40.2 C
Bhubaneswar
Monday, April 20, 2026
Homeଓଡିଶାଗୋଠଛଡ଼ା ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ଗୋଠଛଡ଼ା ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅଞ୍ଚଳର ଦନ୍ତା ଆତଙ୍କ । ଦନ୍ତା ହାତୀର ଆକ୍ରମଣରେ ବୃଦ୍ଧି ଗୁରୁତର । ଆଜି ସକାଳୁ ସକାଳୁ ଏକ ଦନ୍ତାହାତୀ ଆକ୍ରମଣରେ ତେଲକୋଇ ବିଂଝାବାହାର ଗାଁର ପ୍ରଫୁଲ୍ଲ ମହାନ୍ତ । ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଘର ନିକଟସ୍ଥ ମହୁଲ ଗଛ ମୂଳରେ ମହୁଲ ଫୁଲ ସଂଗ୍ରହ କରିବାବେଳେ ଏକ ଗୋଠଛଡା ଦନ୍ତା ହାବୁଡ଼ରେ ପଡ଼ି ଯାଇଥିଲେ । ହାତୀଟି ପ୍ରଫୁଲ୍ଲଙ୍କୁ ଶୁଣ୍ଢରେ ଉଠାଇ ଫୋପାଡ଼ି ଦେଇଥିଲା । ପାଖରେ ଥିବା ଅନ୍ୟ ଲୋକମାନେ ହୋହାଲ୍ଲା କରିବାରୁ ହାତୀ ଛାଡ଼ି ପଳାଇଥିଲା । ପ୍ରଫୁଲ୍ଲଙ୍କୁ ଗୁରତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ତେଲକୋଇ ଓ ପରେ କେନ୍ଦୁଝର ଡାକ୍ତରଖାନାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି । ଖବର ପାଇ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ଗୁରୁତରକୁ ଚିକିତ୍ସା ପାଇଁ ତତ୍ପରତା ଦେଖାଇଛି । ଅଞ୍ଚଳରେ ୨୩ଟି ହାତୀ ବୁଲାବୁଲି କରୁଥିବାରୁ ସତର୍କ ରହିବାକୁ ଅଞ୍ଚଳବାସୀଙ୍କୁ ସଚେତନ କରିଛନ୍ତି ବନ ବିଭାଗ ଅଧିକାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking