34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ

ଇସ୍ତଫା ଦେଲେ ନିର୍ବାଚନ କମିଶନର ଅରୁଣ ଗୋଏଲ

ନୂଆଦିଲ୍ଲୀ: ଆଉ କିଛି ସପ୍ତାହ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ । ଆସନ୍ତା ଗୁରୁବାର କିମ୍ବା ଶୁକ୍ରବାର ଏନେଇ ତାରିଖ ମଧ୍ୟ ଘୋଷଣା ହେବାର ଥିଲା । କିନ୍ତୁ ଏହାପୂର୍ବରୁ ହଠାତ୍ ଭାରତୀୟ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି ଅରୁଣ ଗୋଏଲ । ଇସ୍ତଫାର କାରଣ ଏଯାଏ ଜଣାପଡ଼ିନାହିଁ । କିନ୍ତୁ ସେ ବ୍ୟକ୍ତିଗତ କାରଣ ଦର୍ଶାଇ ନିର୍ବାଚନ କମିଶନର ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ଗ୍ରହଣ କରିନେଇଛନ୍ତି ।

ନିର୍ବାଚନ କମିଶନରେ ୩ ଜଣ ସଦସ୍ୟ ରହିଥାଆନ୍ତି । ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ବା ଇସିଆଇ ଭାବେ କାର୍ଯ୍ୟ କରୁଥିବା ବେଳେ ଅରୁଣ ଗୋଏଲଙ୍କୁ ନିର୍ବାଚନ କମିଶନର ବା ଇସି ଭାବେ ନିଯୁକ୍ତି ମିଳିଥିଲା । ଆଉ ଗୋଟିଏ କମିଶନର ପଦ ଖାଲି ପଡ଼ିଥିଲା । ଏବେ ଅରୁଣ ଗୋଏଲ ଇସ୍ତଫା ପରେ ୨ଟି ଯାକ କମିଶନର ପଦ ଖାଲି ହୋଇଯାଇଛି । କମିଶନରେ ଏବେ କେବଳ ରାଜୀବ କୁମାର ମୁଖ୍ୟ ନିର୍ବାଚନ କମିଶନର ଭାବେ ରହିଛନ୍ତି । ଆଗକୁ ସାଧାରଣ ନିର୍ବାଚନ ସହ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ସହ ଅରୁଣ ଗୋଏଲ ମଧ୍ୟ ବିଭିନ୍ନ ରାଜ୍ୟକୁ ଯାଇ ସ୍ଥିତି ସମୀକ୍ଷା କରୁଥିଲେ। ସୋମବାର ଇସିଙ୍କ ଟିମ ଜମ୍ମୁ-କଶ୍ମୀର ଯାଇ ସ୍ଥିତି ସମୀକ୍ଷା କରିବା ଥିଲା। ଏହାପରେ ନିର୍ବାଚନ ତାରିଖ ଘୋଷଣା ହୋଇଥାଆନ୍ତା। କିନ୍ତୁ ଏହା ପୂର୍ବରୁ ଗୋଏଲଙ୍କ ଇସ୍ତଫା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking