ଭୁବନେଶ୍ୱର: ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ମିଳିଲା ସିଏମ କିଷାନ ଟଙ୍କା । ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ କିଷାନ ଟଙ୍କା । କଟକରେ ରାଜ୍ୟସ୍ତରୀୟ କୃଷକ ଦିବସରେ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୋଟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ବଣ୍ଟନ କଲେ । ୪୧ ଲକ୍ଷ ୨୭ ହଜାର ୫୩୩ କ୍ଷୁଦ୍ର ଓ ୪୧ ହଜାର ୪୯ ଭୂମିହୀନ ଚାଷୀ ଉପକୃତ ହୋଇଛନ୍ତି । ସିଏମ କିଷାନ ଟଙ୍କା ପାଇବାରୁ ବର୍ତ୍ତମାନ ସୁଦ୍ଧା ୧୦ଲକ୍ଷ ହିତାଧିକାରୀ ବାଦ ପଡ଼ିଛନ୍ତି ।ଏହାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ଦେଇ କହିଛନ୍ତି ସିଏମ କିଷାନର ହିତାଧିକାରୀ ହେବା ଆବଶ୍ୟକୀୟ ମାନଦଣ୍ଡ ଯେଉଁମାନେ ପୂରଣ କରୁ ନାହାନ୍ତି । ସେମାନଙ୍କୁ ଆର୍ଥିକ ସହାୟତାର ବାଦ ଦିଆଯାଇଛି । କୃଷକ ପଞ୍ଜିକରଣ, ଏକକ ମୋବାଇଲ ନମ୍ୱର , ବ୍ୟାଙ୍କ ଖାତା ସହ ଆଧାର ପଞ୍ଜିକରଣ ସହ ଇକେୱାସି ଅପଡେଟ କରିନାହାନ୍ତି । ସେମାନଙ୍କୁ ଖାତାକୁ ଟଙ୍କା ଯାଇପାରିନାହିଁ । ନିଜ ଜିଲ୍ଲାର କୃଷି କାର୍ଯ୍ୟାଳୟକୁ ଯାଇଁ ଆବଶ୍ୟକୀୟ ମାନଦଣ୍ଡ ପୂରଣ କଲେ ହିତାଧିକାରୀ ଆର୍ଥିକ ସହାୟତା ପାଇ ପାରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।










