33.1 C
Bhubaneswar
Friday, April 26, 2024
Homeବିଜିନେସ୍ସେପ୍ଟେମ୍ବର ୩୦ ସୁଦ୍ଧା ଆୟକର ଦାଖଲ ସମୟସୀମା: ଅଧିକ ସମୟ ଲୋଡ଼ିଲେ ୪୨% କମ୍ପାନୀ

ସେପ୍ଟେମ୍ବର ୩୦ ସୁଦ୍ଧା ଆୟକର ଦାଖଲ ସମୟସୀମା: ଅଧିକ ସମୟ ଲୋଡ଼ିଲେ ୪୨% କମ୍ପାନୀ

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଓ ଅଡିଟ୍ ରିପୋର୍ଟ ଦାଖଲ କରିବାର ଶେଷ ତାରିଖ ସେପ୍ଟେମ୍ବର ୩୦କୁ ଧାର୍ଯ୍ୟ କରାଯାଇଛି । ସମୟ ପାଖେଇ ଆସୁଥିବାବେଳେ କେତେକ କମ୍ପାନୀ ଏହି ସମୟସୀମା ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ଅସମର୍ଥ ହୋଇଥିବା ଜଣାପଡିଛି । ଏହି ପରିପ୍ରେକ୍ଷୀରେ ଆଉ ୩୦-୪୫ ଦିନ ଅଧିକ ସମୟ ଦେବାକୁ ପ୍ରାୟ ୪୨ ପ୍ରତିଶତ କମ୍ପାନୀ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଛନ୍ତି ବୋଲି ଲୋକାଲସର୍କଲ୍‌ସ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି ।

ଏହି କମ୍ପାନୀ ମଧ୍ୟରୁ ୨୬ ପ୍ରତିଶତ କହିଛନ୍ତି ଯେ କୌଣସି ପରିସ୍ଥିତିରେ ସେମାନେ ସେପ୍ଟେମ୍ବର ୩୦ ସୁଦ୍ଧା ରିପୋର୍ଟ ଦାଖଲ କରିପାରିବେ ନାହିଁ । ଅବଶିଷ୍ଟ ୧୬ ପ୍ରତିଶତ କମ୍ପାନୀ ଏ ପ୍ରସଙ୍ଗରେ ରିତିମତ ଉଦ୍ୟମ ଜାରି ରଖିଥିଲେ ସୁଦ୍ଧା ସମୟସୀମାକୁ ଛୁୁଇଁବା ନେଇ ଆଶଙ୍କାବ୍ୟକ୍ତ କରିଛନ୍ତି । ବର୍ତ୍ତମାନ ପାର୍ବଣ ଋତୁ ଆରମ୍ଭ ହୋଇସାରିଥିବାବେଳେ ଏହି କମ୍ପାନୀଗୁଡିକ ସାମଗ୍ରୀ ବିକ୍ରି ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରୁଛନ୍ତି । ତେଣୁ ଦୀପାବଳି ପରେ ରିପୋର୍ଟ ଦାଖଲ କରିବାକୁ କୁହାଗଲେ ସୁବିଧା ହେବ ବୋଲି ସେମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking