34.1 C
Bhubaneswar
Saturday, April 27, 2024
Homeଓଡିଶାଦିଲ୍ଲୀ ଗଲେ ମନମୋହନ

ଦିଲ୍ଲୀ ଗଲେ ମନମୋହନ

ଭୁବନେଶ୍ୱର: ଆଜି ଦିଲ୍ଲୀରେ ବସୁଛି ବିଜେପିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ । ବୈଠକରେ ଯୋଗଦେବା ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦିଲ୍ଲୀ ଯାଇଛନ୍ତି । ତାଙ୍କ ସହ ସଂଗଠନ ସମ୍ପାଦକ ମାନସ ମହାନ୍ତି ମଧ୍ୟ ଦିଲ୍ଲୀ ଯାଇଛନ୍ତି । ତେବେ ଆଜି ଓଡ଼ିଶାର ପ୍ରାର୍ଥୀ ତାଲିକା ଆସିପାରେ ବୋଲି କୁହାଯାଉଛି । ପ୍ରକାଶ ଯେ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟ ମେଣ୍ଟକୁ ଚର୍ଚ୍ଚା ଭିତରେ ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହେଉଥିଲା ବୋଲି କୁହାଯାଉଥିଲା । ତେବେ ଶୁକ୍ରବାର ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପି ରାଜ୍ୟସଭାପତି ମନମୋହନ ସାମଲ ସୋସିଆଲ ମିଡିଆରେ ପୋଷ୍ଟ କରି ମେଣ୍ଟ ହେବନି ବୋଲି ସ୍ପଷ୍ଟ କରିଛନ୍ତି । ଏହା ପରେ ବିଜେଡି ପକ୍ଷରୁ ପ୍ରଣବ ପ୍ରକାଶ ଦାସ ମଧ୍ୟ ମେଣ୍ଟ ହେବନି ଓ ଦଳ ଏକାକୀ ଲଢିବ ବୋଲି ସ୍ପଷ୍ଟ କରିଛନ୍ତି । ପ୍ରକାଶ ଯେ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଓଡ଼ିଶାରେ ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ଚର୍ଚ୍ଚା ଭିତରେ ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହେଉଥିଲା ବୋଲି କୁହାଯାଉଥିଲା । ତେବେ ଶୁକ୍ରବାର ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । ବିଜେପି ରାଜ୍ୟସଭାପତି ମନମୋହନ ସାମଲ ସୋସିଆଲ ମିଡିଆରେ ପୋଷ୍ଟ କରି ମେଣ୍ଟ ହେବନି ବୋଲି ସ୍ପଷ୍ଟ କରିଛନ୍ତି । ଏହା ପରେ ବିଜେଡି ପକ୍ଷରୁ ପ୍ରଣବ ପ୍ରକାଶ ଦାସ ମଧ୍ୟ ମେଣ୍ଟ ହେବନି ଓ ଦଳ ଏକାକୀ ଲଢିବ ବୋଲି ସ୍ପଷ୍ଟ କରିଛନ୍ତି । ତେବେ ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ବିଜେପିର କେନ୍ଦ୍ରୀୟ ନେତୃତ୍ୱ ଆଜି ଓଡ଼ିଶାର ପ୍ରାର୍ଥୀ ତାଲିକା ଘୋଷଣା କରିପାରନ୍ତି ବୋଲି କୁହାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking