34.1 C
Bhubaneswar
Thursday, May 9, 2024
Homeଦେଶ ବିଦେଶସ୍ୱାମୀଙ୍କ ବିରୁଦ୍ଧରେ ପିଲାକୁ ଶିଖାଇବା କ୍ରୁରତା: ମଧ୍ୟପ୍ରଦେଶ ହାଇକୋର୍ଟ

ସ୍ୱାମୀଙ୍କ ବିରୁଦ୍ଧରେ ପିଲାକୁ ଶିଖାଇବା କ୍ରୁରତା: ମଧ୍ୟପ୍ରଦେଶ ହାଇକୋର୍ଟ

ଭୋପାଳ: ନିଜ ପିଲାଙ୍କୁ ବାପାଙ୍କ ବିରୁଦ୍ଧରେ ମତାଇବା କ୍ରୁରତା । ଏହା ଛାଡପତ୍ରର କାରଣ କହିବା ସହ ବ୍ୟକ୍ତିଙ୍କୁ ଛାଡପତ୍ର ଆବେଦନକୁ ଗ୍ରହଣ କରିଛନ୍ତି ମଧ୍ୟପ୍ରଦେଶ ହାଇକୋର୍ଟ । ବ୍ୟକ୍ତିଙ୍କ ଛାଡପତ୍ର ପିଟିସନର ଶୁଣାଣି କରି ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ମହିଳାଜଣକ ଅଭିଯୋଗର ସୀମା ପାର କରିଛନ୍ତି । ସେ ତାଙ୍କ ସ୍ୱାମୀ ଓ ଶାଶୂଘର ଲୋକଙ୍କ ବିରୋଧରେ ସମସ୍ତ ଅଭିଯୋଗ ଆଣିସାରିଛନ୍ତି । ଜଷ୍ଟିସ ଶେଲ ନାଗୁ ଏବଂ ଜଷ୍ଟିସ ବିନୟ ସରାଫଙ୍କୁ ନେଇ ଗଠିତ ଏକ ଦୁଇଜଣିଆ ବେଞ୍ଚ କହିଛନ୍ତି ନିଷ୍ଠୁରତାକୁ ସଠିକ ଭାବେ ପରିପ୍ରକାଶ କରିହେବନି, ଏହା ପରିସ୍ଥିତି ଉପରେ ନିର୍ଭର କରେ । ମହିଳାଜଣକ ତାଙ୍କ ଝିଅକୁ ତାଙ୍କ ସ୍ୱାମୀଙ୍କ ସହ ଭେଟ କରାଇବାକୁ ବାରଣ କରୁଥିଲେ । ଏଥିସହ ଶାଶୂ-ଶ୍ୱଶୂର, ନାବାଳକ ଦିଅରଙ୍କ ବିରୁଦ୍ଧରେ ଶିଖାଉଥିଲେ । ଯାହାକି ନିଷ୍ଠୁରତା ଓ ଏହା ତାଙ୍କ ସମ୍ମାନ ମଧ୍ୟ ହାନି କରିଛି ବୋଲି କୋର୍ଟ କହିଛନ୍ତି । ପତ୍ନୀ ୨୦୧୪ମସିହା ଜୁଲାଇ ମାସରେ ସ୍ୱାମୀଙ୍କୁ ଛାଡି ଚାଲିଯାଇଥିଲେ । ସେତେବେଳେ ସେ ଗର୍ଭବତୀ ଥିଲେ ।

୨୦୧୪ଡିସେମ୍ୱର ୪ରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଲେ । ବ୍ୟକ୍ତି ତାଙ୍କ ଝିଅକୁ ଦେଖାକରିବାକୁ ଚାହୁଁଥିଲେ ସୁଦ୍ଧା ମହିଳା ତାଙ୍କୁ ଦେଖା କରାଇ ଦେଇନଥିଲେ । ୨୦୧୭ମେ’ ୧୮ରେ କୋର୍ଟ ବ୍ୟକ୍ତିଙ୍କୁ ଝିଅକୁ ଦେଖା କରିବାକୁ ଅନୁମତି ଦେଇଥିଲେ । ମାତ୍ର ମହିଳା ଏହା କରାଇ ଦେଇନଥିଲେ । ଛାଡପତ୍ର ସମୟରେ କୋର୍ଟ ପିଲାକୁ କୋର୍ଟ ଆସିବାକୁ କହିଥିଲେ ସୁଦ୍ଧା ସେ ଆସିନଥିଲା । ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କ ବିରୋଧରେ ନଷ୍ଠୁରତା ପ୍ରମାଣ କରିନପାରିବାରୁ ଜବଲପୁର ଫ୍ୟାମିଲି କୋର୍ଟ ତାଙ୍କର ଛାଡପତ୍ର ପିଟିସନକୁ ଖାରଜ କରିଦେଇଥିଲେ । ପରେ ବ୍ୟକ୍ତିଜଣକ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ପିଲାଟି ଉପରେ ଉଭୟ ବାପା-ମା’ଙ୍କର ସମାନ ଅଧିକାର ରହିଛି । ମାତ୍ର ମା’ ସହ ପିଲା ଥିବାରୁ ସେ ବାପାଙ୍କଠାରୁ ଦୂରେଇ ରଖୁଥିଲେ । ଆବେଦନକାରୀ-ସ୍ୱାମୀ ମାନସିକ ନିର୍ଯାତନା ଓ ଛାଡପତ୍ର ନେଇ ଆବେଦନ କରିଥିଲେ । ହାଇକୋର୍ଟ କହିଛନ୍ତି ଯେ ପତ୍ନୀ ତାଙ୍କ ଆଚରଣ ଦ୍ୱାରା ସ୍ୱାମୀଙ୍କ ପ୍ରତି ମାନସିକ ନିର୍ଯାତନା ଓ ନିଷ୍ଠୁରତା ପ୍ରଦର୍ଶନ କରିଛନ୍ତି । ସେମାନଙ୍କ ମଧ୍ୟରେ ମଧ୍ୟସ୍ଥତାର ସମସ୍ତ ସମ୍ଭାବନା ବିଫଳ ହୋଇଛି ଏବଂ ପରସ୍ପର ବିରୋଧରେ ଅନେକ ମାମଲା ଦାୟର କରାଯାଇଛି । ଏହାକୁ ଦୃଷ୍ଟିରେ ରଖି କୋର୍ଟ ଏହି ଆବେଦନକୁ ଅନୁମତି ଦେଇଛନ୍ତି ଏବଂ ସ୍ୱାମୀଙ୍କୁ ଛାଡପତ୍ର ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking