42.1 C
Bhubaneswar
Saturday, April 27, 2024
Homeଓଡିଶାବଦଳିଲେ ଦୁଇ ଜିଲ୍ଲା ପୁଲିସ ଏସପି

ବଦଳିଲେ ଦୁଇ ଜିଲ୍ଲା ପୁଲିସ ଏସପି

ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଦୁଇ ଜଣ ପୁଲିସ ଏସପିଙ୍କୁ ବଦଳି କରିଛନ୍ତି। ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ପୁଲିସ ଏସପି ଭାବେ ଦୁଇ ଜଣ ପୁଲିସ ଆଇପିଏସ ଆଜି କାର୍ୟ୍ୟରେ ଯୋଗ ଦେଇଛନ୍ତି। ସେହିପରି ଢେଙ୍କାନାଳ ଜିଲ୍ଲାପାଳ ଭାବେ ୨୦୧୫ ବ୍ୟାଚ୍ ଆଇଏଏସ ଅମ୍ରିତ ଋତୁରାଜଙ୍କୁ ଅବସ୍ଥାପିତ କରାଯାଇଛି।
ରାଜ୍ୟ ଗୃହ ବିଭାଗ ଓ ପୁଲିସ ମୁଖ୍ୟାଳୟରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ ଦେବଗଡ଼ ଜିଲ୍ଲା ଏସପି ବରିଷ୍ଠ ଓପିଏସ୍ ରାମ ପ୍ରସାଦ ସାହୁ ଓ କଟକ ଗ୍ରାମାଞ୍ଚଳ ପୁଲିସ ଏସପି ବରିଷ୍ଠ ଓପିଏସ୍ ମିହିର କୁମାର ପଣ୍ଡାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହି ଦୁଇ ଅଫିସରଙ୍କ ସ୍ଥାନରେ ଦେବଗଡ଼ ଏସପି ଭାବେ ୨୦୧୩ବ୍ୟାଚ୍ ଆଇପିଏସ ଅନୁପମ ଜେନ୍ସ ଓ କଟକ ଗ୍ରାମାଞ୍ଚଳ ପୁଲିସ ଏସପି ଭାବେ ୨୦୧୩ ବ୍ୟାଚ୍ ଆଇପିଏସ ଲୋଗାନାୟାଗି ଦିବ୍ୟାଙ୍କୁ ଆଜି ସକାଳ ୧୦ଟା ସୁଦ୍ଧା କାର୍ୟ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ନାମା ଗତକାଲି ଉଭୟ ଗୃହ ବିଭାଗ ଓ ପୁଲିସ ମୁଖ୍ୟାଳୟରୁ ଜାରି ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ୨ ଦିନ ତଳେ ନିର୍ବାଚନ କମିଶନ ଏହି ବଦଳି ପାଇଁ ନିର୍ଦ୍ଦେଶ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking