34.1 C
Bhubaneswar
Saturday, April 27, 2024
Homeଓଡିଶାନିର୍ବାଚନ ଲଢ଼ିବେ ଦିଲ୍ଲୀପ!; ଦଣ୍ଡାଦେଶ ରହିତାଦେଶ ପାଇଁ ଗଲେ ଦିଲ୍ଲୀ ହାଇକୋର୍ଟ

ନିର୍ବାଚନ ଲଢ଼ିବେ ଦିଲ୍ଲୀପ!; ଦଣ୍ଡାଦେଶ ରହିତାଦେଶ ପାଇଁ ଗଲେ ଦିଲ୍ଲୀ ହାଇକୋର୍ଟ

ଭୁବନେଶ୍ୱର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ଆଗାମୀ ନିର୍ବାଚନ ଲଢ଼ିପାରନ୍ତି । କୋଇଲା ଦୁର୍ନୀତି ମାମଲାରେ ୩ବର୍ଷ ଜେଲ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିବାକୁ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଏହା ସ୍ପଷ୍ଟ ହୋଇଛି । କୋର୍ଟ ଏହି ମାମଲାରେ ସିବିଆଇକୁ ନୋଟିସ୍ ଜାରି କରି ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କ ପକ୍ଷରୁ ତାଙ୍କ ଓକିଲ ମୁକୁଳ ରୋହତଗୀ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଛନ୍ତି । ଶ୍ରୀ ରାୟ ଆଗାମୀ ନିର୍ବାଚନ ଲଢ଼ିବାକୁ ଚାହୁଁଛନ୍ତି । ଏହି କାରଣରୁ ତାଙ୍କ ଦଣ୍ଡାଦେଶ ଉପରେ ସେ ରହିତାଦେଶ ଚାହୁଁଛନ୍ତି । ଆବେଦନରେ ମୁକୁଳ ରୋହତଗୀ ଦର୍ଶାଇଛନ୍ତି ଯେ ଦିଲ୍ଲୀପ ରାୟଙ୍କ ବିରୁଦ୍ଧରେ ଚାଲିଥିବା ମାମଲାରେ ଶୀଘ୍ର ରାୟ ଆସିବାର ଆଶା କ୍ଷୀଣ । ଲୋକପ୍ରତିନିଧି ଆଇନର ଧାରା ୮(୩) ଅନ୍ତର୍ଗତ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବାରୁ ସେ ଲୋକସଭା ଓ ବିଧାନସଭା ନିର୍ବାଚନ ଲଢ଼ିପାରିବେ ନାହିଁ କିମ୍ବା ରାଜ୍ୟସଭାକୁ ମନୋନୀତ ହୋଇପାରିବେ ନାହିଁ । ଦିଲ୍ଲୀପଙ୍କୁ ଏବେ ୭୧ବର୍ଷ ହେଲାଣି । ଯଦି ଏସବୁ ମାମଲାରେ ରାୟ ଆସିବାରେ ବିଳମ୍ବ ହୁଏ ତା’ହେଲେ ତାଙ୍କର ଅପୂରଣୀୟ କ୍ଷତି ହେବାର ସମ୍ଭାବନା ରହିଛି । ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ସ୍ୱରନକାନ୍ତ ଶର୍ମା ଏହି ଆବେଦନ ଉପରେ ସିବିଆଇକୁ ଗୁରୁବାର ନୋଟିସ୍ ଜାରି କରି ଷ୍ଟାଟସ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୫ତାରିଖକୁ ଧାର୍ଯ୍ୟ ହୋଇଛି । ୧୯୯୯ ମସିହାରେ ଝାଡ଼ଖଣ୍ଡର ଗିରିଡିହ କୋଲ୍ ବ୍ଲକ ଆବଣ୍ଟନରେ ଅନିୟମିତତା ଅଭିଯୋଗରେ ଦିଲ୍ଲୀପଙ୍କୁ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ୨୦୨୦ ଅକ୍ଟୋବର ୨୬ତାରିଖରେ ଟ୍ରାଏଲ କୋର୍ଟ ଏହି ଅନିୟମିତତା ମାମଲାରେ ୩ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ଲକ୍ଷ ଟଙ୍କାର ଜୋରିମାନା ଧାର୍ଯ୍ୟ କରିଥିଲେ । ତେବେ ଟ୍ରାଏଲ କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ଦିଲ୍ଲୀପ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ୨୦୨୦ ଅକ୍ଟୋବର ୨୭ତାରିଖରେ ଦିଲ୍ଲୀ ହାଇକୋର୍ଟ ଏହି ମାମଲାରେ ସିବିଆଇକୁ ନୋଟିସ୍ ଜାରିକରି ୩ବର୍ଷ ଜେଲ ଦଣ୍ଡାଦେଶକୁ ନିଲମ୍ବିତ କରି ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking