିଲେ ତିନି ବଣୁଆ ହାତୀ । ହାତୀ ଆକ୍ରମଣର ଶିକାର ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଆହତ ହୋଇଛନ୍ତି । ଅନେକ ଘର ଓ ଗାଡ଼ି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ଅନ୍ୟପଟେ ତିନି ହାତୀଙ୍କ ମଧ୍ୟରୁ ଗୋଟିଏ ହାତୀର ମୃତ୍ୟୁ ଘଟିଛି । ନଦୀ ପାର ହେଉଥିବା ବେଳେ ହାତୀର ମୃତ୍ୟୁ ହୋଇଛି । ମହାନଦୀ ବ୍ୟାରେଜ ଗେଟରେ ହାତୀର ମୃତଦେହ ଲାଗି ରହିଥିଲା । ସକାଳୁ ଗେଟ ଖୋଲାଯିବାରୁ ମହାନଦୀରେ ହାତୀର ମୃତଦେହଟି ଭାସିଯାଇଛି ।

ଅନ୍ୟ ହାତୀମାନେ ସ୍ଥାନୀୟ ଅଞ୍ଚଳରେ ବିଚରଣ କରୁଛନ୍ତି। ଘଟଣାସ୍ଥଳରେ ବନ ବିଭାଗ ଟିମ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ହାତୀଙ୍କ ଉପରେ ନଜର ରଖିଛି । ହାତୀ ଆକ୍ରମଣ ପରେ ସତର୍କତା ଜାରି କରିଛି ବନ ବିଭାଗ । ସୂଚନା ଥାଉକି, ଗତ ବର୍ଷ ଯୋବ୍ରା ବ୍ୟାରେଜରୁ ଏକ ହାତୀର ମୃତଦେହ ଠାବ ହୋଇଥିଲା । ତେବେ ଏହି ହାତୀଟି ମୁଣ୍ଡଳି ବ୍ରିଜ୍ ନିକଟରେ ଫସି ରହିଥିଲା । ଏହା ପୂର୍ବରୁ ମହାନଦୀରେ ଏକ ଦନ୍ତା ହାତୀ ଦୀର୍ଘ ସମୟ ଧରି ଫସି ରହିଥିଲା । ଏହି ହାତୀକୁ ଉଦ୍ଧାର କରିବାକୁ ଯାଇ ଓଡ୍ରାଫ୍ ଟିମ୍‌ର ଏକ ବୋଟ୍ ଓଲଟି ପଡ଼ିବାରୁ ଦୁଇ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଥିଲା । ଏଥିରେ ଗଣମାଧ୍ୟମର ଜଣେ ପ୍ରତିନିଧିଙ୍କ ମୃତ୍ୟୁ ହେବା ସହ ଓଡ୍ରାଫ୍ ଯବାନଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking