33.1 C
Bhubaneswar
Saturday, April 27, 2024
Homeପଞ୍ଜାବ ରାଜନୀତିଏବେ ଅର୍ଚ୍ଚନାଙ୍କ ଆସନ ଉପରେ ସିଦ୍ଧୁଙ୍କ ନଜର

ଏବେ ଅର୍ଚ୍ଚନାଙ୍କ ଆସନ ଉପରେ ସିଦ୍ଧୁଙ୍କ ନଜର

ମୁମ୍ବାଇ : ପଞ୍ଜାବରେ କଂଗ୍ରେସ ନୈରାଶ୍ୟଜନକ ପ୍ରଦର୍ଶନ କରିଛି । ଯେଉଁଠି କ୍ଷମତାରେ ଥିଲା ସେଇଠି ଗାଦିଚ୍ୟୁତ ହୋଇଛି କଂଗ୍ରେସ । ପଞ୍ଜାବରେ ଆପ 92 ଆସନରେ ଆଗୁଆ ରହିଥିବାବେଳେ କଂଗ୍ରେସ 18 ଆସନରେ ଆଗୁଆ ରହିଛି । ସେଠାରେ ଆପ ଏକ ପ୍ରକାର ସରକାର ଗଠନ କରିବ ବୋଲି ସ୍ପଷ୍ଟ ହୋଇଯାଇଛି । କଂଗ୍ରେସର ଏପରି ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଏକ ପ୍ରକାର ନବଜୋତ ସିଂହ ସିଦ୍ଧୁଙ୍କୁ ଦାୟୀ କରାଯାଉଛି । ସିଦ୍ଧୁ ଯେଉଁ ଆସନରେ ଠିଆ ହୋଇଥିଲେ ସେଠାରେ ମଧ୍ୟ ସେ ହାରିଛନ୍ତି । ଆଉ ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛନ୍ତି ଅଭିନେତ୍ରୀ ଅର୍ଚ୍ଚନା ପୁରନ ସିଂ ।

କାରଣ ନିଜ ଆସନ ଗଲା ପରେ ଏବେ ଅର୍ଚ୍ଚନାଙ୍କ ସିଟ୍ ଉପରେ ସିଦ୍ଧୁ ଆଖି ପକାଇ ପାରନ୍ତି ବୋଲି କହୁଛନ୍ତି କିଛି ୟୁଜର । ରାଜନୀତିରେ ମାଟିକାମୁଡି ପଡିଥିବା ସିଦ୍ଧୁ ଏବେ ପୁଣି କପିଲ ଶର୍ମା ସୋ କୁ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ପଦ ଆଶାରେ ବିଜେପି ଛାଡି କଂଗ୍ରେସରେ ମିଶିଥିଲେ ସିଦ୍ଧୁ । ଏଥିପାଇଁ ଅନେକ କସରତ ମଧ୍ୟ କରିଥିଲେ । ହେଲେ ଏବେ ତାଙ୍କର ସବୁ ଆଶା ପାଣି ଫୋଟକା ଭଳି ଫାଟି ଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking